ମାତୃ ନବମୀ ପାଳନ, ସଂଘମିତ୍ରା ପଟେଲଙ୍କୁ ସ୍ମଶାନ ବନ୍ଧୁ ସମ୍ମାନ

ସମ୍ବଲପୁର: ଆଶ୍ବିନ କୃଷ୍ଣପକ୍ଷ ନବମୀ ଦିନଟି ମାତୃମାନଙ୍କ ତର୍ପଣ ପାଇଁ ଉଦ୍ଦିଷ୍ଟ । ଚଳିତ ମାତୃନବମୀ ଦିନ ବରଗଡ ସହରର ଭଟଲି ଛକ ସ୍ଥିତ ଦୀନବନ୍ଧୁ ନଗର, ସୁପ୍ରିୟା ମାର୍ଗ ପଡାବାସୀଙ୍କ ନେତୃତ୍ବରେ ମାତୃନବମୀ ପାଳନ କରାଯାଇଥିଲା । ଏହି ଅବସରରେ ଏକ ସଭାରେ ମୁଖ୍ଯ ଅତିଥି ରୂପେ ସମାଜସେବୀ କଳ୍ପନା ଷଡଙ୍ଗୀ, ମୁଖ୍ଯବକ୍ତା ରୂପେ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଯୋଗ ଦେଇଥିଲେ।ଏଥିରେ ମାଧବୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସଭାରେ […] The post ମାତୃ ନବମୀ ପାଳନ, ସଂଘମିତ୍ରା ପଟେଲଙ୍କୁ ସ୍ମଶାନ ବନ୍ଧୁ ସମ୍ମାନ appeared first on Odisha.News.

ମାତୃ ନବମୀ ପାଳନ, ସଂଘମିତ୍ରା ପଟେଲଙ୍କୁ ସ୍ମଶାନ ବନ୍ଧୁ  ସମ୍ମାନ

ସମ୍ବଲପୁର: ଆଶ୍ବିନ କୃଷ୍ଣପକ୍ଷ ନବମୀ ଦିନଟି ମାତୃମାନଙ୍କ ତର୍ପଣ ପାଇଁ ଉଦ୍ଦିଷ୍ଟ । ଚଳିତ ମାତୃନବମୀ ଦିନ ବରଗଡ ସହରର ଭଟଲି ଛକ ସ୍ଥିତ ଦୀନବନ୍ଧୁ ନଗର, ସୁପ୍ରିୟା ମାର୍ଗ ପଡାବାସୀଙ୍କ ନେତୃତ୍ବରେ ମାତୃନବମୀ ପାଳନ କରାଯାଇଥିଲା ।
ଏହି ଅବସରରେ ଏକ ସଭାରେ ମୁଖ୍ଯ ଅତିଥି ରୂପେ ସମାଜସେବୀ କଳ୍ପନା ଷଡଙ୍ଗୀ, ମୁଖ୍ଯବକ୍ତା ରୂପେ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଯୋଗ ଦେଇଥିଲେ।ଏଥିରେ ମାଧବୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସଭାରେ ବୟୋଜ୍ଯେଷ୍ଠା ସଦସ୍ଯା ପ୍ରେମଶିଳା ମିଶ୍ର ଏବଂ ବରିଷ୍ଠ ସଦସ୍ଯ ନାରାୟଣ ଦାଶଙ୍କୁ ପଦଧୌତପୂର୍ବକ ପୂଜନ କରାଯାଇଥିଲା । ଏହି ଅବସରରେ ସମାଜସେବୀ ସଂଘମିତ୍ରା ପଟେଲଙ୍କୁ ତାଙ୍କର ଶବଦାହ କାର୍ଯ୍ଯ ପାଇଁ ଶ୍ମଶାନବନ୍ଧୁ ଉପାଧି ରେ ସମ୍ମାନୀତ କରାଯାଇଥିଲା । ସଭାକାର୍ଯ୍ଯକୁ ସଂଚାଳନ କରିଥିଲେ କବୟିତ୍ରୀ ପ୍ରବାସିନୀ ହୋତା । ଗୀତିକାର ଅଶୋକ ପଶାୟତ ମାତୃବନ୍ଦନା ଗାନ ଏବଂ କବୟିତ୍ରୀ ଜୟଶ୍ରୀ ଦାଶ ମାତୃ କବିତା ପଠନ କରିଥିଲେ । ବବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

The post ମାତୃ ନବମୀ ପାଳନ, ସଂଘମିତ୍ରା ପଟେଲଙ୍କୁ ସ୍ମଶାନ ବନ୍ଧୁ ସମ୍ମାନ appeared first on Odisha.News.