ମାଛ ମାରିବାକୁ ଯାଇ ପାଣି ରେ ପଡି ବୃଦ୍ଧ ଙ୍କ ମୃତ୍ୟୁ, ପୁଲିସ ର ତଦନ୍ତ ଜାରି।
କଳାହାଣ୍ଡି:୧୧/୧୧ ଖବରଦାତା— ସନତ କୁମାର ପ୍ରଧାନି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କୋକସରା ଗ୍ରାମ ର ଘନଶ୍ୟାମ ପରାଭୋଇ(୬୪) ନାମକ ଜଣେ ବୃଦ୍ଧ ଙ୍କ ଚାଷଜମି ରେ ପାଣି ରେ ପଡି ମୃତ୍ୟୁ ହୋଇଛି।ସୂଚନା ଅନୁସାରେ ରବିବାର ଦିନ ୯ ସମୟରେ ଘନଶ୍ୟାମ ପରାଭୋଇ ଘରୁ ନିଜ ଚାଷଜମି କୁ ମାଛ ଧରିବା କୁ ଏକ ଜାଲ ନେଇ ପାଣିଗାଁ ଝରିଆଗୁଡା ରାସ୍ତା ରେ ଥିବା ସାନ ଖମାର ପାଣି ନାଲା ଦେଇ ପାର ହେଉଥିବା […] The post ମାଛ ମାରିବାକୁ ଯାଇ ପାଣି ରେ ପଡି ବୃଦ୍ଧ ଙ୍କ ମୃତ୍ୟୁ, ପୁଲିସ ର ତଦନ୍ତ ଜାରି। appeared first on Odisha.News.

କଳାହାଣ୍ଡି:୧୧/୧୧
ଖବରଦାତା— ସନତ କୁମାର ପ୍ରଧାନି
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କୋକସରା ଗ୍ରାମ ର ଘନଶ୍ୟାମ ପରାଭୋଇ(୬୪) ନାମକ ଜଣେ ବୃଦ୍ଧ ଙ୍କ ଚାଷଜମି ରେ ପାଣି ରେ ପଡି ମୃତ୍ୟୁ ହୋଇଛି।ସୂଚନା ଅନୁସାରେ ରବିବାର ଦିନ ୯ ସମୟରେ ଘନଶ୍ୟାମ ପରାଭୋଇ ଘରୁ ନିଜ ଚାଷଜମି କୁ ମାଛ ଧରିବା କୁ ଏକ ଜାଲ ନେଇ ପାଣିଗାଁ ଝରିଆଗୁଡା ରାସ୍ତା ରେ ଥିବା ସାନ ଖମାର ପାଣି ନାଲା ଦେଇ ପାର ହେଉଥିବା ବେଳେ ଅସାବଧାନତା ଯୋଗୁ ଚାଷ ଜମି ର ପାଣି ରେ ମୁହଁ ମୋଦି ପଡି ଆଉ ବାହାର କୁ ଆସିନପାରି ପାଣି ରେ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ ପ୍ରକାଶ କରିଛି। ଗତକାଲି ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ।ଆଜି ଅପରାହ୍ନ ରେ ଚାଷ ଜମି କୁ ଯାଇଥିବା ଜଣେ ଶ୍ରମିକ ବୃଦ୍ଧ ଙ୍କ ମୃତଦେହ ଚାଷଜମି ରେ ପଡିଥିବା ନେଇ ଲୋକଙ୍କୁ କହିବା ପରେ ମୃତଦେହ ଟି ଘନଶ୍ୟାମ ପରାଭୋଇ ର ବୋଳି ଜଣା ପଡିଥିଲା। ପରେ ପଟିବାର ଲୋକେ ଏନେଇ କୋକସରା ପୁଲିସ କୁ ଖବର ଦେବାପରେ ପୁଲିସ ପହଞ୍ଚି ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି।ଏକ ଅପମୃତ୍ୟୁ ମାମଲା ୨୦/୨୪ ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
The post ମାଛ ମାରିବାକୁ ଯାଇ ପାଣି ରେ ପଡି ବୃଦ୍ଧ ଙ୍କ ମୃତ୍ୟୁ, ପୁଲିସ ର ତଦନ୍ତ ଜାରି। appeared first on Odisha.News.