ମା’ଙ୍କ ପାଇଁ ଗଛଟିଏ ଲଗାନ୍ତୁ, ଜଳବାୟୁ ପରିବର୍ତ୍ତନ ରୋକନ୍ତୁ

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ମା’ଙ୍କ ପାଇଁ ଗଛଟିଏ ୩ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ବୃକ୍ଷ ଚାରା ରୋପଣ ପାଇଁ ସ୍ଥାନ ନିରୂପଣ କରାଯିବା ସହ ଯୋଜନାରେ ସାମିଲ କରାଯାଇଥିବା ବିଭିନ୍ନ ସୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚାରା ରୋପଣ ଓ ତାର ଯତ୍ନ ନେବାପାଇଁ ତାଲିମ ପ୍ରଦାନ କରାଯାଇଥିଲା। ମହିଳାମାନଙ୍କୁ ସଶକ୍ତିକରଣ ଓ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ସରକାରଙ୍କ ଏହି ନୂତନ […] The post ମା’ଙ୍କ ପାଇଁ ଗଛଟିଏ ଲଗାନ୍ତୁ, ଜଳବାୟୁ ପରିବର୍ତ୍ତନ ରୋକନ୍ତୁ appeared first on Dharitri Odia News.

ମା’ଙ୍କ ପାଇଁ ଗଛଟିଏ ଲଗାନ୍ତୁ, ଜଳବାୟୁ ପରିବର୍ତ୍ତନ ରୋକନ୍ତୁ

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ମା’ଙ୍କ ପାଇଁ ଗଛଟିଏ ୩ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ବୃକ୍ଷ ଚାରା ରୋପଣ ପାଇଁ ସ୍ଥାନ ନିରୂପଣ କରାଯିବା ସହ ଯୋଜନାରେ ସାମିଲ କରାଯାଇଥିବା ବିଭିନ୍ନ ସୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚାରା ରୋପଣ ଓ ତାର ଯତ୍ନ ନେବାପାଇଁ ତାଲିମ ପ୍ରଦାନ କରାଯାଇଥିଲା। ମହିଳାମାନଙ୍କୁ ସଶକ୍ତିକରଣ ଓ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ସରକାରଙ୍କ ଏହି ନୂତନ ଯୋଜନା କାର୍ଯ୍ୟକାରୀ ହୋଇଛି । ବିଶେଷକରି ମହିଳାମାନେ ଏହି ଯୋଜନାରେ ସାମିଲ ହୋଇ ସହରରେ ରହିଥିବା ପୋଖରୀ ଗୁଡ଼ିକର ହିଡରେ ବୃକ୍ଷ ଚାରା ରୋପଣ ନିମନ୍ତେ ପ୍ରଥମେ ଜାଗା ଚିହ୍ନଟ କରି ବର୍ଷାଦିନ ପୂର୍ବରୁ ବ୍ୟାପକ ପରିମାଣରେ ଔଷଧୀୟ ଗଛ ଲଗାଇ ପାରିବେ । ଯାହାଦ୍ବାରା ଜଳବାୟୁରେ ପରିବର୍ତ୍ତନ ରୋକିବା ସହ ପରିବେଶ ସୁରକ୍ଷା ହୋଇପାରିବ।

ଦିଗପହଣ୍ଡି ସହରର ଥିବା ବହୁ ସଂଖ୍ୟକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପରିଚାଳନାରେ ସ୍ଥାନୀୟ ମଣିମା ପୋଖରୀ, ନେଳିଆ ପୋଖରୀ, ବିଶ୍ୱାସରାୟ ପୋଖରୀ, ନରସିଂହ ପୋଖରୀ ଏବଂ କମା ପୋଖରୀ ହିଡ ରେ ବୃକ୍ଷ ଚାରା ରୋପଣ ନିମନ୍ତେ ଜାଗା ଚିହ୍ନଟ କରାଯାଇଛି । ଆସନ୍ତା ଜୁନ ୫ ରେ ବିଶ୍ବ ପରିବେଶ ଦିବସ ଠାରୁ ଚାରା ରୋପଣ ଓ ତାର ଯତ୍ନ ନେବା ନିମନ୍ତେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ, ସହକାରୀ ଯନ୍ତ୍ରୀ ଇଂ. ମମତା କୁମାରୀ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଇଂ. ରଶ୍ମୀରାଣୀ ନାହାକ, ଗୋଷ୍ଠୀ ସଙ୍ଗଠିକା ସ୍ଯଯଯାରାଣୀ ପଟ୍ଟନାୟକ ଏବଂ ଏନଏସି କର୍ମଚାରୀ ବୃନ୍ଦ ଙ୍କ ସମେତ ମା’ ବାଙ୍କେଶରୀ, ଜୟ ମହାବୀର, ମା’କମଳା, ମା’ ତାରାତାରିଣୀ ଓମ ନମଃ ଶିବାୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

The post ମା’ଙ୍କ ପାଇଁ ଗଛଟିଏ ଲଗାନ୍ତୁ, ଜଳବାୟୁ ପରିବର୍ତ୍ତନ ରୋକନ୍ତୁ appeared first on Dharitri Odia News.