ମାଟିରେ ମିଶିବ ବେଆଇନ ଆପାର୍ଟମେଣ୍ଟ । ରାଜଧାନୀରେ ଧୂଳିସାତ ହେବ ୧୯୧ ଅଟ୍ଟାଳିକା

କନକ ବ୍ୟୁରୋ: ସାବଧାନ ହୋଇଯାଆନ୍ତୁ ବେଆଇନ ଆପାର୍ଟମେଣ୍ଟ ନିର୍ମାଣକାରୀ । କାରଣ ମାଟିରେ ମିଶିବ ବେଆଇନ ଆପାର୍ଟମେଣ୍ଟ ।  ରାଜଧାନୀରେ ଧୂଳିସାତ ହେବ ୧୯୧ ଅଟ୍ଟାଳିକା । ଭୁବନେଶ୍ୱରରେ ଖୁବଶୀଘ୍ର ଏଭଳି ଆପାର୍ଟମେଣ୍ଟ ଉପରେ ଚାଲିବ ବୁଲଡୋଜର । ଆକ୍ସନ ମୋଡକୁ ଆସିଛି ନଗର ଉନ୍ନୟନ ବିଭାଗ । ଆଇନକୁ  ଉଲ୍ଲଙ୍ଘନ କରି ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟକୁ ଭଙ୍ଗାଯିବ । ବିଧାୟକ ରାଜା ସ୍ୱାଇଁଙ୍କ ପ୍ରଶ୍ନକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପ୍ରଶ୍ନ ବେଆଇନ ଆପାର୍ଟମେଣ୍ଟ ବିରୋଧରେ କି ଆକ୍ସନ ନିଆଯାଇଛି? ଉତ୍ତର ବିଡିଏ ଅଧିନରେ ବେଆଇନ ଭାବେ ୪୯୧ଟି ଆପାର୍ଟମେଣ୍ଟ ଅଛି ଏଥିରୁ ୧୯୧ଟି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ସେହିପରି ୬୩ ମାମଲା ଖାରଜ ହୋଇଥିବା ବେଳେ ୨୩୭ ମାମଲା ବିଚାରାଧୀନ ରହିଛି କିଛି ଦିନ ପୂର୍ବରୁ ବିଭାଗ ତରଫରୁ କୁହାଯାଇଥିଲା, ରାଜ୍ୟରେ ୭୧୯ଟି ବେଆଇନ ଆପାର୍ଟମେଣ୍ଟ ଅଛି । କିଛି ଦିନ ତଳେ  ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ନେଇ ବିଡିଏ ଓ ବିଏମସିକୁ ସ୍ପଷ୍ଟୀକରଣ ମାଗିଥିଲା  ସାଧାରଣ ପ୍ରଶାସନ ବିଭାଗ । ଆଜି ରାଜ୍ୟ ସରକାର ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ଘୋଷଣା କରିବା ପରେ ବିଲ୍ଡର ଓ ଆପାର୍ଟମେଣ୍ଟ ମାଲିକଙ୍କ ମଧ୍ୟରେ ଛନକା ପଶିଛି । ଏବେ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବା ନେଇ ଘୋଷଣା ପରେ ପ୍ରଶ୍ନ ଉଠୁଛି ବେଆଇନ ନିର୍ମାଣ ବେଳେ କାହିଁକି

ମାଟିରେ ମିଶିବ ବେଆଇନ ଆପାର୍ଟମେଣ୍ଟ । ରାଜଧାନୀରେ ଧୂଳିସାତ ହେବ ୧୯୧ ଅଟ୍ଟାଳିକା

କନକ ବ୍ୟୁରୋ: ସାବଧାନ ହୋଇଯାଆନ୍ତୁ ବେଆଇନ ଆପାର୍ଟମେଣ୍ଟ ନିର୍ମାଣକାରୀ । କାରଣ ମାଟିରେ ମିଶିବ ବେଆଇନ ଆପାର୍ଟମେଣ୍ଟ ।  ରାଜଧାନୀରେ ଧୂଳିସାତ ହେବ ୧୯୧ ଅଟ୍ଟାଳିକା । ଭୁବନେଶ୍ୱରରେ ଖୁବଶୀଘ୍ର ଏଭଳି ଆପାର୍ଟମେଣ୍ଟ ଉପରେ ଚାଲିବ ବୁଲଡୋଜର । ଆକ୍ସନ ମୋଡକୁ ଆସିଛି ନଗର ଉନ୍ନୟନ ବିଭାଗ । ଆଇନକୁ  ଉଲ୍ଲଙ୍ଘନ କରି ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟକୁ ଭଙ୍ଗାଯିବ । ବିଧାୟକ ରାଜା ସ୍ୱାଇଁଙ୍କ ପ୍ରଶ୍ନକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ପ୍ରଶ୍ନ

  • ବେଆଇନ ଆପାର୍ଟମେଣ୍ଟ ବିରୋଧରେ କି ଆକ୍ସନ ନିଆଯାଇଛି?

ଉତ୍ତର

  • ବିଡିଏ ଅଧିନରେ ବେଆଇନ ଭାବେ ୪୯୧ଟି ଆପାର୍ଟମେଣ୍ଟ ଅଛି
  • ଏଥିରୁ ୧୯୧ଟି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର
  • ସେହିପରି ୬୩ ମାମଲା ଖାରଜ ହୋଇଥିବା ବେଳେ ୨୩୭ ମାମଲା ବିଚାରାଧୀନ ରହିଛି

କିଛି ଦିନ ପୂର୍ବରୁ ବିଭାଗ ତରଫରୁ କୁହାଯାଇଥିଲା, ରାଜ୍ୟରେ ୭୧୯ଟି ବେଆଇନ ଆପାର୍ଟମେଣ୍ଟ ଅଛି । କିଛି ଦିନ ତଳେ  ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ନେଇ ବିଡିଏ ଓ ବିଏମସିକୁ ସ୍ପଷ୍ଟୀକରଣ ମାଗିଥିଲା  ସାଧାରଣ ପ୍ରଶାସନ ବିଭାଗ । ଆଜି ରାଜ୍ୟ ସରକାର ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ଘୋଷଣା କରିବା ପରେ ବିଲ୍ଡର ଓ ଆପାର୍ଟମେଣ୍ଟ ମାଲିକଙ୍କ ମଧ୍ୟରେ ଛନକା ପଶିଛି । ଏବେ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବା ନେଇ ଘୋଷଣା ପରେ ପ୍ରଶ୍ନ ଉଠୁଛି ବେଆଇନ ନିର୍ମାଣ ବେଳେ କାହିଁକି ନିୟମକୁ ଧ୍ୟାନ ଦିଆଯାଇନଥିଲା?