ମାଓବାଦୀଙ୍କ ବର୍ବରତା, ପୋଲିସ ଇନ୍ଫର୍ମର ସନ୍ଦେହରେ ନାଏବ ସରପଞ୍ଚଙ୍କ ଗଳା କାଟି ହତ୍ୟା
ମାଲକାନଗିରି ୦୬।୦୫ : ଅପରେସନ "କାଗାର"କୁ ନେଇ ଭୟବୀତ ହୋଇପଡିଛି ଲାଲ୍ ବାହିନୀ । ପତ୍ର ମାଧ୍ୟମରେ ସରକାରଙ୍କୁ ଶାନ୍ତିର ବାର୍ତ୍ତା ଦେଇଥିଲେ ମାଓବାଦୀ ।ହେଲେ ଛତିଶଗଡ ସରକାର ଏହାକୁ ମନା କରିବା ପରେ ମାଓବାଦୀଙ୍କୁ ସମର୍ଥନ କରୁଥିବା କିଛି ସଂଗଠନ ରାଜରାସ୍ତାରେ ଆସି ମାଓ ବିରୋଧୀ ଅପରେସନକୁ ବିରୋଧ କରିଥିଲେ। ମଙ୍ଗଳବାର ଦିନ ମାଓବାଦୀ ମାନେ କେରେଗୁଟ୍ଟା ପାହାଡ଼ରେ IED ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୨ ଜଣ ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଛତିଶଗଡ଼ ତେଲେଙ୍ଗାନା ସୀମାରେ ଚାଲିଥିବା ମାଓ ବିରୋଧୀ ଅପରେସନ ୧୫ ଦିନରେ ପହଞ୍ଚିଛି । ହେଲେ କେରେଗୁଟ୍ଟା ପାହାଡକୁ ସୁରକ୍ଷା କର୍ମୀ ଘେରି ରହିଥିବା ବେଳେ ପାହାଡ ଉପରେ ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ କରିଛନ୍ତି ସୁରକ୍ଷା ବାହିନୀ । ଯାହାକୁ ନେଇ ଏବେ ଭୟରେ ଲାଲ୍ ବାହିନୀ । ଗୋଟିଏ ପଟେ ଆଇଇଡି ବିସ୍ଫୋରଣ ଯୋଗୁଁ ଦୁଇ ଜଣ ଏସଟିଏଫ ଜବାନ ଆହତ ହୋଇଥିବା ବେଳେ ଅନ୍ୟ ପଟେ ମାଲକାନଗିରି ଛତିଶଗଡ ସୀମାନ୍ତରେ ଖେଳିଛନ୍ତି ରକ୍ତର ହୋଲି । ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ତାର୍ଲବେଡା ନାୟବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ମୁଚାକି ରାମା । ଏହି ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
ମାଲକାନଗିରି ୦୬।୦୫ : ଅପରେସନ "କାଗାର"କୁ ନେଇ ଭୟବୀତ ହୋଇପଡିଛି ଲାଲ୍ ବାହିନୀ । ପତ୍ର ମାଧ୍ୟମରେ ସରକାରଙ୍କୁ ଶାନ୍ତିର ବାର୍ତ୍ତା ଦେଇଥିଲେ ମାଓବାଦୀ ।ହେଲେ ଛତିଶଗଡ ସରକାର ଏହାକୁ ମନା କରିବା ପରେ ମାଓବାଦୀଙ୍କୁ ସମର୍ଥନ କରୁଥିବା କିଛି ସଂଗଠନ ରାଜରାସ୍ତାରେ ଆସି ମାଓ ବିରୋଧୀ ଅପରେସନକୁ ବିରୋଧ କରିଥିଲେ। ମଙ୍ଗଳବାର ଦିନ ମାଓବାଦୀ ମାନେ କେରେଗୁଟ୍ଟା ପାହାଡ଼ରେ IED ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୨ ଜଣ ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଛତିଶଗଡ଼ ତେଲେଙ୍ଗାନା ସୀମାରେ ଚାଲିଥିବା ମାଓ ବିରୋଧୀ ଅପରେସନ ୧୫ ଦିନରେ ପହଞ୍ଚିଛି । ହେଲେ କେରେଗୁଟ୍ଟା ପାହାଡକୁ ସୁରକ୍ଷା କର୍ମୀ ଘେରି ରହିଥିବା ବେଳେ ପାହାଡ ଉପରେ ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ କରିଛନ୍ତି ସୁରକ୍ଷା ବାହିନୀ । ଯାହାକୁ ନେଇ ଏବେ ଭୟରେ ଲାଲ୍ ବାହିନୀ । ଗୋଟିଏ ପଟେ ଆଇଇଡି ବିସ୍ଫୋରଣ ଯୋଗୁଁ ଦୁଇ ଜଣ ଏସଟିଏଫ ଜବାନ ଆହତ ହୋଇଥିବା ବେଳେ ଅନ୍ୟ ପଟେ ମାଲକାନଗିରି ଛତିଶଗଡ ସୀମାନ୍ତରେ ଖେଳିଛନ୍ତି ରକ୍ତର ହୋଲି । ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ତାର୍ଲବେଡା ନାୟବ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ମୁଚାକି ରାମା । ଏହି ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।