ମାଆ ମୁଁ ଚୋର ନୁହେଁ, ମୋତେ କୁରକୁରେ ଭଲ ଲାଗେ: ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲା ୧୨ ବର୍ଷର ନାବାଳକ
ନୂଆଦିଲ୍ଲୀ: ‘ ମାଆ…. ମୁଁ ଚୋର ନୁହେଁ... ମୁଁ ଚୋରି କରି ନଥିଲି… ମୁଁ ଅପେକ୍ଷା କଲି, ହେଲେ ଅଙ୍କଲ ଆସିଲେନି। ଫେରିବା ବେଳେ ତଳେ ଗୋଟେ କୁରକୁରେ ପକେଟ୍ ପଡ଼ିଥିଲା...ତାକୁ ନେଇ ଆସିଲି। ମୋତେ କୁରକୁରେ ଖୁବ୍ ଭଲ ଲାଗେ । ଦୁନିଆ ଛାଡ଼ିବା ପୂର୍ବରୁ ମୋର ଶେଷ କଥା ମା....ମୋର ଏଭଳି କାମ ପାଇଁ ମୋତେ କ୍ଷମା କରିଦେବୁ...’ ସୁଇସାଇଡ୍ ନୋଟ୍ରେ ଏମିତି ଲେଖିବା ପରେ କୀଟନାଶକ ପିଇ ଆତ୍ମହତ୍ୟା କରିଦେଲା ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା କଷ୍ଣେନ୍ଦୁ ଦାସ।ଜୀବନ ହାରିବା ପୂର୍ବରୁ ସେ ସତକଥା କହିବାକୁ ଚେଷ୍ଟା କରିଥିଲା। ହେଲେ କେହି ଶୁଣିଲେନି। ସମସ୍ତେ ଭାବିଲେ ଏଇଟା ମିଛ କହୁଛି। ବିଚ୍ ରାସ୍ତାରେ ଦୋକାନୀ ମାରିଲା, ଗାଳି ଦେଲା....ମାଆକୁ ଡାକି ଲୋକଙ୍କ ଆଗରେ ବେଇଜତ କଲା....ମାଆ ବି ଅପମାନର ଜ୍ୱାଳାରେ ସମସ୍ତଙ୍କ ଆଗରେ ପୁଅକୁ ଖୁବ୍ ଗାଳି କଲା... ଚୋରି ନ କରି ବି ସମସ୍ତଙ୍କ ଆଖି ଆଗରେ ସେ ପାଲଟିଗଲା ଚୋର। ଶେଷରେ ବାଛି ନେଲା ଆତ୍ମହତ୍ୟାର ପଥ...।ଘଟଣା ଘଟିଛି ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲାରେ....୧୨ ବର୍ଷର ସପ୍ତମ ଶ୍ରେଣୀର ଛାତ୍ର କୃଷ୍ଣେନ୍ଦୁ ଦାସ। ଗୋଟେ କୁରକୁରେ ପକେଟ ଆଣିବାକୁ ଦୋକାନକୁ ଯାଇଥିଲା। ହେଲେ ଦୋକାନରେ କେହି ନଥିବା ଦେଖି ସେ ଦୋକାନୀ ଶୁଭଙ୍କର ଦିକ୍ଷତିଙ୍କୁ ଢେର୍ ଡାକିଥିଲା। ଅଙ୍କଲ ମୋତେ ଗୋଟେ କୁରକୁରେ ପକେଟ ଦିଅ...ମୁଁ ପଇସା ଆଣିଛି। କେହି ଜବାବ ନଦେବାରୁ ସେ ଫେରି ଆସୁଥିଲା। ଦୋକାନ ଗେଟ୍
ନୂଆଦିଲ୍ଲୀ: ‘ ମାଆ…. ମୁଁ ଚୋର ନୁହେଁ... ମୁଁ ଚୋରି କରି ନଥିଲି… ମୁଁ ଅପେକ୍ଷା କଲି, ହେଲେ ଅଙ୍କଲ ଆସିଲେନି। ଫେରିବା ବେଳେ ତଳେ ଗୋଟେ କୁରକୁରେ ପକେଟ୍ ପଡ଼ିଥିଲା...ତାକୁ ନେଇ ଆସିଲି। ମୋତେ କୁରକୁରେ ଖୁବ୍ ଭଲ ଲାଗେ । ଦୁନିଆ ଛାଡ଼ିବା ପୂର୍ବରୁ ମୋର ଶେଷ କଥା ମା....ମୋର ଏଭଳି କାମ ପାଇଁ ମୋତେ କ୍ଷମା କରିଦେବୁ...’ ସୁଇସାଇଡ୍ ନୋଟ୍ରେ ଏମିତି ଲେଖିବା ପରେ କୀଟନାଶକ ପିଇ ଆତ୍ମହତ୍ୟା କରିଦେଲା ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା କଷ୍ଣେନ୍ଦୁ ଦାସ।
