ମାଛ ପେଟରେ ୨୦ ହଜାର ପ୍ଲାଷ୍ଟିକ ବୋତଲ, ପରିବେଶକୁ ସୁସ୍ଥ ରଖିବାକୁ ଦେଉଛି ବାର୍ତ୍ତା
ମାଛ ପେଟରେ ପ୍ଲାଷ୍ଟିକ ବୋତଲ। ଗୋଟିଏ କି ଦୁଇଟା ନୁହେଁ। ଏକା ଥରକେ ୨୦ ହଜାର ପ୍ଲାଷ୍ଟିକ ବୋତଲ। ପାଣି ଭିତରେ ବୋତଲକୁ ଖାଉଛି ଆଉ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବାର ଲକ୍ଷ୍ୟ ରଖିଛି। ଆଉ ଅନ୍ୟମାନଙ୍କୁ ପରିବେଶ ସୁସ୍ଥ ରଖିବାକୁ ବାର୍ତ୍ତା ବି ଦେଉଛି। ତେବେ ବାର୍ତ୍ତା ତ ଖୁବ୍ ସୁନ୍ଦର ହେଲେ ଆପଣ ଭାବୁଥିବେ ମାଛ ଭିତରେ ୨୦ ହଜାର ପ୍ଲାଷ୍ଟିକ୍ ବୋତଲ କେମିତି ରହିପାରିବ? ଏଠି କହି ରଖୁଛୁ ଯେ, ଇଏ ସତ ମାଛ ନୁହେଁ। ମାଛ ଆକୃତି କରାଯାଇ ସେଥିରେ ବୋତଲ ରଖି ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବାର ବାର୍ତ୍ତା ଦିଆଯାଇଛି। ଆଉ ଏମିତି କରିଛନ୍ତି ବ୍ରହ୍ମପୁରର ସରକାରୀ ଆଇ ଟି ଆଇ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ। ବିଭିନ୍ନ ସମୟରେ ଅଦରକାରୀ ବସ୍ତୁରୁ ଭିନ୍ନ ଭିନ୍ନ ଜିନିଷ ପ୍ରସ୍ତୁତ କରି ବେଶ ସୁନାମ ଅର୍ଜନ କରିଛି ଏହି ଶିକ୍ଷାନୁଷ୍ଠାନ। ଏବେ ବୋତଲ ଖିଆ ମାଛ ପ୍ରସ୍ତୁତ କରି ଛୁଇଁଛି ଆଉ ଏକ ମାଇଲଖୁଣ୍ଟ। ୨୦ ହଜାର ପ୍ଲାଷ୍ଟିକ ବୋତଲରେ ୩୦ ଫୁଟ ଉଚ୍ଚତା ଏବଂ ୧୦୦ କିଲୋ ଓଜନର ଏକ ମାଛ ପ୍ରସ୍ତୁତ କରିଥିବା କହିଛନ୍ତି ଅନୁଷ୍ଠାନର ଶିକ୍ଷକ। ପ୍ଲାଷ୍ଟିକ ମୁକ୍ତ କରିବା ସହ ପରିବେଶକୁ ସୁସ୍ଥ ରଖିବା ଓ ୱେଷ୍ଟ ଟୁ ୱେଲଥକୁ ଗୁରୁତ୍ୱ ଦିଆଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଅନୁଷ୍ଠାନ ଅଧ୍ୟକ୍ଷ । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ୨୦ ହଜାର ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରିଥିଲେ ପାଖାପାଖି ୫୦ ଜଣ ଛ
ମାଛ ପେଟରେ ପ୍ଲାଷ୍ଟିକ ବୋତଲ। ଗୋଟିଏ କି ଦୁଇଟା ନୁହେଁ। ଏକା ଥରକେ ୨୦ ହଜାର ପ୍ଲାଷ୍ଟିକ ବୋତଲ। ପାଣି ଭିତରେ ବୋତଲକୁ ଖାଉଛି ଆଉ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବାର ଲକ୍ଷ୍ୟ ରଖିଛି। ଆଉ ଅନ୍ୟମାନଙ୍କୁ ପରିବେଶ ସୁସ୍ଥ ରଖିବାକୁ ବାର୍ତ୍ତା ବି ଦେଉଛି। ତେବେ ବାର୍ତ୍ତା ତ ଖୁବ୍ ସୁନ୍ଦର ହେଲେ ଆପଣ ଭାବୁଥିବେ ମାଛ ଭିତରେ ୨୦ ହଜାର ପ୍ଲାଷ୍ଟିକ୍ ବୋତଲ କେମିତି ରହିପାରିବ? ଏଠି କହି ରଖୁଛୁ ଯେ, ଇଏ ସତ ମାଛ ନୁହେଁ। ମାଛ ଆକୃତି କରାଯାଇ ସେଥିରେ ବୋତଲ ରଖି ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବାର ବାର୍ତ୍ତା ଦିଆଯାଇଛି। ଆଉ ଏମିତି କରିଛନ୍ତି ବ୍ରହ୍ମପୁରର ସରକାରୀ ଆଇ ଟି ଆଇ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ।
ବିଭିନ୍ନ ସମୟରେ ଅଦରକାରୀ ବସ୍ତୁରୁ ଭିନ୍ନ ଭିନ୍ନ ଜିନିଷ ପ୍ରସ୍ତୁତ କରି ବେଶ ସୁନାମ ଅର୍ଜନ କରିଛି ଏହି ଶିକ୍ଷାନୁଷ୍ଠାନ। ଏବେ ବୋତଲ ଖିଆ ମାଛ ପ୍ରସ୍ତୁତ କରି ଛୁଇଁଛି ଆଉ ଏକ ମାଇଲଖୁଣ୍ଟ। ୨୦ ହଜାର ପ୍ଲାଷ୍ଟିକ ବୋତଲରେ ୩୦ ଫୁଟ ଉଚ୍ଚତା ଏବଂ ୧୦୦ କିଲୋ ଓଜନର ଏକ ମାଛ ପ୍ରସ୍ତୁତ କରିଥିବା କହିଛନ୍ତି ଅନୁଷ୍ଠାନର ଶିକ୍ଷକ। ପ୍ଲାଷ୍ଟିକ ମୁକ୍ତ କରିବା ସହ ପରିବେଶକୁ ସୁସ୍ଥ ରଖିବା ଓ ୱେଷ୍ଟ ଟୁ ୱେଲଥକୁ ଗୁରୁତ୍ୱ ଦିଆଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଅନୁଷ୍ଠାନ ଅଧ୍ୟକ୍ଷ ।
ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ୨୦ ହଜାର ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରିଥିଲେ ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ। ଫିଟର, ଏଗ୍ରିକଲଚର ମେସିନାରୀ, ପେଣ୍ଟର, ଇଲେକ୍ଟ୍ରିସିଆନ ପ୍ରମୁଖ ବିଭାଗର ଛାତ୍ରଛାତ୍ରୀମାନେ ୨୦ ହଜାର ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରି ଏଭଳି ଏକ ବିରାଟକାୟ ମାଛକୁ ପ୍ରସ୍ତୁତ କରିଛନ୍ତି। ଏହି ମାଛକୁ ପ୍ରସ୍ତୁତ କରିବା ପାଇଁ ୧୫ ରୁ ୨୦ ଦିନ ସମୟ ଲାଗିଥିବା କହିଛନ୍ତି ଛାତ୍ରଛାତ୍ରୀ।
ଅନୁଷ୍ଠାନର ଛାତ୍ରୀନିବାସ ପରିସର ରାସ୍ତା ପାର୍ଶ୍ୱରେ ଅବସ୍ଥାପିତ ହୋଇଛି ଏହି ମାଛର ପ୍ରତିକୃତି। ତାକୁ ଯିଏ ବି ଦେଖିବ ନିଶ୍ଚିତ ଭାବେ ଏହାର ପ୍ରଭାବ ପଡିବା ସହ ପ୍ଲାଷ୍ଟିକ ମୁକ୍ତ ସଚେତନ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।