ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା,୩୦ ଲକ୍ଷ ସହ ସୁନା ଗହଣା ଲୁଟ
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା । ପୁଣି ଜଣଙ୍କ ଘରେ ବୁଲାଇଲେ କଳାକନା । ଘରେ କେହି ନଥିବାବେଳେ ଲୁଟି ନେଲେ ୩୦ ଲକ୍ଷ ଟଙ୍କା ଓ ସୁନା ଗହଣା । ଗତ ରାତିରେ ଘଟଣା ଘଟିଛି ନୟାପଲ୍ଲୀ ଥାନା ପାଇକନଗର ଅଞ୍ଚଳରେ । ଘର ଲୋକେ ଶିରିଡି ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଘରେ ଥିବା ଇମିଟେସନ୍ ଗହଣାକୁ […]

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା । ପୁଣି ଜଣଙ୍କ ଘରେ ବୁଲାଇଲେ କଳାକନା । ଘରେ କେହି ନଥିବାବେଳେ ଲୁଟି ନେଲେ ୩୦ ଲକ୍ଷ ଟଙ୍କା ଓ ସୁନା ଗହଣା । ଗତ ରାତିରେ ଘଟଣା ଘଟିଛି ନୟାପଲ୍ଲୀ ଥାନା ପାଇକନଗର ଅଞ୍ଚଳରେ । ଘର ଲୋକେ ଶିରିଡି ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଘରେ ଥିବା ଇମିଟେସନ୍ ଗହଣାକୁ ଲୁଟ୍ କରି ନାହାଁନ୍ତି । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ସେହିପରି ବାରଙ୍ଗ ଅଞ୍ଚଳରୁ ମଧ୍ୟ ଲୁଟ୍ର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ତଳଗଡ ପିକଅପ ଭ୍ୟାଲି ଠାରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଛି । ଭୋର ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ସାନମୁଣ୍ଡଳୀ ଗ୍ରାମର ଜଣେ ପରିବା ବ୍ୟବସାୟୀ କଟକ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ବ୍ୟବସାୟୀ ଟଙ୍କା ନଦେବାରୁ ଲୁଟେରା ମାନେ ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା ୫ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।