ମାଗଣା ଯାତ୍ରାଠାରୁ ଆରମ୍ଭ କରି ଖାଇବା-ପିଇବା ପର୍ଯ୍ୟନ୍ତ ରିହାତି, ଭୋଟରଙ୍କ ପାଇଁ ଦମ୍ଦାର ଅଫର
ନୂଆଦିଲ୍ଲୀ,୨୫।୫: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟରେ ମତଦାନ। ଦିଲ୍ଲୀ ସିଟ ସମେତ ସାରା ଦେଶରେ ୫୮ଟି ସିଟ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଭୋଟରଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ଉତ୍ସାହିତ କରିବା ଅଭିଯାନରେ କର୍ପୋରେଟ ଜଗତ ମଧ୍ୟ ପଛରେ ନାହିଁ। ଅନେକ କମ୍ପାନୀ ଭୋଟରଙ୍କ ପାଇଁ ବହୁତ ଭଲ ଅଫର ଦେଉଛନ୍ତି । ବିଶେଷକରି ଦିଲ୍ଲୀର ଭୋଟରଙ୍କ ପାଇଁ ଆଜି କମ୍ପାନୀମାନେ ଅନେକ ଅଫର ଦେଇଛନ୍ତି। ମାଗଣା ଯାତ୍ରା ଠାରୁ ଆରମ୍ଭ କରି […] The post ମାଗଣା ଯାତ୍ରାଠାରୁ ଆରମ୍ଭ କରି ଖାଇବା-ପିଇବା ପର୍ଯ୍ୟନ୍ତ ରିହାତି, ଭୋଟରଙ୍କ ପାଇଁ ଦମ୍ଦାର ଅଫର appeared first on Dharitri Odia News.
ନୂଆଦିଲ୍ଲୀ,୨୫।୫: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟରେ ମତଦାନ। ଦିଲ୍ଲୀ ସିଟ ସମେତ ସାରା ଦେଶରେ ୫୮ଟି ସିଟ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଭୋଟରଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ଉତ୍ସାହିତ କରିବା ଅଭିଯାନରେ କର୍ପୋରେଟ ଜଗତ ମଧ୍ୟ ପଛରେ ନାହିଁ। ଅନେକ କମ୍ପାନୀ ଭୋଟରଙ୍କ ପାଇଁ ବହୁତ ଭଲ ଅଫର ଦେଉଛନ୍ତି ।
ବିଶେଷକରି ଦିଲ୍ଲୀର ଭୋଟରଙ୍କ ପାଇଁ ଆଜି କମ୍ପାନୀମାନେ ଅନେକ ଅଫର ଦେଇଛନ୍ତି। ମାଗଣା ଯାତ୍ରା ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ କମ୍ପାନୀଗୁଡିକ ବଡ଼ ରିହାତି ପ୍ରଦାନ କରୁଛନ୍ତି। ସ୍ବିଗି ଏହାର ଡାଇନଆଉଟ କାର୍ଯ୍ୟକ୍ରମ ଅଧୀନରେ ଶନିବାର ପାଇ ୫୦ ପ୍ରତିଶତ ରିହାତି ଘୋଷଣା କରିଛି।
ଆଜି କେବଳ ଦିଲ୍ଲୀର ଭୋଟରଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ଅଫର ନାହିଁ। ଭୋଟରମାନେ ଆଜି ମାଗଣା ଯାତ୍ରାର ଲାଭ ମଧ୍ୟ ପାଇପାରିବେ । ଇଲେକ୍ଟ୍ରିକ ରାଇଡ ଶେୟାରିଂ କମ୍ପାନୀ ବ୍ଲୁସମାର୍ଟ ଦିଲ୍ଲୀ-ଏନସିଆରରେ ଭୋଟ ଦେବାକୁ ଯାଉଥିବା ଲୋକଙ୍କୁ ଭଡା ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି।
ଏଥିସହ ଭୋଟରମାନେ ଚଳଚ୍ଚିତ୍ର ଦେଖିବାରେ ମଧ୍ୟ ଅଫର ପାଇପାରିବେ । ଦିଲ୍ଲୀର ଅନେକ ମଲ୍ଟିପ୍ଲେକ୍ସ ଚଳାଉଥିବା କମ୍ପାନୀ ପିଭିଆର୍ ଆଇନକ୍ସ ଭୋଟରଙ୍କ ପାଇଁ ଏକ ସ୍ବତନ୍ତ୍ର ଅଫର ଉପସ୍ଥାପନ କରିଛି। କମ୍ପାନୀ ଭୋଟରଙ୍କୁ F&B ରିହାତି ପ୍ରଦାନ କରୁଛି। ଏଥିପାଇଁ କମ୍ପାନୀ ନିର୍ବାଚନ ଆୟୋଗ ସହ ସହଭାଗୀ ହୋଇଛି।
The post ମାଗଣା ଯାତ୍ରାଠାରୁ ଆରମ୍ଭ କରି ଖାଇବା-ପିଇବା ପର୍ଯ୍ୟନ୍ତ ରିହାତି, ଭୋଟରଙ୍କ ପାଇଁ ଦମ୍ଦାର ଅଫର appeared first on Dharitri Odia News.