ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ରାସ୍ତାରୁ ଛଡ଼ାଇ ନେଲେ ଜବତ ଗାଡ଼ି
ଉଦଳା,୯ା୪(ସନ୍ତେଷ କୁମର ବାଛିନି): ମହୁଲ ମାଫିଆଙ୍କ ଆତଙ୍କରାଜ। ସିନେମା ଭଳି କାଣ୍ଡ ଭିଆଇଲେ, ରାସ୍ତାରେ ଜବତ ଗାଡ଼ିକୁ ଅଟକାଇଲେ, ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ। ଗାଡ଼ିରେ ବସିଥିବା ମହିଳା ଅଧିକାରୀଙ୍କୁ ସାଙ୍ଗରେ ନେଇ ଘର ପାଖରେ ଗାଡ଼ି ଜବତ ମହୁଲ ଓହ୍ଲାଇ ଦେଇ ଅଧିକାରୀଙ୍କ ସାମ୍ନାରେ ଗାଡିକୁ ଖସାଇ ଦେଲେ ମାଫିଆ। ଆଉ ଜଳକା ହୋଇ ଚାହିଁ ରହିଲେ ଅବକାରୀ ସବଇନ୍ସପେକ୍ଟର। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଜାରଡା ଗ୍ରାମରେ। ବିପୁଳ ପରିମାଣର ମହୁଲ […] The post ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ରାସ୍ତାରୁ ଛଡ଼ାଇ ନେଲେ ଜବତ ଗାଡ଼ି appeared first on Dharitri Odia News.
ଉଦଳା,୯ା୪(ସନ୍ତେଷ କୁମର ବାଛିନି): ମହୁଲ ମାଫିଆଙ୍କ ଆତଙ୍କରାଜ। ସିନେମା ଭଳି କାଣ୍ଡ ଭିଆଇଲେ, ରାସ୍ତାରେ ଜବତ ଗାଡ଼ିକୁ ଅଟକାଇଲେ, ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ। ଗାଡ଼ିରେ ବସିଥିବା ମହିଳା ଅଧିକାରୀଙ୍କୁ ସାଙ୍ଗରେ ନେଇ ଘର ପାଖରେ ଗାଡ଼ି ଜବତ ମହୁଲ ଓହ୍ଲାଇ ଦେଇ ଅଧିକାରୀଙ୍କ ସାମ୍ନାରେ ଗାଡିକୁ ଖସାଇ ଦେଲେ ମାଫିଆ। ଆଉ ଜଳକା ହୋଇ ଚାହିଁ ରହିଲେ ଅବକାରୀ ସବଇନ୍ସପେକ୍ଟର। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଜାରଡା ଗ୍ରାମରେ। ବିପୁଳ ପରିମାଣର ମହୁଲ ବେଆଇନ ଭାବେ ଚାଲାଣ ହେଉଥିବା ଖବର ପାଇ ଉଦଳା ଅବକାରୀ ବିଭାଗ କପ୍ତିପଦାରେ ଚଢ଼ାଉ କରିଥିଲା। କପ୍ତିପଦା ଛକ ନିକଟରେ ମହୁଲ ବୋଝେଇ ପିକଅପକୁ ଜବତ କରିଥିବା ବେଳେ ଗାଡ଼ିରେ ଥିବା ୪ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି ନେଇ ଆସିଥିଲା ଏବଂ ଅବକାରୀ ସବଇନ୍ସପେକ୍ଟର ଶୁଭଦର୍ଶିନୀ ସାହୁ ମହୁଲ ବୋଝେଇ ପିକ୍ଅପ୍ ଜବତ କରିବା ପରେ ଡ୍ରାଇଭର ସହିତ ବସି ଉକ୍ତ ଗାଡିକୁ ଉଦଳା କାର୍ଯ୍ୟାଳୟ ଆଣୁଥିଲେ। ହେଲେ ଉଦଳା-ବାରିପଦା ରାଜ୍ୟ ରାଜପଥ ଜାରଡ଼ା ଛକ ନିକଟରେ ମହୁଲ ମାଫିଆ ବାବୁଲି ପ୍ରଧାନ ସହଯୋଗୀଙ୍କ ସହିତ ସେଠାରେ ପହଞ୍ଚି ବିଚ୍ ରାସ୍ତାରେ ଜବତ ଗାଡିକୁ ଅଟକାଇବା ସହିତ ଗାଡ଼ିର ଡ୍ରାଇଭରକୁ ମାଡ଼ ମାରିଥିଲେ ଏବଂ ଗାଡିରୁ ବାହାର କରି ଦେଇଥିଲେ। ପରେ ନିଜେ ଜବତ ଗାଡ଼ିକୁ ନିଜ ଘରକୁ ନେଇ ଯାଇଥିଲେ ମାଫିଆ, ଏପରିକି ଉକ୍ତ ଗାଡ଼ିରେ ମହିଳା ସବଇନ୍ସପେକ୍ଟର ମଧ୍ୟ ରହିଥିଲେ। ପରେ ମହିଳା ଅଧିକାରୀଙ୍କୁ ଏକୁଟିଆ ପାଇ ମହୁଲ ମାଫିଆ ଆତଙ୍କରାଜ ଚଳାଇ ନିଜ ଘର ପାଖରେ ଅଧିକାରୀଙ୍କ ସାମ୍ନାରେ ସମସ୍ତ ଜବତ ହୋଇଥିବା ୧୬ କ୍ୱିଣ୍ଟାଲ ମହୁଲକୁ ଅନଲୋଡ୍ କରିବା ସହିତ ଜବତ ହୋଇଥିବା ପିକ୍ଅପ୍ ଖସାଇ ଦେଇଥିଲେ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅବକାରୀ ବିଭାଗ କେବଳ ୧୬ କୁଇଣ୍ଟାଲ ମହୁଲ ଜବତ କରିବା ସହିତ ମହୁଲ ନେଇ ଆସୁଥିବା ପିକ୍ଅପ୍ର ୪ ଜଣଙ୍କୁ ଗିରଫ କରିଛି। ଘଟଣା ଘଟାଇବା ପରେ ମାଫିଆ ଛୁ ମାରିଛି। ଜବତ ମହୁଲର ମୂଲ୍ୟ ୫୦ ହଜାର ଟଙ୍କା ହେବ।
The post ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ରାସ୍ତାରୁ ଛଡ଼ାଇ ନେଲେ ଜବତ ଗାଡ଼ି appeared first on Dharitri Odia News.