ମାତିଲେ ଲୁଟେରା, ୧୦ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍

ଭଦ୍ରକ ୦୪।୦୮ : ଗ୍ରୀଲ୍‌ କାଟି ଭର ଭିତରକୁ ପଶିଲେ । ବେଡ୍‌ରୁମ୍‌ ଭିତର ପଟୁ ବନ୍ଦ କରି ଲୁଟିଲେ । ସୁନା-ରୂପା ସହ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଭଦ୍ରକ ଟାଉନ୍‌ ଥାନା ଚରମ୍ପା ଧଳସାହିରେ ଏହି ଲୁଟ୍‌ ଘଟଣା ଘଟିଛି । ଟାଉନ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ, ସୁମନ ପଟୱାରୀ ଧଳସାହିରେ ଘର ଭଡା ନେଇ ପରିବାର ସହ ରହୁଛନ୍ତି । ଦୁଇ ପୁଅ କଲିକତା ଯାଇଥିବା ବେଳେ ମା ଓ ଝିଅ ଘରେ ଥିଲେ । ପୁଅ ମାନେ ରାତିରେ ଆସି ପହଞ୍ଚିବାର ଥିଲା , ସେଥି ପାଇଁ ମା ଓ ଝିଅ ବିଳମ୍ବିତ ରାତିରେ ଉଠିଥିବା ବେଳେ ଘରର ଗୋଟିଏ ବେଡ଼ ରୁମ କବାଟ ଭିତରୁ ବନ୍ଦ ଥିବା ଦେଖିଥିଲେ । ପୁଅ ମାନେ ଆସିନଥିବା ଜାଣି ପଡୋଶୀଙ୍କୁ ଡାକିଥିଲେ। ପଡୋଶୀ ଆସିବା ପରେ ଘରର କବାଟ ଧକ୍କା ଦେଇ ଖୋଲିବା ପରେ ଘର ଭିତରୁ ସବୁ ଚୋରି ହୋଇଥିଲା । ୭୨ ଗ୍ରାମ ସୁନା ଅଳଙ୍କାର , ୪ କିଲୋରୁ ଅଧିକ ରୁପା କଏନ ଓ ନଗଦ ଟଙ୍କା ମଧ୍ୟ ଲୁଟ ହୋଇଛି।   

ମାତିଲେ ଲୁଟେରା, ୧୦ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍

ଭଦ୍ରକ ୦୪।୦୮ : ଗ୍ରୀଲ୍‌ କାଟି ଭର ଭିତରକୁ ପଶିଲେ । ବେଡ୍‌ରୁମ୍‌ ଭିତର ପଟୁ ବନ୍ଦ କରି ଲୁଟିଲେ । ସୁନା-ରୂପା ସହ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଭଦ୍ରକ ଟାଉନ୍‌ ଥାନା ଚରମ୍ପା ଧଳସାହିରେ ଏହି ଲୁଟ୍‌ ଘଟଣା ଘଟିଛି । 

ଟାଉନ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ, ସୁମନ ପଟୱାରୀ ଧଳସାହିରେ ଘର ଭଡା ନେଇ ପରିବାର ସହ ରହୁଛନ୍ତି । ଦୁଇ ପୁଅ କଲିକତା ଯାଇଥିବା ବେଳେ ମା ଓ ଝିଅ ଘରେ ଥିଲେ । ପୁଅ ମାନେ ରାତିରେ ଆସି ପହଞ୍ଚିବାର ଥିଲା , ସେଥି ପାଇଁ ମା ଓ ଝିଅ ବିଳମ୍ବିତ ରାତିରେ ଉଠିଥିବା ବେଳେ ଘରର ଗୋଟିଏ ବେଡ଼ ରୁମ କବାଟ ଭିତରୁ ବନ୍ଦ ଥିବା ଦେଖିଥିଲେ । ପୁଅ ମାନେ ଆସିନଥିବା ଜାଣି ପଡୋଶୀଙ୍କୁ ଡାକିଥିଲେ। ପଡୋଶୀ ଆସିବା ପରେ ଘରର କବାଟ ଧକ୍କା ଦେଇ ଖୋଲିବା ପରେ ଘର ଭିତରୁ ସବୁ ଚୋରି ହୋଇଥିଲା । ୭୨ ଗ୍ରାମ ସୁନା ଅଳଙ୍କାର , ୪ କିଲୋରୁ ଅଧିକ ରୁପା କଏନ ଓ ନଗଦ ଟଙ୍କା ମଧ୍ୟ ଲୁଟ ହୋଇଛି।