ମାଇକ୍ରୋସଫ୍ଟ ସର୍ଭର ଡାଉନ : ଭାରତ ସମେତ ସାରା ବିଶ୍ବରେ ଟେଲିକମ୍, ଏୟାରଲାଇନ୍ସ, ବ୍ୟାଙ୍କ ସେବା ପ୍ରଭାବିତ
ନୂଆଦିଲ୍ଲୀ : ସାରା ବିଶ୍ବରେ ଦେଖା ଦେଇଛି ବଡ଼ ଆଇଟି ସମସ୍ୟା। ମାଇକ୍ରୋସଫ୍ଟ ସର୍ଭରରେ ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଭାରତ ସମେତ ସାରା ବିଶ୍ବରେ ଟେଲିକମ୍, ଏୟାରଲାଇନ୍ସ, ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି। ମାଇକ୍ରୋସଫ୍ଟ କହିଛି ଯେ କ୍ରାଉଡ୍ ଷ୍ଟ୍ରାଇକ୍ ନାମକ ଏକ ଆଣ୍ଟି-ଭାଇରସ୍ କମ୍ପାନୀ ଅପଡେଟ୍ ହୋଇଥିବା ଯୋଗୁଁ ଏହି ସମସ୍ୟା ଘଟୁଛି। ଖବର ଅନୁଯାୟୀ, ମାଇକ୍ରୋସଫ୍ଟ ସର୍ଭର ଡାଉନ ହେବା କାରଣରୁ ଆଜି ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ ଓ ବ୍ରିଟେନ ସମେତ ଅନେକ ଦେଶରେ […]

ନୂଆଦିଲ୍ଲୀ : ସାରା ବିଶ୍ବରେ ଦେଖା ଦେଇଛି ବଡ଼ ଆଇଟି ସମସ୍ୟା। ମାଇକ୍ରୋସଫ୍ଟ ସର୍ଭରରେ ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଭାରତ ସମେତ ସାରା ବିଶ୍ବରେ ଟେଲିକମ୍, ଏୟାରଲାଇନ୍ସ, ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି। ମାଇକ୍ରୋସଫ୍ଟ କହିଛି ଯେ କ୍ରାଉଡ୍ ଷ୍ଟ୍ରାଇକ୍ ନାମକ ଏକ ଆଣ୍ଟି-ଭାଇରସ୍ କମ୍ପାନୀ ଅପଡେଟ୍ ହୋଇଥିବା ଯୋଗୁଁ ଏହି ସମସ୍ୟା ଘଟୁଛି।
ଖବର ଅନୁଯାୟୀ, ମାଇକ୍ରୋସଫ୍ଟ ସର୍ଭର ଡାଉନ ହେବା କାରଣରୁ ଆଜି ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ ଓ ବ୍ରିଟେନ ସମେତ ଅନେକ ଦେଶରେ ବିମାନ ସେବା ସହ ବ୍ୟାଙ୍କିଙ୍ଗ, ହସ୍ପିଟାଲ, ଟେଲିକମ୍, ମିଡିଆ ଇତ୍ୟାଦି କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି । ବିମାନ ବନ୍ଦରରେ ଅନେକ ବିମାନ ଉଡାଣ ଭରିପାରୁନାହାଁନ୍ତି । ସ୍ପାଇସଜେଟ୍ ଓ ଇଣ୍ଡିଗୋ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏୟାରପୋର୍ଟରେ ଚେକ୍ ଇନ୍ ଏବଂ ଚେକ୍ ଆଉଟ୍ ସୁବିଧା ବନ୍ଦ ହୋଇଛି । ବୁକିଂ ସେବା ମଧ୍ୟ ପ୍ରଭାବିତ ହୋଇଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଆମେରିକୀୟ ବିମାନ ସେବା ଉପରେ ପଡିଛି । ଆମେରିକାର ଅନେକ ଭାଗରେ ଜରୁରିକାଳୀନ ସେବା ୯୧୧ ମଧ୍ୟ ପ୍ରଭାବିତ ହୋଇଛି । ଏଥିଯୋଗୁଁ ନନ୍ ଏମରଜେନ୍ସି କଲ୍ ସେଣ୍ଟରର ସେବା ମଧ୍ୟ ପ୍ରଭାବିତ ହୋଇଛି । ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜର୍ମାନୀରେ ମଧ୍ୟ ବ୍ୟାଙ୍କିଂ, ଟେଲିକମ୍, ମିଡିଆ ଆଉଟଲେଟ୍ ଏବଂ ଏୟାରଲାଇନ୍ସର ସେବା ପ୍ରଭାବିତ ହୋଇଛି । କେବଳ ବିମାନ ସେବା ନୁହେଁ, ବରଂ ଅନେକ ଦେଶରେ ବ୍ୟାଙ୍କିଂ ସେବାଠୁ ଆରମ୍ଭ କରି ଟିକେଟ୍ ବୁକିଂ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।
ଭାରତରେ ମଧ୍ୟ ବିମାନବନ୍ଦର ଗୁଡିକରେ ବିମାନ ଅଟକି ରହିଛି
ଦିଲ୍ଲୀ , ମୁମ୍ବା। ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି। ଆକାସା ଏୟାରଲାଇନ୍ସ ଦେଇଥିବା ସୂଚନାରେ କୁହାଯାଇଛି ଯେ ମୁମ୍ବାଇ ଏବଂ ଦିଲ୍ଲୀ ବିମାନବନ୍ଦରରେ ସେମାନଙ୍କର କିଛି ଅନଲାଇନ୍ ସେବା କିଛି ସମୟ ପାଇଁ ବନ୍ଦ ରହିବ। ଆକାସାଙ୍କ ତରଫରୁ କୁହାଯାଇଥିଲା ଯେ ‘ ଟେକ୍ନିକାଲ ସମସ୍ୟା ହେତୁ ଅନଲାଇନ୍ ବୁକିଂ, ଚେକ୍ ଇନ୍ ଏବଂ ବୁକିଂ ମ୍ୟାନେଜମେଣ୍ଟ ଭଳି ସେବା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି।’ ଏୟାରଲାଇନ୍ସ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ‘ବର୍ତ୍ତମାନ ବିମାନବନ୍ଦରରେ ଚେକ୍ ଇନ୍ ଏବଂ ବୋର୍ଡିଂ ପ୍ରକ୍ରିୟା ମ୍ୟାନୁଆଲରେ କରାଯାଉଛି।