ମାଆ ସମଲେଶ୍ବରୀଙ୍କ ପୀଠରେ ନବରାତ୍ର ପୂଜା, ଦର୍ଶନ ପାଇଁ ଲାଗିଛି ଗହଳି
ଭୁବନେଶ୍ୱର ୦୩/୧୦: ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଆରାଧ୍ୟଦେବୀ ମାଆ ସମଲେଶ୍ୱେରୀଙ୍କ ପୀଠରେ ନବରାତ୍ର ଆରମ୍ଭ ହୋଇଛି । ବୁଧବାରଠାରୁ ମାଆ ଶ୍ରଦ୍ଧାଳୁ ଧବଳମୂଖି ବେଶରେ ଦର୍ଶନ ଦେଉଛନ୍ତି । ମହାଳୟା ଅମାବାସ୍ୟା ଠାରୁ, ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ୧୬ଦିନ ପୂଜା ଆରମ୍ଭ ହୋଇଯାଇଥିବା ବେଳେ, ଆଜିଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି । ମାଁ ସମଲେଶ୍ବରୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ, ମନ୍ଦିର ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ, ସେଥିପାଇଁ ଧାଡିର ବ୍ୟବସ୍ଥା କରାଯାଇଛି । ମାଆ ସମଲେଶ୍ବରୀଙ୍କ ମହାଳୟା ଅମବାସ୍ୟା ଦିନ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଥିବା ବେଳେ, କୁମାର ପୂର୍ଣ୍ଣମୀଦିନ ରାଜରାଜେଶ୍ବରୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନ୍ଦିରରେ ସମାଗମ ହୋଇଥାଏ ।
ଭୁବନେଶ୍ୱର ୦୩/୧୦: ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଆରାଧ୍ୟଦେବୀ ମାଆ ସମଲେଶ୍ୱେରୀଙ୍କ ପୀଠରେ ନବରାତ୍ର ଆରମ୍ଭ ହୋଇଛି । ବୁଧବାରଠାରୁ ମାଆ ଶ୍ରଦ୍ଧାଳୁ ଧବଳମୂଖି ବେଶରେ ଦର୍ଶନ ଦେଉଛନ୍ତି ।
ମହାଳୟା ଅମାବାସ୍ୟା ଠାରୁ, ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ୧୬ଦିନ ପୂଜା ଆରମ୍ଭ ହୋଇଯାଇଥିବା ବେଳେ, ଆଜିଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି । ମାଁ ସମଲେଶ୍ବରୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ, ମନ୍ଦିର ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ, ସେଥିପାଇଁ ଧାଡିର ବ୍ୟବସ୍ଥା କରାଯାଇଛି । ମାଆ ସମଲେଶ୍ବରୀଙ୍କ ମହାଳୟା ଅମବାସ୍ୟା ଦିନ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଥିବା ବେଳେ, କୁମାର ପୂର୍ଣ୍ଣମୀଦିନ ରାଜରାଜେଶ୍ବରୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନ୍ଦିରରେ ସମାଗମ ହୋଇଥାଏ ।