ମହୁଲ ସଂଗ୍ରହ ପାଇଁ ଯାଉଥିଲେ, ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ

ନୂଆପଡା ୫।୪: ମହୁଲ ସଂଗ୍ରହ ପାଇଁ ବିଲକୁ ଯାଇଥିବା ବେଳେ ହଠାତ ଆକ୍ରମଣ କଲା ଭାଲୁ । ବୃଦ୍ଧାଙ୍କୁ ସମସ୍ତଙ୍କ ସମ୍ମୁଖରେ ଆକ୍ରମଣ କରୁଥିବା ଭାଲୁକୁ ଘଉଡାଇ ଦେଲେ ଲୋକେ ।  ଅଳ୍ପକେ ବର୍ତ୍ତିଗଲେ ଧରମବନ୍ଧା ଥାନା ଚୁଲାଭାଟ ଗାଁ ବରପଦର ପଡାର କଥାବାଇ ରାଉତ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ ନିଜ ଜମିକୁ ମହୁଲ ସଂଗ୍ରହ ପାଇଁ ଯାଉଥିଲେ । ଏହି ସମୟରେ କିଛି ଲୋକଙ୍କୁ ଭାଲୁ ଆକ୍ରମଣ କରିବା ପାଇଁ ଦୌଡାଉଥିବା ବେଳେ ବୃଦ୍ଧା ଜଣକ ଦୌଡି ନପାରି ଭାଲୁ ମୁହଁରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଭାଲୁକୁ ଘଉଡାଇବା ପରେ ଭାଲୁଟି ଜଙ୍ଗଲମୁହାଁ ହୋଇଥିଲା । ତେବେ ବୃଦ୍ଧାଙ୍କ ବାମ ଜଙ୍ଘରେ ଗଭୀର ଆଘାତ ଲାଗିଛି । ଲୋକେ ଉଦ୍ଧାର କରିବା ସହ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି ।You Can Read :ଯୁବକଙ୍କ ମୃତଦେହ ଉଦ୍ଧାର, ମହାନଦୀରେ ବୁଡି ନିଖୋଜ ଥିଲେ

ମହୁଲ ସଂଗ୍ରହ ପାଇଁ ଯାଉଥିଲେ, ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ

ନୂଆପଡା ୫।୪: ମହୁଲ ସଂଗ୍ରହ ପାଇଁ ବିଲକୁ ଯାଇଥିବା ବେଳେ ହଠାତ ଆକ୍ରମଣ କଲା ଭାଲୁ । ବୃଦ୍ଧାଙ୍କୁ ସମସ୍ତଙ୍କ ସମ୍ମୁଖରେ ଆକ୍ରମଣ କରୁଥିବା ଭାଲୁକୁ ଘଉଡାଇ ଦେଲେ ଲୋକେ ।  ଅଳ୍ପକେ ବର୍ତ୍ତିଗଲେ ଧରମବନ୍ଧା ଥାନା ଚୁଲାଭାଟ ଗାଁ ବରପଦର ପଡାର କଥାବାଇ ରାଉତ । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ ନିଜ ଜମିକୁ ମହୁଲ ସଂଗ୍ରହ ପାଇଁ ଯାଉଥିଲେ । ଏହି ସମୟରେ କିଛି ଲୋକଙ୍କୁ ଭାଲୁ ଆକ୍ରମଣ କରିବା ପାଇଁ ଦୌଡାଉଥିବା ବେଳେ ବୃଦ୍ଧା ଜଣକ ଦୌଡି ନପାରି ଭାଲୁ ମୁହଁରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଭାଲୁକୁ ଘଉଡାଇବା ପରେ ଭାଲୁଟି ଜଙ୍ଗଲମୁହାଁ ହୋଇଥିଲା । ତେବେ ବୃଦ୍ଧାଙ୍କ ବାମ ଜଙ୍ଘରେ ଗଭୀର ଆଘାତ ଲାଗିଛି । ଲୋକେ ଉଦ୍ଧାର କରିବା ସହ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି ।

You Can Read :

ଯୁବକଙ୍କ ମୃତଦେହ ଉଦ୍ଧାର, ମହାନଦୀରେ ବୁଡି ନିଖୋଜ ଥିଲେ