ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ, ଚାଳକ ଫେରାର
ଭୁବନ,୯।୪,( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ବୁଧବାର ସକାଳ ସମୟରେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ କଅସର ଗୋଡା ଗ୍ରାମ ନିକଟରୁ ଜବତ କରିଛି। ସେହି ରାସ୍ତା ଦେଇ ବନ ବିଭାଗ ରେଞ୍ଜର ରାକେଶ ଦଳେଇଙ୍କ ନେତୃତ୍ୱରେ ଫରେଷ୍ଟର କଳ୍ପନା ବେହେରା ଫରେଷ୍ଟଗାର୍ଡ ତୁଳସୀ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ପେଟ୍ରୋଲିଙ୍ଗରେ ଯାଉଥିଲେ। ଟ୍ରକ ଚାଳକ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଦୌଡି ପଳେଇ ଯାଇଥିଲେ। ବେଆଇନ […] The post ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ, ଚାଳକ ଫେରାର appeared first on Dharitri Odia News.
ଭୁବନ,୯।୪,( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ବୁଧବାର ସକାଳ ସମୟରେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ କଅସର ଗୋଡା ଗ୍ରାମ ନିକଟରୁ ଜବତ କରିଛି। ସେହି ରାସ୍ତା ଦେଇ ବନ ବିଭାଗ ରେଞ୍ଜର ରାକେଶ ଦଳେଇଙ୍କ ନେତୃତ୍ୱରେ ଫରେଷ୍ଟର କଳ୍ପନା ବେହେରା ଫରେଷ୍ଟଗାର୍ଡ ତୁଳସୀ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ପେଟ୍ରୋଲିଙ୍ଗରେ ଯାଉଥିଲେ। ଟ୍ରକ ଚାଳକ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଦୌଡି ପଳେଇ ଯାଇଥିଲେ। ବେଆଇନ ପଥର ଟ୍ରକ ସନ୍ଦେହରେ ବନବିଭାଗ ଟ୍ରକ ନମ୍ବର ଓଆର ୦୯ – ଏଫ- ୪୩୮୦ କୁ ଜବତ କରିଛନ୍ତି । ବାରମ୍ବାର ଭୁବନ ଅଞ୍ଚଳରେ ବେଆଇନ ପଥର,ବାଲି ଓ କୋଇଲା ଚୋରା କାରବାର ବ୍ୟବସାୟ ବୃଦ୍ଧି ପାଉଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସବୁ ବେଆଇନ କାରବାର ନେଇ ବନ ବିଭାଗ ପେଟ୍ରୋଲିଙ୍ଗ ଜାରି ରଖିଛି।
The post ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ, ଚାଳକ ଫେରାର appeared first on Dharitri Odia News.