ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

ଘଟଗାଁ ୦୯।୦୪ : ଆଜିଠାରୁ ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ । କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଏହା ୮୮ ତମ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ । ଏଥିପାଇଁ ମନ୍ଦିରରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖବର ଅନୁଯାୟୀ, ୧୯୩୬ ମସିହା ଠାରୁ ମାଙ୍କର ଏହି ଚଇତି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଆସୁଛି । ଆଜି ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା ତାରିଣୀ । ଏହି ଅବସରରେ ଆଜି ରାତି ପ୍ରାୟ ସାଢେ଼ ଚାରିଟା ସମୟରୁ ସେବାୟତ ମାନେ ମାଙ୍କୁ ପ୍ରଥମେ ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ, ଷୋଡଶ ଉପଚାର ପୂଜା ସମେତ ଯଥା ରିତିକାନ୍ତିରେ ମାଙ୍କର ପୂଜାର୍ଚ୍ଚନା କରିସାରିବା ପରେ ସୁନାବେଶରେ ସଜ୍ଜିତ କରିଥିଲେ । ପରେ ଭକ୍ତଙ୍କ ପାଇଁ ମନ୍ଦିର ପହଡ଼ ଖୋଲିଥିଲା । ଚଇତିରେ ମାଙ୍କ ସୁନାବେଶ ତାସହିତ ଆଜି ମାଙ୍କର ପ୍ରିୟ ମଙ୍ଗଳବାର ମଧ୍ୟ, ତେଣୁ ଏହି ଅବସରରେ ମାଙ୍କୁ ଦର୍ଶନ କରିବାକୁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ, ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ

ଘଟଗାଁ ୦୯।୦୪ : ଆଜିଠାରୁ ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ । କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଏହା ୮୮ ତମ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ । ଏଥିପାଇଁ ମନ୍ଦିରରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଖବର ଅନୁଯାୟୀ, ୧୯୩୬ ମସିହା ଠାରୁ ମାଙ୍କର ଏହି ଚଇତି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଆସୁଛି । ଆଜି ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା ତାରିଣୀ । ଏହି ଅବସରରେ ଆଜି ରାତି ପ୍ରାୟ ସାଢେ଼ ଚାରିଟା ସମୟରୁ ସେବାୟତ ମାନେ ମାଙ୍କୁ ପ୍ରଥମେ ମାଜଣା, ମହାସ୍ନାନ, ବଡ଼ ସିଂହାର ବେଶ, ଷୋଡଶ ଉପଚାର ପୂଜା ସମେତ ଯଥା ରିତିକାନ୍ତିରେ ମାଙ୍କର ପୂଜାର୍ଚ୍ଚନା କରିସାରିବା ପରେ ସୁନାବେଶରେ ସଜ୍ଜିତ କରିଥିଲେ । ପରେ ଭକ୍ତଙ୍କ ପାଇଁ ମନ୍ଦିର ପହଡ଼ ଖୋଲିଥିଲା । ଚଇତିରେ ମାଙ୍କ ସୁନାବେଶ ତାସହିତ ଆଜି ମାଙ୍କର ପ୍ରିୟ ମଙ୍ଗଳବାର ମଧ୍ୟ, ତେଣୁ ଏହି ଅବସରରେ ମାଙ୍କୁ ଦର୍ଶନ କରିବାକୁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।