ମାଓବାଦୀ-ଯବାନ ଗୁଳି ବିନିମୟ

ପାଇକମାଳ,୯।୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରେ ମଙ୍ଗଳବାର ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି । କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓବାଦୀ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଫୁଟାଇଥିଲେ। ଯବାନ ଏହାର ପାଲଟା ଜବାବ ଦେଇଥିଲେ। ହେଲେ ଗୁଳି ବିନିମୟରେ କେହି ମୃତାହତ ହୋଇଥିବା ଖବର ମିଳିପାରି ନାହିଁ। ହେଲେ ଗନ୍ଧମାର୍ଦ୍ଦନ ପର୍ବତରୁ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ବେଳେ […] The post ମାଓବାଦୀ-ଯବାନ ଗୁଳି ବିନିମୟ appeared first on Dharitri Odia News.

ମାଓବାଦୀ-ଯବାନ ଗୁଳି ବିନିମୟ

ପାଇକମାଳ,୯।୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରେ ମଙ୍ଗଳବାର ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି । କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓବାଦୀ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଫୁଟାଇଥିଲେ। ଯବାନ ଏହାର ପାଲଟା ଜବାବ ଦେଇଥିଲେ।

ହେଲେ ଗୁଳି ବିନିମୟରେ କେହି ମୃତାହତ ହୋଇଥିବା ଖବର ମିଳିପାରି ନାହିଁ। ହେଲେ ଗନ୍ଧମାର୍ଦ୍ଦନ ପର୍ବତରୁ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ବେଳେ ସେମାନେ ବ୍ୟବହୃତ କରୁଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

 

The post ମାଓବାଦୀ-ଯବାନ ଗୁଳି ବିନିମୟ appeared first on Dharitri Odia News.