ମାଟି ବୋହି ଚର୍ଚ୍ଚାରେ ନୂଆପଡା ଜିଲାପାଳ, ଶ୍ରମିକଙ୍କୁ କଲେ ଉତ୍ସାହିତ
ନୂଆପଡା,୧୫।୩: (ମକାରୁ ବେମାଲ)ମନରେଗା ଯୋଜନାରେ ଦୈନିକ ୬0,000 ରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଜିଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲା ପ୍ରଶାସନକୁ ସଙ୍ଗରେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି। ଶ୍ରମିକମାନଙ୍କ ମନରେ ସ୍ବାଭିମାନ ଏବଂ ଆତ୍ମପ୍ରତ୍ୟୟ ଜାଗ୍ରତ କରିବା ପାଇଁ ମନରେଗା କାମରେ ଶ୍ରମିକମାନଙ୍କ ସହ ଭାର ଧରି ମାଟି ବୋହିଛନ୍ତି ଜିଲ୍ଲାପାଳ। ଗୁରୁବାର ନୂଆପଡା […] The post ମାଟି ବୋହି ଚର୍ଚ୍ଚାରେ ନୂଆପଡା ଜିଲାପାଳ, ଶ୍ରମିକଙ୍କୁ କଲେ ଉତ୍ସାହିତ appeared first on Dharitri Odia News.
ନୂଆପଡା,୧୫।୩: (ମକାରୁ ବେମାଲ)ମନରେଗା ଯୋଜନାରେ ଦୈନିକ ୬0,000 ରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଜିଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲା ପ୍ରଶାସନକୁ ସଙ୍ଗରେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି। ଶ୍ରମିକମାନଙ୍କ ମନରେ ସ୍ବାଭିମାନ ଏବଂ ଆତ୍ମପ୍ରତ୍ୟୟ ଜାଗ୍ରତ କରିବା ପାଇଁ ମନରେଗା କାମରେ ଶ୍ରମିକମାନଙ୍କ ସହ ଭାର ଧରି ମାଟି ବୋହିଛନ୍ତି ଜିଲ୍ଲାପାଳ।
ଗୁରୁବାର ନୂଆପଡା ଜିଲାପାଳ କୋମନା ବ୍ଳକ ମୁଣ୍ଡାପଲା ପଞ୍ଚାୟତର ମନରେଗା କାମ ତଦାରଖ ପାଇଁ ଯାଇଥିଲେ। ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ଜିଲାପାଳ ଏହି ଯୋଜନାରେ ଖଲିଆ ବନ୍ଧ ଖନନ ପାଇଁ ହେଉଥିବା ମାଟି କାମରେ ମାଟି ବୋହି ଭାରକୁ ପୋଖରୀ ହୁଡ଼ା ଉପରକୁ ଟେକି ନେଇଥିଲେ । କୋମନା ବିଡ଼ିଓ ବିନୟ କୁମାର ଭୋଇ ମଧ୍ୟ ଏଠାରେ ଭାର ବୋହିଥିଲେ। ଜିଲାରେ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଜିଲାପାଳ ଦାଶ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ମାଟି ଖୋଳିଥିଲେ । ଏବେ ଭାର ବୋହି ଚର୍ଚ୍ଚାକୁ ଆସିଛନ୍ତି।
ସୂଚନା ଯୋଗ୍ୟ ଯେ, ଜିଲାର ବହୁ ଶ୍ରମିକ ପରିବାର ମନରେଗା ଯୋଜନାରେ ୩00 ଦିନ କାମକରି ଲକ୍ଷପତି ହୋଇ ପାରିଛନ୍ତି। ଜିଲାପାଳ ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ମାଟି ଖୋଳିବା, ମାଟି ବୋହିବା, ଶ୍ରମିକ ମାନଙ୍କ ମନରେ ନୂତନ ଆତ୍ମପ୍ରତ୍ୟୟ ଜଗାଇ ଦେଇଛି। ସେମାନେ ଦୟନୀୟ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯାଇ ନିଜ ଗାଁରେ ପରିବାର ସହିତ ରହି ଶ୍ରମ ଦାନ କରି ସ୍ବାଭିମାନ ସହିତ ବଞ୍ଚିବା ପାଇଁ ସାହସ ଯୁଟାଇ ପାରୁଛନ୍ତି।
The post ମାଟି ବୋହି ଚର୍ଚ୍ଚାରେ ନୂଆପଡା ଜିଲାପାଳ, ଶ୍ରମିକଙ୍କୁ କଲେ ଉତ୍ସାହିତ appeared first on Dharitri Odia News.