ମାଆ ଓ ଭଉଣୀମାନଙ୍କର କେଶ ଟାଣି ଖାଉଥିଲେ, ଅପରେସନ ପରେ ପେଟରୁ ବାହାରିଲା ଅଧ କିଲୋ କେଶ

ପ୍ରୟାଗରାଜ : ଜଣେ ଯୁବତୀଙ୍କ ପେଟରୁ ବାହାରିଲା ଅଧ କିଲୋ କେଶ । ଆପରଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲଷ ମଧ୍ୟ... The post ମାଆ ଓ ଭଉଣୀମାନଙ୍କର କେଶ ଟାଣି ଖାଉଥିଲେ, ଅପରେସନ ପରେ ପେଟରୁ ବାହାରିଲା ଅଧ କିଲୋ କେଶ appeared first on .

ମାଆ ଓ ଭଉଣୀମାନଙ୍କର କେଶ ଟାଣି ଖାଉଥିଲେ, ଅପରେସନ ପରେ ପେଟରୁ ବାହାରିଲା ଅଧ କିଲୋ କେଶ

ପ୍ରୟାଗରାଜ : ଜଣେ ଯୁବତୀଙ୍କ ପେଟରୁ ବାହାରିଲା ଅଧ କିଲୋ କେଶ । ଆପରଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲଷ ମଧ୍ୟ ଏହା ସତ୍ୟ । ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ପେଟ ଯନ୍ତ୍ରଣା ଅଭିଯୋଗ କରିବା ପରେ ଜଣେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା କରିବା ପରେ ଡାକ୍ତରମାନେ ଜାଣିପାରିଲେ ଯେ ତାଙ୍କ ପେଟରେ ଏକ ଟ୍ୟୁମର ଅଛି। ଏହା ପରେ, ଡାକ୍ତରମାନେ ଅପରେସନ କରି ଯୁବତୀଙ୍କ ପେଟରୁ ଅଧ କିଲୋ କେଶ ବାହାର କରିଛନ୍ତି।

ଅସ୍ତ୍ରୋପଚାର ହୋଇଥିବା ଝିଅଟି କୌଶାମ୍ବୀ ଜିଲ୍ଲାର ବାସିନ୍ଦା। ଝିଅଟିର ନାମ ମଞ୍ଜୁ। ତାଙ୍କ ବୟସ ୨୧ ବର୍ଷ। ଝିଅଟି କୌଶାମ୍ବୀ ଜିଲ୍ଲାର ଆଣ୍ଡୱା ପଶ୍ଚିମ ଶାରିରା ସରସାୱାର ବାସିନ୍ଦା। ସେ ପିଲାଦିନରୁ ମାନସିକ ବିକାରଗସ୍ତ । ମାନସିକ ଅସନ୍ତୁଳନ ଯୋଗୁଁ ଝିଅଟି କେଶ ଖାଇବା ଆରମ୍ଭ କଲା। ତା’ପରେ ଧୀରେ ଧୀରେ ସେ କେଶ ଖାଇବା ଅଭ୍ୟାସରେ ପଡ଼ିଗଲା।

ଝିଅଟି ପ୍ରାୟତଃ ତାଙ୍କ ମାଆ ଏବଂ ଭଉଣୀମାନଙ୍କର କେଶ ଛିଣ୍ଡାଇ ଖାଇଦେଉଥିଲା। ଏହି କାରଣରୁ ତାଙ୍କ ପେଟରେ ଧୀରେ ଧୀରେ କେଶ ଗଣ୍ଠି ପଡିବା ଆରମ୍ଭ କଲା ।  କିଛି ସମୟ ପରେ, ଝିଅଟିର ପେଟରେ ପ୍ରବଳ ଯନ୍ତ୍ରଣା ହେବା ଆରମ୍ଭ ହେଲା। ସେ ବାନ୍ତି କରିବାକୁ ଲାଗିଲା। ତାଙ୍କୁ ଭୋକ ଲାଗିଲା ନାହିଁ। ତାର ଓଜନ ଦ୍ରୁତ ଗତିରେ ହ୍ରାସ ପାଇବା ଆରମ୍ଭ କଲା। ଝିଅଟିର ପରିବାର ତାକୁ ଅନେକ ଡାକ୍ତରଖାନାକୁ ନେଇଗଲେ। ଅନେକ ଅଲ୍ଟ୍ରାସାଉଣ୍ଡ ଓ ପରୀକ୍ଷା କରାଯାଇଥିଲା, କିନ୍ତୁ ରୋଗ ନିର୍ଣ୍ଣୟ ହୋଇପାରିଲା ନାହିଁ।

କୌଣସି ଡାକ୍ତର ଝିଅଟିର ଅସ୍ତ୍ରୋପଚାର କରିବାକୁ ରାଜି ହୋଇ ନଥିଲେ। ଶେଷରେ, ଝିଅଟିର ପରିବାର ତାକୁ ପ୍ରୟାଗରାଜର ଏକ ହସ୍ପିଟାଲକୁ ନେଇଗଲେ। ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳ ଝିଅଟିର ସଫଳତାର ସହ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ କେଶ ବାହାର କରିଥିଲେ। ଡାକ୍ତରଙ୍କ ଅନୁସାରେ, କେଶର ଓଜନ ପ୍ରାୟ ଅଧ କିଲୋ। ଏହା ୧.୫ ଫୁଟ ଲମ୍ବା ଓ ୧୦ ସେଣ୍ଟିମିଟର ଘନ। ଏହି ଅପରେସନ କରିବା ପାଇଁ ଦୁଇ ଘଣ୍ଟା ସମୟ ଲାଗିଥିଲା ।  ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କର ମାନସିକ ରୋଗ ମଧ୍ୟ ଭଲ ହୋଇଯାଇଛି।

The post ମାଆ ଓ ଭଉଣୀମାନଙ୍କର କେଶ ଟାଣି ଖାଉଥିଲେ, ଅପରେସନ ପରେ ପେଟରୁ ବାହାରିଲା ଅଧ କିଲୋ କେଶ appeared first on .