ମା’ଙ୍କ ପୂଜାରେ କରନ୍ତୁନାହିଁ ଏମିତି ଭୁଲ: ଜାଣନ୍ତୁ ଉଁଠି ରଖିବେ ମାତା ସରସ୍ବତୀଙ୍କ ମୂର୍ତ୍ତି

* ପୂର୍ବ ଦିଗକୁ ନୂତନ ଆରମ୍ଭ ବା ନୂଆ ଅବସରର ଦିଗ ବୋଲି ଅନେକେ କହିଥାନ୍ତି। ତେଣୁ ଏହି ଦିଗରେ ମାତା ସରସ୍ବତୀଙ୍କର ଫଟୋ ଅଥବା ମୂର୍ତ୍ତିକୁ ସ୍ଥାପନା କଲେ ବ୍ୟକ୍ତିଙ୍କର ଜ୍ଞାନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବିଦ୍ୟାର୍ଥୀ ବି ଏହି ଦିଗକୁ ମୁହଁ କରି ଅଧ୍ୟୟନ କରିବା ଶୁଭଫଳ ଦେଇଥାଏ। * ଉତ୍ତର ଦିଗକୁ ଶାନ୍ତି, ଜ୍ଞାନ ତଥା ସମୃଦ୍ଧିର ଦିଗ ବୋଲି କୁହାଯାଏ। ଏହି ଦିଗରେ ବି ମାତା ସରସ୍ବତୀଙ୍କର ଫଟୋ […] The post ମା’ଙ୍କ ପୂଜାରେ କରନ୍ତୁନାହିଁ ଏମିତି ଭୁଲ: ଜାଣନ୍ତୁ ଉଁଠି ରଖିବେ ମାତା ସରସ୍ବତୀଙ୍କ ମୂର୍ତ୍ତି appeared first on Dharitri Odia News.

ମା’ଙ୍କ ପୂଜାରେ କରନ୍ତୁନାହିଁ ଏମିତି ଭୁଲ:  ଜାଣନ୍ତୁ ଉଁଠି ରଖିବେ ମାତା ସରସ୍ବତୀଙ୍କ ମୂର୍ତ୍ତି

* ପୂର୍ବ ଦିଗକୁ ନୂତନ ଆରମ୍ଭ ବା ନୂଆ ଅବସରର ଦିଗ ବୋଲି ଅନେକେ କହିଥାନ୍ତି। ତେଣୁ ଏହି ଦିଗରେ ମାତା ସରସ୍ବତୀଙ୍କର ଫଟୋ ଅଥବା ମୂର୍ତ୍ତିକୁ ସ୍ଥାପନା କଲେ ବ୍ୟକ୍ତିଙ୍କର ଜ୍ଞାନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବିଦ୍ୟାର୍ଥୀ ବି ଏହି ଦିଗକୁ ମୁହଁ କରି ଅଧ୍ୟୟନ କରିବା ଶୁଭଫଳ ଦେଇଥାଏ।
* ଉତ୍ତର ଦିଗକୁ ଶାନ୍ତି, ଜ୍ଞାନ ତଥା ସମୃଦ୍ଧିର ଦିଗ ବୋଲି କୁହାଯାଏ। ଏହି ଦିଗରେ ବି ମାତା ସରସ୍ବତୀଙ୍କର ଫଟୋ ଅଥବା ମୂର୍ତ୍ତି ରଖିବା ଶୁଭ ହୋଇଥାଏ। ନିଷ୍ଠାର ସହ ପ୍ରତିଦିନ ମା’ଙ୍କୁ ପୂଜା କରିବା ସହ ତାଙ୍କ ନିକଟରେ ଦୀପ ଜାଳିଲେ ଘରେ ସକରାତ୍ମକ ଊର୍ଜ୍ଜା ବଢିବା ସହ ଉତ୍ତମ ପରିଣାମ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ରହିଛି।
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର-ପୂର୍ବ କୋଣକୁ ବି ଜ୍ଞାନ, ବୁଦ୍ଧି ତଥା ରଚନାତ୍ମକତାର କେନ୍ଦ୍ର ବୋଲି ବିବେଚନା କରାଯାଇଥାଏ। ଏହି କୋଣରେ ବି ମାତା ସରସ୍ବତୀଙ୍କର ମୂର୍ତ୍ତି ଅଥବା ଫଟୋ ରଖି ନିଷ୍ଠାର ସହ ପୂଜା କଲେ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ପଢାରେ ମନ ଲାଗୁ ନଥିଲେ, ଏହି ଦିଗରେ ମା’ଙ୍କ ସମ୍ମୁଖରେ ବିଦ୍ୟାର୍ଥୀଙ୍କୁ ବସାଇ ପଢିବାକୁ କହିଲେ କ୍ରମେ ସେମାନଙ୍କର ପାଠ ପଢିବାକୁ ଇଚ୍ଛା ହୋଇଥାଏ ବୋଲି ବିଶ୍ୱାସ ରହିଛି।

The post ମା’ଙ୍କ ପୂଜାରେ କରନ୍ତୁନାହିଁ ଏମିତି ଭୁଲ: ଜାଣନ୍ତୁ ଉଁଠି ରଖିବେ ମାତା ସରସ୍ବତୀଙ୍କ ମୂର୍ତ୍ତି appeared first on Dharitri Odia News.