ମାଇକ୍ରୋସଫ୍ଟରେ ପୁଣି ଛଟେଇ ଆରମ୍ଭ: କର୍ମଚାରୀଙ୍କ ମଧ୍ୟରେ ପଡ଼ିଲା ଚହଳ
ଓ୍ବାଶିଂଟନ୍,୪।୨: ଟେକ୍ ଜଗତରେ ଛଟେଇର ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅନେକ ପ୍ରମୁଖ କମ୍ପାନୀ ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି। ଆମାଜନ ପରେ ମାଇକ୍ରୋସଫ୍ଟ ମଧ୍ୟ କାର୍ଯ୍ୟଦକ୍ଷତା ଆଧାରରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି । କମ୍ପାନୀର ଆଶା ପୂରଣ କରି ନ ଥିବା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଉଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟ ପ୍ରଭାବିତ କର୍ମଚାରୀମାନଙ୍କୁ ଜଣାଇଛି ଯେ ଟର୍ମିନେସନ ନୋଟିସ ପାଇବା ମାତ୍ରେ, କମ୍ପାନୀର […] The post ମାଇକ୍ରୋସଫ୍ଟରେ ପୁଣି ଛଟେଇ ଆରମ୍ଭ: କର୍ମଚାରୀଙ୍କ ମଧ୍ୟରେ ପଡ଼ିଲା ଚହଳ appeared first on Dharitri Odia News.
ଓ୍ବାଶିଂଟନ୍,୪।୨: ଟେକ୍ ଜଗତରେ ଛଟେଇର ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅନେକ ପ୍ରମୁଖ କମ୍ପାନୀ ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି। ଆମାଜନ ପରେ ମାଇକ୍ରୋସଫ୍ଟ ମଧ୍ୟ କାର୍ଯ୍ୟଦକ୍ଷତା ଆଧାରରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି । କମ୍ପାନୀର ଆଶା ପୂରଣ କରି ନ ଥିବା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଉଥିବା ସୂଚନା ମିଳିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟ ପ୍ରଭାବିତ କର୍ମଚାରୀମାନଙ୍କୁ ଜଣାଇଛି ଯେ ଟର୍ମିନେସନ ନୋଟିସ ପାଇବା ମାତ୍ରେ, କମ୍ପାନୀର କାର୍ଯ୍ୟାଳୟ ଏବଂ ସିଷ୍ଟମରେ ସେମାନଙ୍କର ଆକ୍ସେସ ବାତିଲ କରାଯିବ ଏବଂ ସେମାନଙ୍କୁ ଆଗକୁ କାମ କରିବାକୁ ଅନୁମତି ଦିଆଯିବ ନାହିଁ। କେତେକ କର୍ମଚାରୀ ଏହା ମଧ୍ୟ ନିଶ୍ଚିତ କରିଛନ୍ତି, ସେମାନଙ୍କ ଚାକିରିରୁ ବହିଷ୍କାର ବଦଳରେ କମ୍ପାନୀ କୌଣସି କ୍ଷତିପୂରଣ ପ୍ରଦାନ କରିନାହିଁ। ଏଥିସହ ସେମାନଙ୍କ ସ୍ବାସ୍ଥ୍ୟସେବା ମଧ୍ୟ ବନ୍ଦ ରହିଛି। ସୂଚନାଯୋଗ୍ୟ, କାର୍ଯ୍ୟଦକ୍ଷତା ଆଧାରରେ ଛଟେଇ ସହିତ ସୁରକ୍ଷା, ଗେମିଂ, ଡିଭାଇସ ଓ ସେଲ୍ସ ଟିମ୍ରୁ ଲୋକଙ୍କୁ ଛଟେଇ କରି କମ୍ପାନୀ ଖର୍ଚ୍ଚ ମଧ୍ୟ ହ୍ରାସ କରୁଛି।
ମାଇକ୍ରୋସଫ୍ଟ ଏହାର ଟର୍ମିନେସନ ଚିଠିରେ ସ୍ପଷ୍ଟ କରିଛି ଯେ, ଯଦି ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ କେହି ପୁନର୍ବାର ଚାକିରି ପାଇଁ ଆବେଦନ କରନ୍ତି, ତେବେ ସେମାନଙ୍କପୂର୍ବ ପ୍ରଦର୍ଶନ ଏବଂ ଚାକିରିରୁ ବହିଷ୍କାର ହେବାର କାରଣକୁ ବିଚାରକୁ ନିଆଯିବ। ଭବିଷ୍ୟତରେ ଯେଉଁ କର୍ମଚାରୀମାନେ କମ୍ପାନୀରେ ପୁନର୍ବାର ଯୋଗ ଦେବାକୁ ଯୋଜନା କରୁଥିଲେ ସେମାନଙ୍କ ପାଇଁ ଏହା ଏକ ଝଟକା ହୋଇପାରେ । ଏହି ପର୍ଯ୍ୟାୟ ଛଟେଇ ପାଇଁ କମ୍ପାନୀ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଏପରିକି ବରିଷ୍ଠ କର୍ମଚାରୀମାନେ ମଧ୍ୟ ଏଥିରେ ପ୍ରଭାବିତ ହେଉଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏବେ ଉଚ୍ଚ ପଦବୀରେ ମଧ୍ୟ ପ୍ରଦର୍ଶନର ମୂଲ୍ୟାୟନ କରାଯାଉଛି। ତେବେ ଭବିଷ୍ୟତରେ ପୁନଃ ନିଯୁକ୍ତି ଉପରେ ମଧ୍ୟ କମ୍ପାନୀ ବିଚାର କରୁଛି। ବର୍ତ୍ତମାନ କମ୍ପାନୀରେ ୨,୨୮,୦୦୦ରୁ ଅଧିକ ପୂର୍ଣ୍ଣକାଳୀନ କର୍ମଚାରୀ କାର୍ଯ୍ୟ କରୁଛନ୍ତି।
The post ମାଇକ୍ରୋସଫ୍ଟରେ ପୁଣି ଛଟେଇ ଆରମ୍ଭ: କର୍ମଚାରୀଙ୍କ ମଧ୍ୟରେ ପଡ଼ିଲା ଚହଳ appeared first on Dharitri Odia News.