ମା’ଙ୍କୁ ଲୁହା ପାଇପ୍ରେ ପିଟିପିଟି ହତ୍ୟା କଲେ ପୁଅ, ଘରେ କେହି ନ ଥିବା ବେଳେ…
ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କରବାଲୁଆ ଗ୍ରାମ ବନ୍ଧ ସାହିର ଉଲି ବେହେରା(୫୫)ଙ୍କୁ ଗୁରୁବାର ମଧ୍ୟାହ୍ନରେ ତାଙ୍କ ପୁଅ ସନ୍ତୋଷ ବେହେରା(୩୯) ଲୁହା ପାଇପ୍ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ, କେ.ନୂଆଗାଁ ଥାନା ଏସ୍.ଆଇ ଅଞ୍ଜଳି ବେହେରା, ଏଏସ୍ଆଇ ତାରକେଶ୍ୱର ରାଓ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତ ପୁଅଙ୍କୁ ଥାନାକୁ ଉଠାଇ ନେଇ ମାରାଥନ ଜେରା ଚଳାଇଛନ୍ତି। […] The post ମା’ଙ୍କୁ ଲୁହା ପାଇପ୍ରେ ପିଟିପିଟି ହତ୍ୟା କଲେ ପୁଅ, ଘରେ କେହି ନ ଥିବା ବେଳେ… appeared first on Dharitri Odia News.
ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କରବାଲୁଆ ଗ୍ରାମ ବନ୍ଧ ସାହିର ଉଲି ବେହେରା(୫୫)ଙ୍କୁ ଗୁରୁବାର ମଧ୍ୟାହ୍ନରେ ତାଙ୍କ ପୁଅ ସନ୍ତୋଷ ବେହେରା(୩୯) ଲୁହା ପାଇପ୍ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ, କେ.ନୂଆଗାଁ ଥାନା ଏସ୍.ଆଇ ଅଞ୍ଜଳି ବେହେରା, ଏଏସ୍ଆଇ ତାରକେଶ୍ୱର ରାଓ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତ ପୁଅଙ୍କୁ ଥାନାକୁ ଉଠାଇ ନେଇ ମାରାଥନ ଜେରା ଚଳାଇଛନ୍ତି।
ଅଭିଯୁକ୍ତ ପୁଅ ସନ୍ତୋଷ ସାମାନ୍ୟ ମାନସିକ ଅନଗ୍ରସର ବୋଲି ପାଖ ପଡ଼ୋଶୀ ପୋଲିସକୁ କହିଛନ୍ତି। ଗୁରୁବାର ପରିବାରର ସଦସ୍ୟମାନେ ମଜୁରୀ କାମ ପାଇଁ ବାହାରକୁ ଚାଲିଯାଇଥିବା ବେଳେ ମା’ ଓ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପୁଅ ସନ୍ତୋଷ ଉତ୍ତେଜିତ ହୋଇ ଏକ ଭଙ୍ଗା ଲୁହା ପାଣି ପାଇପ୍ରେ ମା’ଙ୍କୁ ଅତି ନୃଶଂସ ଭାବେ ପିଟିପିଟି ମାରିଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି।
The post ମା’ଙ୍କୁ ଲୁହା ପାଇପ୍ରେ ପିଟିପିଟି ହତ୍ୟା କଲେ ପୁଅ, ଘରେ କେହି ନ ଥିବା ବେଳେ… appeared first on Dharitri Odia News.