ଜୀବନ ହାରିବା ପୂର୍ବରୁ ସେ ସତକଥା କହିବାକୁ ଚେଷ୍ଟା କରିଥିଲା। ହେଲେ କେହି ଶୁଣିଲେନି। ସମସ୍ତେ ଭାବିଲେ ଏଇଟା ମିଛ କହୁଛି। ବିଚ୍ ରାସ୍ତାରେ ଦୋକାନୀ ମାରିଲା, ଗାଳି ଦେଲା....ମାଆକୁ ଡାକି ଲୋକଙ୍କ ଆଗରେ ବେଇଜତ କଲା....ମାଆ ବି ଅପମାନର ଜ୍ୱାଳାରେ ସମସ୍ତଙ୍କ ଆଗରେ ପୁଅକୁ ଖୁବ୍ ଗାଳି କଲା... ଚୋରି ନ କରି ବି ସମସ୍ତଙ୍କ ଆଖି ଆଗରେ ସେ ପାଲଟିଗଲା ଚୋର। ଶେଷରେ ବାଛି ନେଲା ଆତ୍ମହତ୍ୟାର ପଥ...।
ଘଟଣା ଘଟିଛି ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲାରେ....୧୨ ବର୍ଷର ସପ୍ତମ ଶ୍ରେଣୀର ଛାତ୍ର କୃଷ୍ଣେନ୍ଦୁ ଦାସ। ଗୋଟେ କୁରକୁରେ ପକେଟ ଆଣିବାକୁ ଦୋକାନକୁ ଯାଇଥିଲା। ହେଲେ ଦୋକାନରେ କେହି ନଥିବା ଦେଖି ସେ ଦୋକାନୀ ଶୁଭଙ୍କର ଦିକ୍ଷତିଙ୍କୁ ଢେର୍ ଡାକିଥିଲା। ଅଙ୍କଲ ମୋତେ ଗୋଟେ କୁରକୁରେ ପକେଟ ଦିଅ...ମୁଁ ପଇସା ଆଣିଛି। କେହି ଜବାବ ନଦେବାରୁ ସେ ଫେରି ଆସୁଥିଲା। ଦୋକାନ ଗେଟ୍ ପାଖରେ ଗୋଟେ କୁରକୁରେ ପକେଟ୍ ଦେଖି କୃଷ୍ଣେନ୍ଦୁ ତାକୁ ଉଠାଇ ଆଣିଥିଲା। ଭାବିଥିଲା ଅଙ୍କଲ୍ ଆସିଲେ ପରେ ପଇସା ଦେଇଦେବ।
କିଛି ସମୟ ପରେ ଦୋକାନୀ ଶୁଭଙ୍କର ଦିକ୍ଷୀତ ଦୋକାନକୁ ଫେରିଥିଲେ। କୃଷ୍ଣେନ୍ଦୁଙ୍କୁ ଚିପ୍ସ ପକେଟ୍ ନେଇଯାଉଥିବା ଦେଖି ଦୌଡ଼ି ଯାଇ ତାକୁ ପଛରୁ ଧରି ପକାଇଥିଲେ। କିଛି ନ ବୁଝି ମନକୁ ଯାହା ଆସିଲା କହି ଦେଇଗଲେ। ଗାଳି ତ ଗାଳି… ଠୋ ଠା ଚଟକଣୀ ମାଡ଼। ସବୁ ଲୋକଙ୍କ ସାମ୍ନାରେ ହାତ ଧରି ଜବରଦସ୍ତ ତାକୁ ତଳେ ବସାଇ ଦେଲେ। କଥା ସେତିକିରେ ସରିଲାନି ଦୋକାନୀ ଶୁଭଙ୍କର ଦିକ୍ଷୀତ କୃଷ୍ଣେନ୍ଦୁଙ୍କ ମାଆକୁ ଡାକି ଲୋକଙ୍କ ଆଗରେ ଅପମାନ କରିଥିଲେ। ଅପମାନିତ ହେବା ପରେ ମାଆ ବି କୃଷ୍ଣେନ୍ଦୁଙ୍କୁ ସମସ୍ତଙ୍କ ସାମ୍ନାରେ ଗାଳି