ମାଟିରେ ଦବିଗଲା ୩ଟି ଗାଁ, ୱାୟନାଡ ଭୂସ୍ଖଳନ ପରେ ମୃତଦେହ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

ଡେସ୍କ: କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୂସ୍ଖଳନ ଯୋଗୁ ଘୋଷିତ ହୋଇଥିବା ଦୁଇ ଦିବସୀୟ ଶୋକର ଆଜି ଶେଷ ଦିନ। ସୂଚନା ଅନୁଯାୟୀ, ଏବେ ସେଠାରେ ୩ଟି ଗାଁର ଲୋକଙ୍କୁ ଠାବ କରିବା ଲାଗି ଉଦ୍ଧାରକାରୀ ଦଳଗୁଡିକ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏବେ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୱାୟନାଡ କେରଳର ପାହାଡିଆ ଜିଲ୍ଲା ହୋଇଥିବାରୁ କିଛି […]

ମାଟିରେ ଦବିଗଲା ୩ଟି ଗାଁ, ୱାୟନାଡ ଭୂସ୍ଖଳନ ପରେ ମୃତଦେହ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

ଡେସ୍କ: କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୂସ୍ଖଳନ ଯୋଗୁ ଘୋଷିତ ହୋଇଥିବା ଦୁଇ ଦିବସୀୟ ଶୋକର ଆଜି ଶେଷ ଦିନ। ସୂଚନା ଅନୁଯାୟୀ, ଏବେ ସେଠାରେ ୩ଟି ଗାଁର ଲୋକଙ୍କୁ ଠାବ କରିବା ଲାଗି ଉଦ୍ଧାରକାରୀ ଦଳଗୁଡିକ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏବେ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୱାୟନାଡ କେରଳର ପାହାଡିଆ ଜିଲ୍ଲା ହୋଇଥିବାରୁ କିଛି ଘଣ୍ଟା ବ୍ୟବଧାନରେ ୨ଥର ଭୂସ୍ଖଳନ ଯୋଗୁ ୩ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି। ଇତି ମଧ୍ୟରେ ସୀମାନ୍ତବର୍ତୀ ମଲପୁରମ ଜିଲ୍ଲାର ପୋଥୁକଲ୍ଲୁ ଅଂଚଳ ନିକଟରେ ଚଲିୟାର ନଦୀରୁ ୨୫ଟି କ୍ଷତବିକ୍ଷତ ଅଙ୍ଗ ଓ ୱାୟନାଡାର ଚୁରଲମାଲାରୁ ୪ଟି କ୍ଷତବିକ୍ଷତ ମୃତଦେହ ମିଳିଛି।

ସିଟିଇଟି ଫଳ ପ୍ରକାଶ କଲା ସିବିଏସଇ