ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା
କଳାହାଣ୍ଡି,୦୯/୦୧-କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟଠାରେ ନୂଆ-ଓ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନ ତଥା ବିଶ୍ବବିଦ୍ୟାଳୟର ପ୍ରତ୍ୟକ୍ଷ ପରିଚାଳନା ଦ୍ବାରା ବିଭିନ୍ନ ପ୍ରକାରର ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ସମେତ କଳାହାଣ୍ଡି ଜିଲ୍ଲାର ୭୨ଟି ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୨୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ନୃତ୍ୟ, ସଂଗୀତ, ଚିତ୍ରକଳା, ବକ୍ତୃତା ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ […] The post ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା appeared first on Odisha.News.
କଳାହାଣ୍ଡି,୦୯/୦୧-କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟଠାରେ ନୂଆ-ଓ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନ ତଥା ବିଶ୍ବବିଦ୍ୟାଳୟର ପ୍ରତ୍ୟକ୍ଷ ପରିଚାଳନା ଦ୍ବାରା ବିଭିନ୍ନ ପ୍ରକାରର ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ସମେତ କଳାହାଣ୍ଡି ଜିଲ୍ଲାର ୭୨ଟି ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୨୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ନୃତ୍ୟ, ସଂଗୀତ, ଚିତ୍ରକଳା, ବକ୍ତୃତା ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ବିଶ୍ବ ବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
The post ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା appeared first on Odisha.News.