ମାତା ପିତାଙ୍କ ସେବା କରିବା ସନ୍ତାନ ର କର୍ତ୍ତବ୍ୟ
ସମ୍ବଲପୁର:ମଙ୍ଗଳବାର ଦିନ ବରଗଡ଼ ସଂସ୍କାର ଇଣ୍ଟରନେସନାଲ ସ୍କୁଲ ସମ୍ମିଳନୀ କକ୍ଷରେ ଆଧ୍ୟାତ୍ମିକ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଚେୟାରମେନ ସୁମନ ସାୱଡିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଦିଲ୍ଲୀ ଇସ୍କନ ର ପ୍ରଚାରକ ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଛାତ୍ର ଛାତ୍ରୀ ଓ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଧ୍ୟାତ୍ମିକଡା ଅତ୍ୟନ୍ତ ଜରୁରୀ ବୋଲି ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ । ବୃଦ୍ଧ ପିତାମାତା ଙ୍କୁ କୈାଣସି ବୃଦ୍ଧାଶ୍ରମ […] The post ମାତା ପିତାଙ୍କ ସେବା କରିବା ସନ୍ତାନ ର କର୍ତ୍ତବ୍ୟ appeared first on Odisha.News.

ସମ୍ବଲପୁର:ମଙ୍ଗଳବାର ଦିନ ବରଗଡ଼ ସଂସ୍କାର ଇଣ୍ଟରନେସନାଲ ସ୍କୁଲ ସମ୍ମିଳନୀ କକ୍ଷରେ ଆଧ୍ୟାତ୍ମିକ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଚେୟାରମେନ ସୁମନ ସାୱଡିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ଦିଲ୍ଲୀ ଇସ୍କନ ର ପ୍ରଚାରକ ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଛାତ୍ର ଛାତ୍ରୀ ଓ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଧ୍ୟାତ୍ମିକଡା ଅତ୍ୟନ୍ତ ଜରୁରୀ ବୋଲି ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ ।
ବୃଦ୍ଧ ପିତାମାତା ଙ୍କୁ କୈାଣସି ବୃଦ୍ଧାଶ୍ରମ ରେ ନ ଛାଡି ଘରେ ରଖି ସେବା ଯତ୍ନ କଲେ କୋଟି ପୁଣ୍ୟର ଫଳ ମିଳିଥାଏ ଏବଂ ଏହା ପ୍ରତ୍ୟେକ ସନ୍ତାନ ମାନଙ୍କ କର୍ତ୍ତବ୍ୟ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।
ବର୍ତମାନ ଛାତ୍ର ଜୀବନରେ ଯେଉଁ ସମସ୍ୟା ର ସମ୍ମୁଖୀନ ହୋଇ ପଥଭ୍ରଷ୍ଟ ହେଉଛନ୍ତି ତାହା କେବଳ ଆଧ୍ୟାତ୍ମିକ ସଚେତନତା ଦ୍ଵାରା ସମାଧାନ ହୋଇ ପାରିବ ବୋଲି ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଉଦବୋଧନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ର ପ୍ରିନ୍ସିପାଳ କରନ ସାହୁ, ଡାଇରେକ୍ଟର ଅଜିତ ପଟ୍ଟନାୟକ ଇସ୍କନ ପ୍ରଚାରକ ସୁ ମଧୂର ଦାଶ,ଶୁକାନ୍ତ ଦାଶ, ଅଭିଜିତ ପ୍ରତିହାର, ଶୁଶାନ୍ତ ସାହୁ, ଗୀତାଞ୍ଜଳି ନାୟକ, ଭାଗ୍ୟସିନୀ କ୍ଷେତି, ଅକ୍ଷୟ ପ୍ରଭୁ, ଉମାକାନ୍ତ ପ୍ରଭୁ,ସୁମିତ ପ୍ରଭୁ, ଆରୂଷୀ ଗୈାର ନାଏକ, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଉପସଭାପତି ନିର୍ମଳ କିଶୋର କର, ଦେବୀ ପଟ୍ଟନାୟକ ଆଦି ଦେଇଥିଲେ ।
ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଂପାଦକ ଗୋବିନ୍ଦ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ମମତା ସିହ୍ନା ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ l
The post ମାତା ପିତାଙ୍କ ସେବା କରିବା ସନ୍ତାନ ର କର୍ତ୍ତବ୍ୟ appeared first on Odisha.News.