ମା' ମାଣିକେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ, ନୂଆ ଖାଇବେ ଜିଲ୍ଲାବାସୀ
କଳାହାଣ୍ଡି ୧୩/୦୯: ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ମା' ମାଣିକେଶ୍ୱରୀଙ୍କ ପାଖରେ ପ୍ରତିବର୍ଷ ନବାନ୍ନ ଲାଗି ହେଇଥାଏ । ଆଜି ସକାଳ ୮.୨୦ ରୁ ୯.୪୦ ମଧ୍ୟରେ ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବାର ଯୋଗ ରହିଛି । ଏହାପରେ ସକାଳ ୧୦ ଟା ରୁ ୧୨.୪୦ ମଧ୍ୟରେ ସର୍ବସାଧାରଣ ନୂଆଁ ଖାଇବେ । ଆଜି କଳାହାଣ୍ଡିର ସମସ୍ତ ଗଡ଼ଜାତ ଅଞ୍ଚଳବାସୀ ନୂଆଁ ଖାଇବେ । ଜିଲ୍ଲାର ଭବାନୀପାଟଣା, ଥୁଆମୂଳ ରାମପୁର,ଜୟପାଟଣା, ମଦନପୁର ରାମପୁର, ଲାଞ୍ଜିଗଡର ଅଞ୍ଚଳବାସୀ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ଭୋଗ ଲଗାଇ ନୂଆଁ ଖାଇବେ ।
କଳାହାଣ୍ଡି ୧୩/୦୯: ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ମା' ମାଣିକେଶ୍ୱରୀଙ୍କ ପାଖରେ ପ୍ରତିବର୍ଷ ନବାନ୍ନ ଲାଗି ହେଇଥାଏ । ଆଜି ସକାଳ ୮.୨୦ ରୁ ୯.୪୦ ମଧ୍ୟରେ ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବାର ଯୋଗ ରହିଛି ।
ଏହାପରେ ସକାଳ ୧୦ ଟା ରୁ ୧୨.୪୦ ମଧ୍ୟରେ ସର୍ବସାଧାରଣ ନୂଆଁ ଖାଇବେ । ଆଜି କଳାହାଣ୍ଡିର ସମସ୍ତ ଗଡ଼ଜାତ ଅଞ୍ଚଳବାସୀ ନୂଆଁ ଖାଇବେ । ଜିଲ୍ଲାର ଭବାନୀପାଟଣା, ଥୁଆମୂଳ ରାମପୁର,ଜୟପାଟଣା, ମଦନପୁର ରାମପୁର, ଲାଞ୍ଜିଗଡର ଅଞ୍ଚଳବାସୀ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ଭୋଗ ଲଗାଇ ନୂଆଁ ଖାଇବେ ।