କରିଥିଲେ। କୃଷ୍ଣେନ୍ଦୁ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ସେ ପଇସା ଦେବାକୁ ଚାହୁଁଥିଲା, ଏବଂ ଦିକ୍ଷୀତଙ୍କ ବିନା ଅନୁମତିରେ କୁରକୁରେ ପକେଟ୍ ନେଇ ଆସିଥିବାରୁ ସେ କ୍ଷମା ବି ମାଗିବାକୁ ଚାହୁଁଥିଲା। ହେଲେ ସମସ୍ତେ ଭାବିଲେ ମାଡ଼ ଭୟରେ ସେ ମିଛ କହୁଛି,ନାଟକ କରୁଛି।
କୃଷ୍ଣେନ୍ଦୁଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ ଦୋକାନୀଙ୍କୁ କ୍ଷମା ମାଗିବାକୁ ଚେଷ୍ଟା ବି କରିଥିଲା, ପଇସା ଦେବାକୁ ବି କହିଥିଲା, ହେଲେ ଦୋକାନୀ ତା’ କଥା ନ ଶୁଣି ଓଲଟା ଚୋର କହି ଆହୁରି କଡ଼ା ଗାଳି କରିଥିଲେ।
ମାଡ଼ ଗାଳି ଖାଇବା ପରେ ଧକେଇ ଧକେଇ କାନ୍ଦି ଘରକୁ ଫେରିଥିଲା କୃଷ୍ଣେନ୍ଦୁ। ଘର ଭିତରେ ପଶି କବାଟ କିଳି ଦେଇଥିଲା। କିଛି ସମୟ ବିତିବା ପରେ ଘର ଲୋକେ ଖୋଜାଖୋଜି କରିବାରୁ ବନ୍ଦ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା କୃଷ୍ଣେନ୍ଦୁଙ୍କୁ। ମୁହଁରୁ ବାଚୁ ବାହାରୁଥିବା ଦେଖି ତୁରନ୍ତ ତାକୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଆଇସିୟୁରେ ଭର୍ତ୍ତି ହେବାର କିଛି ସମୟେ ପରେ କୃଷ୍ଣେନ୍ଦୁଙ୍କ ମୃତ୍ୟୁ ହୋଇଥିଲା
ଏହାପରେ ପରିବାର ଲୋକ ପାଗଳପ୍ରାୟ ହୋଇଯାଇଥିଲେ। କୃଷ୍ଣେନ୍ଦୁ ବନ୍ଦ ଥିବା ଘରେ ଖୋଜାଖୋଜି କରିବା ପରେ ମିଳିଥିଲା ଅଧା ସରିଯାଇଥିବା କୀଟନାଶକର ଏକ ବୋତଲ ଆଉ ସୁଇସାଇଡ୍ ନୋଟ୍...
ଯେଉଁଥିରେ ଲେଖାଥିଲା ମାଆ ମୁଁ ଚୋର ନୁହେଁ.... ମୁଁ ଚୋରି କରି ନାହିଁ... ମୋତେ କୁରକୁରେ ଖୁବ୍ ଭଲ ଲାଗେ.....
ଘଟଣାରେ ପରିବାର ଲୋକ ଥାନାରେ ମାମଲା ରୁଜୁ କରିଥିଲେ। ଦୋକାନୀ ଜଣଙ୍କ ସ୍ଥାନୀୟ ପୁଲିସରେ ସିଭିକ୍ ଭଲ୍ୟୁଣ୍ଟର କାମ କରୁଥିଲେ। ପ୍ରଥମେ ତ ସେ ପିଲାଙ୍କୁ ଗାଳି ମନ୍ଦ ଦେବା କଥା ଅସ୍ୱୀକାର କରିଥିଲେ। ହେଲେ କୃଷ୍ଣେନ୍ଦୁଙ୍କ ମୃତ୍ୟୁ ପରେ ସେ ଫେରାର୍ ହୋଇଯାଇଛି। ମାମଲାରେ ପୁଲିସ ତଦନ୍ତ ଜାରି ରଖିଛି...।
ବିଦ୍ର- ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ,
ଏହା ଆଇନତଃ ଅପରାଧ