ମା’ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୪ା୬: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଜିଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟିରେ ପାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେଠାରେ ପାରମ୍ପାରିକ ନୃତ୍ୟଗୀତ କରି ତାଙ୍କୁ ସ୍ବାଗତ କରାଯାଇଥିଲା। ପରେ ଗ୍ରାମର ସାହି ପଡ଼ୋଶୀ, ବନ୍ଧୁବାନ୍ଧବ ତାଙ୍କୁ ଫୁଲ ଚନ୍ଦନ ପିନ୍ଧାଇ ବନ୍ଦାପନା କରି ନିଜ ବାସଗୃହକୁ ପାଛୋଟି ନେଇଥିଲେ। ନିଜ ବାସଗୃହରେ ବିଶ୍ରାମ ନେଇଥିଲେ। ସେଠାରେ ପଖାଳ ଭାତ, କୁନ୍ଦୁରି, ବାଇଗଣ, […] The post ମା’ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ମା’ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୪ା୬: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଜିଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟିରେ ପାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେଠାରେ ପାରମ୍ପାରିକ ନୃତ୍ୟଗୀତ କରି ତାଙ୍କୁ ସ୍ବାଗତ କରାଯାଇଥିଲା।

ପରେ ଗ୍ରାମର ସାହି ପଡ଼ୋଶୀ, ବନ୍ଧୁବାନ୍ଧବ ତାଙ୍କୁ ଫୁଲ ଚନ୍ଦନ ପିନ୍ଧାଇ ବନ୍ଦାପନା କରି ନିଜ ବାସଗୃହକୁ ପାଛୋଟି ନେଇଥିଲେ। ନିଜ ବାସଗୃହରେ ବିଶ୍ରାମ ନେଇଥିଲେ। ସେଠାରେ ପଖାଳ ଭାତ, କୁନ୍ଦୁରି, ବାଇଗଣ, ଝୁଡ଼ଙ୍ଗ ଆଦି ପ୍ରିୟ ଭଜା ଖାଇଥିଲେ। ସେ ପଖାଳ ଓ ଭଜା ଆଦି ଖାଇବାକୁ ଭଲ ପାଆନ୍ତି। ଆଜି ସେ ତାଙ୍କ ମା ନାଥମଣି ମାଝିଙ୍କ ପଖାଳ ଭାତ ଓ ଭଜା ଖୁଆଇ ଦେଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି କହିଛନ୍ତି। ଏହା ପରେ ଗ୍ରାମରେ ନିମାଣ କରାଯାଇଥିବା ଅସ୍ଥାୟୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମା’ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ପରେ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରି ଆସିଥିଲେ।

The post ମା’ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.