ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଠକେଇ ଅଭିଯୋଗ

ବାଲେଶ୍ବର: ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୁକ୍ତକୁ ଥାନାରେ ଅଟକ... The post ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଠକେଇ ଅଭିଯୋଗ appeared first on .

ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି  ଠକେଇ ଅଭିଯୋଗ

ବାଲେଶ୍ବର: ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ। ବାଲେଶ୍ବର ଜିଲ୍ଲା ନୀଳଗିରି କେସି ହାଇସ୍କୁଲରେ ୬୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସେମାନଙ୍କୁ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଏନଏସି ସାନଅତା ଗ୍ରାମର ଅନିରୁଦ୍ଧ ଦାସ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଦହିଷଡା କେନ୍ଦ୍ରରେ ଶିକ୍ଷକ କେବଳ ଜଣଙ୍କୁ କପି ଯୋଗାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କୁ କପି ନଯୋଗାଇବାରୁ ସନ୍ଧ୍ୟା ସମୟରେ ଏହି ଘଟଣାକୁ ନେଇ ନୀଳଗିରି ସାନଅତାରେ ଉତ୍ତେଜନା ହୋଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନିରୁଦ୍ଧଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସ୍ଵଚ୍ଛତା ନେଇ ପ୍ରଶ୍ନ ଉଠିଥିବା ବେଳେ ସରକାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

 

The post ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ଦେବାକୁ କହି ଠକେଇ ଅଭିଯୋଗ appeared first on .