ମାଡ଼ି ଆସୁଛି କି ଭୟଙ୍କର ବିପଦ! ଭାଙ୍ଗିଲା ମହିମା ଗାଦିର ଦଧିନଉତି,ରାତି ଅଧରେ ଶୁଭିଲା…

ଢେଙ୍କାନାଳ,୨୩।୬(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି। ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ମହିମା ସନ୍ନ୍ୟାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି । ରବିବାର ବିଳମ୍ବିତ ରାତିରେ ଖୁବ ଜୋର୍‌ରେ ଏକ ଶବ୍ଦ ଶୁଭିଥିଲା ବୋଲି ଅଞ୍ଚଳବାସୀଙ୍କ କହିଛନ୍ତି। ତେବେ ଏହା ବିପଦର ଏକ ସଙ୍କେତ, ମାଡ଼ି ଆସୁଛି […] The post ମାଡ଼ି ଆସୁଛି କି ଭୟଙ୍କର ବିପଦ! ଭାଙ୍ଗିଲା ମହିମା ଗାଦିର ଦଧିନଉତି,ରାତି ଅଧରେ ଶୁଭିଲା… appeared first on Dharitri Odia News.

ମାଡ଼ି ଆସୁଛି କି ଭୟଙ୍କର ବିପଦ! ଭାଙ୍ଗିଲା ମହିମା ଗାଦିର ଦଧିନଉତି,ରାତି ଅଧରେ ଶୁଭିଲା…

ଢେଙ୍କାନାଳ,୨୩।୬(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି। ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ମହିମା ସନ୍ନ୍ୟାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି । ରବିବାର ବିଳମ୍ବିତ ରାତିରେ ଖୁବ ଜୋର୍‌ରେ ଏକ ଶବ୍ଦ ଶୁଭିଥିଲା ବୋଲି ଅଞ୍ଚଳବାସୀଙ୍କ କହିଛନ୍ତି। ତେବେ ଏହା ବିପଦର ଏକ ସଙ୍କେତ, ମାଡ଼ି ଆସୁଛି କି ଭୟଙ୍କର ବିପଦ?।। ଦଧିନଉତି ଭାଙ୍ଗିବା ସମ୍ପୂର୍ଣ୍ଣ ଅଶୁଭ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତୁରନ୍ତ ଏହାର ମରାମତି ପାଇଁ ଦାବି ହେଉଛି ।

The post ମାଡ଼ି ଆସୁଛି କି ଭୟଙ୍କର ବିପଦ! ଭାଙ୍ଗିଲା ମହିମା ଗାଦିର ଦଧିନଉତି,ରାତି ଅଧରେ ଶୁଭିଲା… appeared first on Dharitri Odia News.