ମାଟ୍ରିକ ପରୀକ୍ଷା ୨୦୨୪: ଚାଲିବ ଏଆଇ କଣ୍ଟ୍ରୋଲ ରୁମ୍‌

କଟକ,୧୮ା୨ (କାର୍ତ୍ତିକ ସାହୁ)ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆସନ୍ତା ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ସିସିଟିଭି କଣ୍ଟ୍ରୋଲ ରୁମ୍‌ ପରୀକ୍ଷାମୂଳକ ଭାବେ ଶନିବାର ଚାଲିଛି। ପ୍ରଥମଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପ୍ରୟୋଗରେ ସିସିଟିଭି କ୍ୟାମେରାଗୁଡ଼ିକର ସ୍ଥାପନା ଶେଷ ହୋଇଛି ବୋଲି ବୋର୍ଡ ଉପସଭାପତି ଡ. ନୀହାର ରଞ୍ଜନ […] The post ମାଟ୍ରିକ ପରୀକ୍ଷା ୨୦୨୪: ଚାଲିବ ଏଆଇ କଣ୍ଟ୍ରୋଲ ରୁମ୍‌ appeared first on Dharitri Odia News.

ମାଟ୍ରିକ ପରୀକ୍ଷା ୨୦୨୪: ଚାଲିବ ଏଆଇ କଣ୍ଟ୍ରୋଲ ରୁମ୍‌

କଟକ,୧୮ା୨ (କାର୍ତ୍ତିକ ସାହୁ)ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆସନ୍ତା ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ସିସିଟିଭି କଣ୍ଟ୍ରୋଲ ରୁମ୍‌ ପରୀକ୍ଷାମୂଳକ ଭାବେ ଶନିବାର ଚାଲିଛି। ପ୍ରଥମଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପ୍ରୟୋଗରେ ସିସିଟିଭି କ୍ୟାମେରାଗୁଡ଼ିକର ସ୍ଥାପନା ଶେଷ ହୋଇଛି ବୋଲି ବୋର୍ଡ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସୁଧାର ଓ ସଂସ୍କାର ଆଣିବା ପାଇଁ ବୋର୍ଡ ପକ୍ଷରୁ ନୋଡାଲ ସେଣ୍ଟର ଓ ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକରେ ପ୍ରାୟ ୬୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏଗୁଡ଼ିକର ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ ରୁମ୍‌ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି। କଣ୍ଟ୍ରୋଲ ରୁମ୍‌ର ଡ୍ରାଏ ରନ୍‌ ଟେଷ୍ଟିଂ କରାଯାଇଛି। ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦ ଜଣ ଅବଜର୍ଭର ଏହି କମାଣ୍ଡ କଣ୍ଟ୍ରୋଲ ରୁମ୍‌କୁ ପରିଚାଳନା କରିବେ। ବିଶେଷକରି ପ୍ରତ୍ୟେକ ପରୀକ୍ଷାର୍ଥୀ ଓ ସ୍କୁଲ କର୍ମଚାରୀମାନଙ୍କ ଗତିବିଧିକୁ ସିସିଟିଭି କ୍ୟାମେରା ନଜର ରଖିବ। ଏଥର ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ପାଇଁ ରାଜ୍ୟରେ ମୋଟ୍‌ ୩୦୪୭ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ରଖିବା ନିମନ୍ତେ ୩୧୩ ନୋଡାଲ ସେଣ୍ଟର କରାଯାଇଛି। ସକାଳ ୭ଟା ୩୦ ମିନିଟ୍‌ରେ ପରୀକ୍ଷା କେନ୍ଦ୍ରର ଫାଟକ ଖୋଲାଯାଇ ପରୀକ୍ଷାର୍ଥୀମାନଙ୍କୁ ଯାଞ୍ଚ ପରେ ଭିତରକୁ ଛଡାଯିବ। ୮ଟା ୩୦ ମିନିଟ୍‌ରେ ପରୀକ୍ଷାର୍ଥୀମାନଙ୍କୁ ଓଏମ୍‌ଆର୍‌ ଶିଟ୍‌ ପ୍ରଦାନ କରାଯିବ। ଚଳିତବର୍ଷ ମଧ୍ୟ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନେ ମୋବାଇଲ ସାଙ୍ଗରେ ନେଇ ପରୀକ୍ଷା ହଲ୍‌କୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷାରେ ଅସାଧୁ ଉପାୟ ତଥା କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

The post ମାଟ୍ରିକ ପରୀକ୍ଷା ୨୦୨୪: ଚାଲିବ ଏଆଇ କଣ୍ଟ୍ରୋଲ ରୁମ୍‌ appeared first on Dharitri Odia News.