ମହୁ ଖାଇବାକୁ ଯାଇ ଗଛରୁ ଖସି ପଡ଼ିଲା ଭାଲୁ, ଟ୍ରାନ୍ସଫର୍ମରରେ ଫସି ବିଦ୍ୟୁତ ଆଘାତରେ ମୃତ
ନୀଳଗିରି : ମହୁ ଲୋଭରେ ଭାଲୁ ମଲା । ଖାଦ୍ୟ ଅନ୍ବେଷଣରେ ଆସି ଟ୍ରାନ୍ସ ଫର୍ମରେ ଫସି ବିଦ୍ୟୁତ ଆଘାତରେ ଭାଲୁ ମୃତ । ନୀଳଗିରି ବନଖଣ୍ଡ ଅଧୀନ ମିତ୍ରପୁର ବିଟ୍ ତଇଲା ସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ ପାହାଡରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି ତଇଲାସାହିରେ ପଶିଥିଲା । ନିକଟରେ ଥିବା ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଚଢିଥିବା ବେଳେ ଖସିପଡି ତଳେ ଥିବା ୩୩ […] The post ମହୁ ଖାଇବାକୁ ଯାଇ ଗଛରୁ ଖସି ପଡ଼ିଲା ଭାଲୁ, ଟ୍ରାନ୍ସଫର୍ମରରେ ଫସି ବିଦ୍ୟୁତ ଆଘାତରେ ମୃତ appeared first on KNews Odisha.

ନୀଳଗିରି : ମହୁ ଲୋଭରେ ଭାଲୁ ମଲା । ଖାଦ୍ୟ ଅନ୍ବେଷଣରେ ଆସି ଟ୍ରାନ୍ସ ଫର୍ମରେ ଫସି ବିଦ୍ୟୁତ ଆଘାତରେ ଭାଲୁ ମୃତ । ନୀଳଗିରି ବନଖଣ୍ଡ ଅଧୀନ ମିତ୍ରପୁର ବିଟ୍ ତଇଲା ସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ ପାହାଡରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି ତଇଲାସାହିରେ ପଶିଥିଲା ।
ନିକଟରେ ଥିବା ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଚଢିଥିବା ବେଳେ ଖସିପଡି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରେ ପଡିଥିଲା । ସକାଳୁ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ବିଦ୍ୟୁତ ବିଭାଗ ଭାଲୁଟିକୁ ଟ୍ରାନ୍ସ ଫର୍ମରରରୁ ବାହାର କରି ବନ ବିଭାଗକୁ ହସ୍ତାନ୍ତର କରିଛି । ସେପଟେ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି ।
Also read: ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଛେଳି ଚରାଇବାକୁ ଯାଇଥିବା ବେଳେ ଆକ୍ରମଣ
The post ମହୁ ଖାଇବାକୁ ଯାଇ ଗଛରୁ ଖସି ପଡ଼ିଲା ଭାଲୁ, ଟ୍ରାନ୍ସଫର୍ମରରେ ଫସି ବିଦ୍ୟୁତ ଆଘାତରେ ମୃତ appeared first on KNews Odisha.