ମା' ହେଲେ ଦୁଷ୍କର୍ମ ପୀଡ଼ିତା; ପୁତ୍ର ସନ୍ତାନକୁ ଦେଲେ ଜନ୍ମ, ଶିଶୁର ଲାଳନପାଳନକୁ ନେଇ ଉଠିଲା ପ୍ରଶ୍ନ
କନକ ବ୍ୟୁରୋ : ଗଣଦୁଷ୍କର୍ମର ଶିକାର ଯୁବତୀ ହେଲେ ମାଆ । ଯୁବତୀ ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଯୁବତୀ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାଙ୍କ ବାପା ଅତି ଗରିବ । ତେଣୁ ଶିଶୁଟିର ଲାଳନପାଳନ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଢେଙ୍କାନାଳ ଭାପୁର ଅଞ୍ଚଳର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାରେ ଗିରଫ ହୋଇଥିଲେ ୬ଜଣ । ପୀଡ଼ିତାଙ୍କୁ ସ୍ୱଧାର ଗୃହରେ ରଖାଯାଇଥିଲା । ଦୁଇଦିନ ତଳେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ତେବେ ଶିଶୁଟିର ଲାଳନପାଳନ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ମାଆ ମାନସିକ ବିକାରଗ୍ରସ୍ତ ଏବଂ ତାଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ । ବର୍ତ୍ତମାନ ଜିଲ୍ଲା ଶିଶୁ ମଙ୍ଗଳ କମିଟି ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟସେବା ଉପରେ ନଜର ରଖିଛି । ତେବେ ପୀଡ଼ିତା ଚାହିଁଲେ ଶିଶୁ ମଙ୍ଗଳ କମିଟି ଶିଶୁଟିର ଲାଳନ ପାଳନ କରିବ ବୋଲି କମିଟି ଅଧ୍ୟକ୍ଷ କହିଛନ୍ତି । ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ ମାଆ ହେବା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

କନକ ବ୍ୟୁରୋ : ଗଣଦୁଷ୍କର୍ମର ଶିକାର ଯୁବତୀ ହେଲେ ମାଆ । ଯୁବତୀ ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଯୁବତୀ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାଙ୍କ ବାପା ଅତି ଗରିବ । ତେଣୁ ଶିଶୁଟିର ଲାଳନପାଳନ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।
ଢେଙ୍କାନାଳ ଭାପୁର ଅଞ୍ଚଳର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାରେ ଗିରଫ ହୋଇଥିଲେ ୬ଜଣ । ପୀଡ଼ିତାଙ୍କୁ ସ୍ୱଧାର ଗୃହରେ ରଖାଯାଇଥିଲା । ଦୁଇଦିନ ତଳେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।
ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ତେବେ ଶିଶୁଟିର ଲାଳନପାଳନ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ମାଆ ମାନସିକ ବିକାରଗ୍ରସ୍ତ ଏବଂ ତାଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ । ବର୍ତ୍ତମାନ ଜିଲ୍ଲା ଶିଶୁ ମଙ୍ଗଳ କମିଟି ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟସେବା ଉପରେ ନଜର ରଖିଛି । ତେବେ ପୀଡ଼ିତା ଚାହିଁଲେ ଶିଶୁ ମଙ୍ଗଳ କମିଟି ଶିଶୁଟିର ଲାଳନ ପାଳନ କରିବ ବୋଲି କମିଟି ଅଧ୍ୟକ୍ଷ କହିଛନ୍ତି ।
ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ ମାଆ ହେବା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି ।