ମାଇକ୍ରୋସଫ୍ଟ ସର୍ଭର ତ୍ରୁଟି: ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ

ଭୁବନେଶ୍ୱର,୧୯।୭: ମାଇକ୍ରୋସଫ୍ଟ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁ ଶୁକ୍ରବାର ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଫଳରେ ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍‌ ଇନ୍‌ ହେଉଥିବା ସେ ପ୍ରକାଶ କରିଛନ୍ତି। ଏପରିକି ମାନୁଆଲି ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଦିଆଯାଉଛି। ଏନେଇ ବିମାନ ଛାଡ଼ିବା ବିଳମ୍ବ ହେଉଥିବା ସୂଚନା ମିଳିଛି। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ମାଇକ୍ରୋସଫ୍ଟ ସର୍ଭରରେ ତ୍ରୁଟି ଯୋଗୁ ବିମାନ ସେବା […] The post ମାଇକ୍ରୋସଫ୍ଟ ସର୍ଭର ତ୍ରୁଟି: ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ appeared first on Dharitri Odia News.

ମାଇକ୍ରୋସଫ୍ଟ ସର୍ଭର ତ୍ରୁଟି: ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ

ଭୁବନେଶ୍ୱର,୧୯।୭: ମାଇକ୍ରୋସଫ୍ଟ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁ ଶୁକ୍ରବାର ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଫଳରେ ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍‌ ଇନ୍‌ ହେଉଥିବା ସେ ପ୍ରକାଶ କରିଛନ୍ତି। ଏପରିକି ମାନୁଆଲି ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଦିଆଯାଉଛି। ଏନେଇ ବିମାନ ଛାଡ଼ିବା ବିଳମ୍ବ ହେଉଥିବା ସୂଚନା ମିଳିଛି। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ, ମାଇକ୍ରୋସଫ୍ଟ ସର୍ଭରରେ ତ୍ରୁଟି ଯୋଗୁ ବିମାନ ସେବା ଯୋଗାଉଥିବା ୩ଟି ବିମାନ କମ୍ପାନୀର ସର୍ଭର ଏକ ପ୍ରକାର ଠପ୍‌ ହୋଇଯାଇଛି। ଫଳରେ ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସର ଓ୍ବେବ ଚେକ୍‌ ଇନ୍‌ରେ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ସମେତ ଦେଶର ଅନେକ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି।

The post ମାଇକ୍ରୋସଫ୍ଟ ସର୍ଭର ତ୍ରୁଟି: ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ appeared first on Dharitri Odia News.