ମା’ ହେବାର ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ମା’ ହେବାର ୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଏହି ଅଭିନେତ୍ରୀ ନିଜର ଲମ୍ବା କ୍ୟାରିୟର ମଧ୍ୟରେ କିଛି ଫିଲ୍ମରେ କାମ କରିଛନ୍ତି। ମାତ୍ର କୌଣସି ଫିଲ୍ମ ଶୀର୍ଷରେ ପହଞ୍ଚି ପାରିନାହିଁ। ଅଭିନେତ୍ରୀ ଅନେକ ଫିଲ୍ମରେ ସାଇଡ୍‌ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ‘ଏ ଥର୍ସ ଡେ’ ଅଭିନେତ୍ରୀଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ଫିଲ୍ମରେ ସେ ଜଣେ ଗର୍ଭବତୀ ପୋଲିସ ଅଫିସର […] The post ମା’ ହେବାର ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ଅଭିନେତ୍ରୀ appeared first on Dharitri Odia News.

ମା’ ହେବାର ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ମା’ ହେବାର ୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଏହି ଅଭିନେତ୍ରୀ ନିଜର ଲମ୍ବା କ୍ୟାରିୟର ମଧ୍ୟରେ କିଛି ଫିଲ୍ମରେ କାମ କରିଛନ୍ତି। ମାତ୍ର କୌଣସି ଫିଲ୍ମ ଶୀର୍ଷରେ ପହଞ୍ଚି ପାରିନାହିଁ। ଅଭିନେତ୍ରୀ ଅନେକ ଫିଲ୍ମରେ ସାଇଡ୍‌ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ‘ଏ ଥର୍ସ ଡେ’ ଅଭିନେତ୍ରୀଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ଫିଲ୍ମରେ ସେ ଜଣେ ଗର୍ଭବତୀ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ। ଆଉ ଏକ ବଡ଼ କଥା ହେଲା ସେ ଏହି ଫିଲ୍ମ ଶୁଟିଂ ସମୟରେ ବି ପ୍ରକୃତରେ ଗର୍ଭବତୀ ଥିଲେ। ଗର୍ଭବତୀ ପରେ ଫିଲ୍ମ ‘ଗୁଡ୍‌ ମର୍ନିଂ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏବେ ନେହା କିଛି ବର୍ଷର ବ୍ରେକ୍‌ ପରେ ପରଦାକୁ ପୁଣି ଥରେ ପରଦାକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ନେହା କହିଛନ୍ତି, କାମରୁ ବ୍ରେକ୍‌ ନେବା ମୋର ନିଷ୍ପତ୍ତି ନ ଥିଲା। ମଝିରେ ମୋତେ କାମ ମିଳିଲା ନାହିଁ। ମୁଁ ମିଛ କହିବି ନାହିଁ। ଲୋକେ ଗର୍ଭବତୀ ସମୟରେ ଭାବୁଥିଲେ କି ମୁଁ ବ୍ରେକ୍‌ ନେଇଛି ଆଉ ପୂରା ପରିବାର ପ୍ରତି ଧ୍ୟାନ ଦେଉଛି। ଯାହାକି ସମ୍ପୂର୍ଣ୍ଣ ଭୁଲ୍‌ ଥିଲା। ଆହୁରି ମଧ୍ୟ ଅଭିନେତ୍ରୀ କହିଛନ୍ତି, ଏବେ ମୁଁ ପୂରା ପ୍ରସ୍ତୁତ ରହିଛି ପରଦାକୁ ଫେରିବା ପାଇଁ। ଏବେ ମୋ’ ହାତରେ କିଛି ଫିଲ୍ମ ରହିଛି। ବିକି କୌଶଲ ଏବଂ ତୃପ୍ତି ଡିମରୀଙ୍କ ସହିତ ଏକ ଫିଲ୍ମରେ କାମ କରୁଛି। ଏହି ଫିଲ୍ମ ଆସନ୍ତା ଫେବୃଆରୀରେ ରିଲିଜ ହେବ। ଏହା ସହିତ ମୁଁ ଏକ ଓ୍ବେବ୍‌ ସିରିଜ୍‌ରେ ମଧ୍ୟ କାମ କରୁଛି। ଏହା ମଧ୍ୟ ଆସନ୍ତାବର୍ଷ ରିଲିଜ ହେବ।

The post ମା’ ହେବାର ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ଅଭିନେତ୍ରୀ appeared first on Dharitri Odia News.