ମାଓବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ହାଣିଦେଲେ

ମାଲକାନଗିରି.୨୭।୧: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ଛତିଶଗଡ଼ ବିଜାପୁର କେଶମୁଣ୍ଡି ଗାଁରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ କେଶମୁଣ୍ଡି ଗାଁରେ ପଶି ଜଣଙ୍କୁ କୁରାଢିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ କେଶମୁଣ୍ଡି ଗାଁର ୪୧ ବର୍ଷୀୟ ଯୁବକ ଭାଦୁ ସୋଧି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଏନେଇ ଗାଁ ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ ପୋଲିସ ଗାଁ ପହଞ୍ଚି ମୃତଦେହ ଜବତ କରି […] The post ମାଓବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ହାଣିଦେଲେ appeared first on Dharitri Odia News.

ମାଓବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ହାଣିଦେଲେ

ମାଲକାନଗିରି.୨୭।୧: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ଛତିଶଗଡ଼ ବିଜାପୁର କେଶମୁଣ୍ଡି ଗାଁରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ କେଶମୁଣ୍ଡି ଗାଁରେ ପଶି ଜଣଙ୍କୁ କୁରାଢିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ କେଶମୁଣ୍ଡି ଗାଁର ୪୧ ବର୍ଷୀୟ ଯୁବକ ଭାଦୁ ସୋଧି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଏନେଇ ଗାଁ ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ ପୋଲିସ ଗାଁ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ଏକ ପୋଲିସ ଟିମ୍‌ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛି।

ସୂଚନାଯୋଗ୍ୟ, ଗତ ଜାନୁୟାରୀ ୬ତାରିଖରେ ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ଏକ ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ୯ଜଣ ଯବାନ ଶହୀଦ ହୋଇଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ୫୦ ଫୁଟ ଉପରକୁ ଯବାନଙ୍କ ଗାଡ଼ି ଉଡି ଯାଇଥିଲା।

The post ମାଓବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ହାଣିଦେଲେ appeared first on Dharitri Odia News.