ମାଓବାଦୀ ଅଞ୍ଚଳରେ ସୁରକ୍ଷିତ ପହଁଚିଲେ ପୋଲିଂ ଟିମ
ନୂଆପଡା: ସୋମବାର ଦିନ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ନିର୍ବାଚନ। ଜିଲ୍ଲାରେ ନିରପେକ୍ଷ ଏବଂ ଅବାଧ ନିର୍ବାଚନ ପରିଚାଳନା ସକାଶେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଖଡିଆଳ ଏବଂ ନୂଆପଡାର ମୋଟ ୬୦୪ଗୋଟି ବୁଥରେ ପୋଲିଂ ଟିମ ପହନଚିଯାଇଛି। ଅଭୟାରଣ୍ୟ ଭିତରେ ୫ଟି ପୋଲିଂ ବୁଥ ସୁନାବେଡା, ଗାତିବେଡା, ଦେଓସିଲ, ସୋସେଙ୍ଗ, ଜାମଗାଁ ରହିଛି। ଖରିଆରରୋଡ ସ୍ଥିତ ଗୋତମା ଉଡାଜାହାଜ ପଡିଆରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୫ଟି ବୁଥର ପୋଲିଂ […]

ନୂଆପଡା: ସୋମବାର ଦିନ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ନିର୍ବାଚନ। ଜିଲ୍ଲାରେ ନିରପେକ୍ଷ ଏବଂ ଅବାଧ ନିର୍ବାଚନ ପରିଚାଳନା ସକାଶେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଖଡିଆଳ ଏବଂ ନୂଆପଡାର ମୋଟ ୬୦୪ଗୋଟି ବୁଥରେ ପୋଲିଂ ଟିମ ପହନଚିଯାଇଛି।
ଅଭୟାରଣ୍ୟ ଭିତରେ ୫ଟି ପୋଲିଂ ବୁଥ ସୁନାବେଡା, ଗାତିବେଡା, ଦେଓସିଲ, ସୋସେଙ୍ଗ, ଜାମଗାଁ ରହିଛି। ଖରିଆରରୋଡ ସ୍ଥିତ ଗୋତମା ଉଡାଜାହାଜ ପଡିଆରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୫ଟି ବୁଥର ପୋଲିଂ ପାର୍ଟିକୁ ଥରକୁ ୧୪ ଜଣ କରି ସୁନାବେଡାକୁ ପଠାଯାଇଛି। ସେମାନେ ସୁନାବେଡା, ସୋସେଙ୍ଗ ସିଆର୍ପିଏଫ୍ କ୍ୟାମ୍ପରେ ରାତ୍ରି ଯାପନ କରିବେ। ସୋମବାର ସକାଳେ ସୁରକ୍ଷା ବଳରେ ପୋଲିଂ ବୁଥକୁ ନେଇ ଛଡା ହେଲା ପରେ ଭୋଟିଂ କାର୍ଯ୍ୟ ଆରମ୍ଭ ହେବ।
ଜିଲାପାଳ ତଥା ନିର୍ବାଚନ ଅଧିକାରୀ ହେମକାନ୍ତ ସାୟଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀମାନେ ଇଭିଏମ୍କୁ ଟିକିନିଖି ଯାଞ୍ଚ କରିଥିଲେ। ପୋଲିଂ ପାର୍ଟିକୁ ତାଲିମ ଦିଆଯାଇ ବୁଥ୍ ଅଭିମୁଖେ ପ୍ରେରଣ କରାଯାଇଛି। ଜିଲାର ନୂଆପଡ଼ା ଓ ଖଡ଼ିଆଳ ନିର୍ବାଚନମଣ୍ଡଳୀରେ ମୋଟ ୬୦୪ଟି ବୁଥ୍ ରହିଛି। ଶନିବାର ଖଡିଆଳ ନିର୍ବାଚନମଣ୍ଡଳୀର ୨୮୨ ବୁଥ ପାଇଁ ପୋଲିଂ ପାର୍ଟି ପହଞ୍ଚତ୍ ସାରିଛନ୍ତି। ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୩୦୨ବୁଥ ରହିଥିବାବେଳେ ରବିବାର ସମସ୍ତ ପୋଲିଂ ପାର୍ଟି ବୁଥ ଅଭିମୁଖେ ଯାଇଛନ୍ତି।
ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର, ଅତିରିକ୍ତ ଜିଲାପାଳ ଭୀମସେନ ଶବର, ନୂଆପଡା ନିର୍ବାଚନମଣ୍ଡଳୀ ନିର୍ବାଚନ ଅଧିକାରୀ ଓ ଖଡିଆଳ ନିର୍ବାଚନମଣ୍ଡଳୀ ନିର୍ବାଚନ ଅଧିକାରୀ ଭାବରେ ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଅତିରିକ୍ତ ଜିଲାପାଳ (ରାଜସ୍ବ) ସୁବାସ ଚନ୍ଦ୍ର ରଏତ ଓ ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ପ୍ରମୁଖ ନିର୍ବାଚନ ପରିଚାଳନା କରୁଛନ୍ତି।