ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ସମ୍ବଲପୁର:ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ବିଦ୍ୟାଳୟର ମତଦାତା ସାକ୍ଷରତା କ୍ଲବ୍‌ ଓ ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ହୋଇଥିବା ଏହି ସଭାରେ ଅଧ୍ୟକ୍ଷଙ୍କ ଦ୍ୱାରା ଶିକ୍ଷାର୍ଥୀ ତଥା ଉପସ୍ଥିତ ଶିକ୍ଷ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର,ପଣ୍ଡିତ ବ୍ୟାସଦେବ ପଣ୍ଡା,ଅଧ୍ୟାପିକା ମିନତି ଦାଶ,ଆନନ୍ଦିନୀ ପଣ୍ଡା ସ୍ମାରକୀ ମାହାର, ସ୍ବତୀ ପତି ,ମୌସୁମୀ […] The post ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ appeared first on Odisha.News.

ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ସମ୍ବଲପୁର:ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ବିଦ୍ୟାଳୟର ମତଦାତା ସାକ୍ଷରତା କ୍ଲବ୍‌ ଓ ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ହୋଇଥିବା ଏହି ସଭାରେ ଅଧ୍ୟକ୍ଷଙ୍କ ଦ୍ୱାରା ଶିକ୍ଷାର୍ଥୀ ତଥା ଉପସ୍ଥିତ ଶିକ୍ଷ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର,ପଣ୍ଡିତ ବ୍ୟାସଦେବ ପଣ୍ଡା,ଅଧ୍ୟାପିକା ମିନତି ଦାଶ,ଆନନ୍ଦିନୀ ପଣ୍ଡା ସ୍ମାରକୀ ମାହାର, ସ୍ବତୀ ପତି ,ମୌସୁମୀ ଷଡ଼ଙ୍ଗୀ ଦୀପ୍ତି ରେଖା ପଣ୍ଡା ପ୍ରମୁଖ ସଚେତନ ନାଗରିକର କର୍ତ୍ତବ୍ୟ ଓ ମତଦାନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ସଭା ପରିଚାଳନା କରିଥିଲେ। ମତଦାତା କ୍ଲବର ପରିଚାଳକ ଅଧ୍ୟାପକ ଅନ୍ତର୍ଯ୍ୟାମୀ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ।

The post ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ appeared first on Odisha.News.