ମହୁଲ ସଂଗ୍ରହ ପାଇଁ ଯାଇଥିଲେ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଚାଲିଗଲା ଜଣଙ୍କ ଜୀବନ

ମାଲକାନଗିରି ୦୮।୦୪ : ଛତିଶଗଡ ନାରାୟଣପୁର ଜିଲ୍ଲାରେ ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ ।  ଏହି ବିସ୍ଫୋରଣରେ ଜଣେ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।  ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କୁତୁଲ ଜଙ୍ଗଲ ଭିତରେ ଦୁଇ ଜଣ ଆଦିବାସୀ ଯୁବକ ମହୁଲ ସଂଗ୍ରହ କରିବା ଲାଗି ଯାଇଥିଲେ । ହେଲେ ସେଠାରେ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲଗାଇଥିବା ଆଇଇଡି ଉପରେ ଯୁବକଙ୍କ ଗୋଡ ପଡିବା ମାତ୍ରେ ଏହା ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଗାଁ ଲୋକେ ଘଟଣା ସଂପର୍କରେ ଜାଣିବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପକୁ ଖବର ଦେଇଥିଲେ। ପରେ ସିଆରପିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନାରାୟଣପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇଛନ୍ତି।  

ମହୁଲ ସଂଗ୍ରହ ପାଇଁ ଯାଇଥିଲେ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଚାଲିଗଲା ଜଣଙ୍କ ଜୀବନ

ମାଲକାନଗିରି ୦୮।୦୪ : ଛତିଶଗଡ ନାରାୟଣପୁର ଜିଲ୍ଲାରେ ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ ।  ଏହି ବିସ୍ଫୋରଣରେ ଜଣେ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।  ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, କୁତୁଲ ଜଙ୍ଗଲ ଭିତରେ ଦୁଇ ଜଣ ଆଦିବାସୀ ଯୁବକ ମହୁଲ ସଂଗ୍ରହ କରିବା ଲାଗି ଯାଇଥିଲେ । ହେଲେ ସେଠାରେ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲଗାଇଥିବା ଆଇଇଡି ଉପରେ ଯୁବକଙ୍କ ଗୋଡ ପଡିବା ମାତ୍ରେ ଏହା ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଗାଁ ଲୋକେ ଘଟଣା ସଂପର୍କରେ ଜାଣିବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପକୁ ଖବର ଦେଇଥିଲେ। ପରେ ସିଆରପିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନାରାୟଣପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇଛନ୍ତି।