ମାଛଭଣ୍ଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଖୋଲା ଯିବାକୁ ଦାବି

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ମାଛଭଣ୍ଡାର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଖୋଲା ଯିବାକୁ ମାଛଭଣ୍ଡାର ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଜିଲ୍ଲାପାଳଙ୍କଠାରେ ଦାବି ହୋଇଛି । ସୂଚନା ଯୋଗ୍ୟ ଯେ କରୋନା ସମୟରେ ମାଛଭଣ୍ଡାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ଟି ଶ୍ରେଣୀକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଥିଲା। ସେବେଠାରୁ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ […]

ମାଛଭଣ୍ଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଖୋଲା ଯିବାକୁ ଦାବି

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ମାଛଭଣ୍ଡାର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଖୋଲା ଯିବାକୁ ମାଛଭଣ୍ଡାର ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଜିଲ୍ଲାପାଳଙ୍କଠାରେ ଦାବି ହୋଇଛି । ସୂଚନା ଯୋଗ୍ୟ ଯେ କରୋନା ସମୟରେ ମାଛଭଣ୍ଡାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ଟି ଶ୍ରେଣୀକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଥିଲା। ସେବେଠାରୁ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଶିକ୍ଷାଦାନ ଚାଲିଛି ।

ଏବେ ବିଦ୍ୟାଳୟରେ ମୋଟ ୫୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ କେବଳ ପଞ୍ଚମ ଶ୍ରେଣୀରେ ୧୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଗ୍ରାମରୁ ଘଟଗାଁ ବ୍ଲକର ମୁଦ୍ରାବେଡ଼ା  ୪ କି.ମି ଦୂର ହୋଇଥିବାବେଳେ ପାଟଣା ବ୍ଲକର ବଡଧନୁର୍ଜୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ୩ କି.ମି ଦୂର ହୋଇଥିବାରୁ ପିଲାମାନେ ଏତେ ଦୂରକୁ ଯାଇ ପାଠ ପଢ଼ିବା ସମ୍ଭବ ନୁହେଁ ବୋଲି  ଗ୍ରାମବାସୀ ମତ ରଖିଛନ୍ତି। ଯଥାଶୀଘ୍ର ମାଛଭଣ୍ଡାର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଖୋଲା ଯିବାକୁ ବିଦ୍ୟାଳୟ ପରିଚାଳନା କମିଟିର ଗୋପାଳ କୁଷ୍ଣ ମହାନ୍ତ ଏବଂ ଅନ୍ୟମାନେ ଦାବି ଜଣାଇଛନ୍ତି।