ମାଟ୍ରିକ୍ ପରୀକ୍ଷା ଆରମ୍ଭ: ଆସିକା ବ୍ଲକରେ ୨୨ ପରୀକ୍ଷାର୍ଥୀ ଅନୁପସ୍ଥିତ
ଆସିକା,୨୧ା୨(ସୁରେନ୍ଦ୍ର ନାଥ ସାହୁ):ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହୋଇଛି l ଆସିକା ବ୍ଲକରେ ୧୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଆସିକା, ଧରାକୋଟ ଏବଂ ବେଲଗୁଣ୍ଠା ବ୍ଲକର କେତେକ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ୧୦ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିବା ମୋଟ ୧୭୯୧ […] The post ମାଟ୍ରିକ୍ ପରୀକ୍ଷା ଆରମ୍ଭ: ଆସିକା ବ୍ଲକରେ ୨୨ ପରୀକ୍ଷାର୍ଥୀ ଅନୁପସ୍ଥିତ appeared first on Dharitri Odia News.
ଆସିକା,୨୧ା୨(ସୁରେନ୍ଦ୍ର ନାଥ ସାହୁ):ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହୋଇଛି l ଆସିକା ବ୍ଲକରେ ୧୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଆସିକା, ଧରାକୋଟ ଏବଂ ବେଲଗୁଣ୍ଠା ବ୍ଲକର କେତେକ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ୧୦ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିବା ମୋଟ ୧୭୯୧ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରଥମ ଦିନରେ ୧୭୬୯ ଜଣ ପରୀକ୍ଷା ଦେଇଥିଲେ l ୨୨ ଜଣ ଅନୁପସ୍ଥିତ ରହିଥିଲେ l ଆସିକା ବ୍ଲକ ଶିକ୍ଷା ଅଧିକାରିଣୀ ମୁନରାଣୀ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭୂନନ୍ଦନ ପଣ୍ଡା ପ୍ରମୁଖ ପରୀକ୍ଷା ପର୍ଯ୍ୟବେକ୍ଷକ ହୋଇ ଯାଇଥିଲେ l ଏଥିସହିତ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସମୂହ ସହଯୋଗ କରିଥିଲେ l
The post ମାଟ୍ରିକ୍ ପରୀକ୍ଷା ଆରମ୍ଭ: ଆସିକା ବ୍ଲକରେ ୨୨ ପରୀକ୍ଷାର୍ଥୀ ଅନୁପସ୍ଥିତ appeared first on Dharitri Odia News.