ମା' ହେଲେ ଟେଲିଭିଜନର 'ମଧୁବାଲା'

ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବିବାହର ୯ ବର୍ଷ ପରେ ଦ୍ରଷ୍ଟି ମା' ହୋଇଛନ୍ତି।

ମା' ହେଲେ ଟେଲିଭିଜନର 'ମଧୁବାଲା'

ମା' ହେଲେ ଟେଲିଭିଜନର 'ମଧୁବାଲା' ତଥା ଲୋକପ୍ରିୟ ଅଭିନେତ୍ରୀ ଦ୍ରଷ୍ଟି ଧାମି। ତାଙ୍କ ଘରକୁ ଆସିଲେ ନୂଆ ସଦସ୍ୟ। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବିବାହର ୯ ବର୍ଷ ପରେ ଦ୍ରଷ୍ଟି ମା' ହୋଇଛନ୍ତି।

୧୦ମ ମାସରେ ସେ ନିଜ ଝିଅକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ସୋମବାର କହିଥିଲେ ଯେ ସେ ୪୧ ସପ୍ତାହ ପରେ ମଧ୍ୟ ପ୍ରସବ କରିନାହାନ୍ତି । ଡ୍ୟୁ-ଡେଟ୍‌ ବା ଧାର୍ଯ୍ୟ ତାରିଖ ଅତିକ୍ରମ କରିସାରିଥିଲେ ସୁଦ୍ଧା ସେ ନିଜ ସନ୍ତାନକୁ ଜନ୍ମ ଦେଇ ନାହାନ୍ତି।

ତେବେ ଏହି ପୋଷ୍ଟର ପରଦିନ ସେ ପୁଣି ଏକ ପୋଷ୍ଟ ଶେୟାର କରି ମା' ହୋଇଥିବା ନେଇ ସୂଚନା ଦେଇଛନ୍ତି। ମଙ୍ଗଳବର ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଖୁସି ଖବର ନିଜ ଫ୍ୟାନ୍‌ମାନଙ୍କ ସହ ଶେୟାର କରି ଜଣାଇଛନ୍ତି।

ସୂଚନା ମୁତାବକ, ଦ୍ରଷ୍ଟି ଅକ୍ଟୋବର ୨୨ ତାରିଖରେ କନ୍ୟା ସନ୍ତନକୁ ଜନ୍ମ ଦେଇଛନ୍ତି। ଏହାକୁ ନେଇ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ ନୀଜର ବେଶ ଖୁସି ଅଛନ୍ତି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ କଳାକାର ଓ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟେଲିଭିଜନର ମଧୁବାଲା ଭାବେ ଜଣାଶୁଣା ଅଭିନେତ୍ରୀ ଦ୍ରଷ୍ଟି ୨୦୧୫ରେ ବିଜନେସମେନ୍‌ ନୀରଜ ଖେମକାଙ୍କୁ ବିବାହ କରିଥିଲେ।