ମାତିଲେ ଲୁଟେରା, ଫାଙ୍କା ଗୁଳି ଚଳାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା
ପାଟଣା: ମାତିଲେ ଲୁଟେରା। ଫାଙ୍କା ଗୁଳି ଚଳାଇ ଘର ସୁନା ଦୋକାନୀଙ୍କ ଘର ସାମ୍ନାରୁ ହିଁ ଲୁଟିନେଲେ ସୁନା ଗହଣା। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଙ୍ଗରପଡ଼ା ହୁଡ଼ି ସାହିରେ । ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଟାଙ୍ଗରପଡ଼ା ବଜାର ଉପରେ ଗହଣା ଦୋକାନ କରିଥିବା ବାବୁଲୁ ରଣାଙ୍କ ପୁଅ ଅଭିଜିତ ରଣା ଦୋକାନ ବନ୍ଦ କରିବା ପରେ ସୁନା ଓ ରୂପା ଥିବା ଏକ ବ୍ୟାଗ୍ ନେଇ ମାଆ ରିନା ରଣାଙ୍କୁ ଘର ଗେଟ୍ ପାଖରେ ଦେଇଥିଲେ । ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ରିମାଣ୍ଡରେ ବ୍ରାଉନସୁଗାର ମାଫିଆ ଶ୍ରୀବତ୍ସ, ସ୍ତ୍ରୀ ଫେରାର ହେଲେ ଏହି ସମୟରେ ୪ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ମାଆ, ପୁଅଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ଫାଙ୍କା ଗୁଳି ଚାଳନା କରି ସୁନା ଗହଣା ବ୍ୟାଗ୍ ଲୁଟି ନେଇଥିଲେ। ଲୁଟ୍ ହୋଇଥିବା ସୁନା ମଧ୍ୟରେ ୨୦ଟି ସୁନା ତୁଳସୀ ପତ୍ର, କାନ ଫୁଲ ୭, ସୁନା ଚେନ ୧ ରୂପା ଦେଢ଼ କେଜିର ରୂପା ରହିଛି। ଏନେଇ ପାଟଣା ଥାନା ସୁନା ଦୋକାନୀ ବାବୁଲୁ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପାଟଣା ପୋଲିସ୍ ଲୁଟେରାଙ୍କୁ ଧରିବା ପାଇଁ ଖୋଜ୍ ଆରମ୍ଭ କରିଦେଇଛି। ଆହୁରି ପଢ଼ନ୍ତୁ: ଛାତ୍ରଙ୍କୁ ଆକ୍ରମଣ କରି ଲୁଟ୍ ଘଟଣା : ୨ ଫେରାର ଲୁଟେରା ଗିରଫ The post ମାତିଲେ ଲୁଟେରା, ଫାଙ୍କା ଗୁଳି ଚଳାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା appeared first on Prameya News7.
ପାଟଣା: ମାତିଲେ ଲୁଟେରା। ଫାଙ୍କା ଗୁଳି ଚଳାଇ ଘର ସୁନା ଦୋକାନୀଙ୍କ ଘର ସାମ୍ନାରୁ ହିଁ ଲୁଟିନେଲେ ସୁନା ଗହଣା। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଙ୍ଗରପଡ଼ା ହୁଡ଼ି ସାହିରେ ।
ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଟାଙ୍ଗରପଡ଼ା ବଜାର ଉପରେ ଗହଣା ଦୋକାନ କରିଥିବା ବାବୁଲୁ ରଣାଙ୍କ ପୁଅ ଅଭିଜିତ ରଣା ଦୋକାନ ବନ୍ଦ କରିବା ପରେ ସୁନା ଓ ରୂପା ଥିବା ଏକ ବ୍ୟାଗ୍ ନେଇ ମାଆ ରିନା ରଣାଙ୍କୁ ଘର ଗେଟ୍ ପାଖରେ ଦେଇଥିଲେ ।
ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ରିମାଣ୍ଡରେ ବ୍ରାଉନସୁଗାର ମାଫିଆ ଶ୍ରୀବତ୍ସ, ସ୍ତ୍ରୀ ଫେରାର
ହେଲେ ଏହି ସମୟରେ ୪ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ମାଆ, ପୁଅଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ଫାଙ୍କା ଗୁଳି ଚାଳନା କରି ସୁନା ଗହଣା ବ୍ୟାଗ୍ ଲୁଟି ନେଇଥିଲେ। ଲୁଟ୍ ହୋଇଥିବା ସୁନା ମଧ୍ୟରେ ୨୦ଟି ସୁନା ତୁଳସୀ ପତ୍ର, କାନ ଫୁଲ ୭, ସୁନା ଚେନ ୧ ରୂପା ଦେଢ଼ କେଜିର ରୂପା ରହିଛି।
ଏନେଇ ପାଟଣା ଥାନା ସୁନା ଦୋକାନୀ ବାବୁଲୁ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପାଟଣା ପୋଲିସ୍ ଲୁଟେରାଙ୍କୁ ଧରିବା ପାଇଁ ଖୋଜ୍ ଆରମ୍ଭ କରିଦେଇଛି।
ଆହୁରି ପଢ଼ନ୍ତୁ: ଛାତ୍ରଙ୍କୁ ଆକ୍ରମଣ କରି ଲୁଟ୍ ଘଟଣା : ୨ ଫେରାର ଲୁଟେରା ଗିରଫ
The post ମାତିଲେ ଲୁଟେରା, ଫାଙ୍କା ଗୁଳି ଚଳାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା appeared first on Prameya News7.