ମାତୃତ୍ୱ ଅପେକ୍ଷାରେ ଭିତରକନିକାର ୨ୟ ସୁନ୍ଦରୀ ମଲ୍ଲୀ

ରାଜନଗର: ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନର ଶୋଭାକୁ ଦ୍ୱିଗୁଣିତ କରୁଥିବା ୨୯ ବର୍ଷିଆ ଶଙ୍ଖୁଆ ମାଆ ଧଳା କୁମ୍ଭୀର ମଲ୍ଲୀ ଚଳିତବର୍ଷ ପ୍ରଜନନ ଋତୁରେ ସାମିଲ ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନର ଏକ ଆବଦ୍ଧ ପୁଷ୍କରିଣୀ ଭିତରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ପୁଣିଥରେ ମାତୃତ୍ୱ ଲାଭ କରିବା ପାଇଁ ବସା ବାନ୍ଧି ଅଣ୍ଡାଦାନ କରିଛି। ଶଙ୍ଖୁଆ ମାଆ ଧଳା କୁମ୍ଭୀର ଅଣ୍ଡା ଦେବା ପରେ ମାଆ ହେବାର ଷୋଳପଣେ ଆଶା ବାନ୍ଧି […]

ମାତୃତ୍ୱ ଅପେକ୍ଷାରେ ଭିତରକନିକାର ୨ୟ ସୁନ୍ଦରୀ ମଲ୍ଲୀ
Malli the 2nd beauty of the bhitarkanika is waiting for motherhood

ରାଜନଗର: ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନର ଶୋଭାକୁ ଦ୍ୱିଗୁଣିତ କରୁଥିବା ୨୯ ବର୍ଷିଆ ଶଙ୍ଖୁଆ ମାଆ ଧଳା କୁମ୍ଭୀର ମଲ୍ଲୀ ଚଳିତବର୍ଷ ପ୍ରଜନନ ଋତୁରେ ସାମିଲ ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନର ଏକ ଆବଦ୍ଧ ପୁଷ୍କରିଣୀ ଭିତରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ପୁଣିଥରେ ମାତୃତ୍ୱ ଲାଭ କରିବା ପାଇଁ ବସା ବାନ୍ଧି ଅଣ୍ଡାଦାନ କରିଛି। ଶଙ୍ଖୁଆ ମାଆ ଧଳା କୁମ୍ଭୀର ଅଣ୍ଡା ଦେବା ପରେ ମାଆ ହେବାର ଷୋଳପଣେ ଆଶା ବାନ୍ଧି ରଖିଛି। ଏଥିପାଇଁ ମଲ୍ଲୀ ତାର ମାତୃତ୍ୱର ବିଭିନ୍ନ ଆଚରଣକୁ ସେ ପ୍ରତିପାଦନ କରୁଛି।

ମଲ୍ଲୀ ଏଥି ପୂର୍ବରୁ ଆବଦ୍ଧ ପୋଖରୀ ମଧ୍ୟରେ ୬ଥର ଅଣ୍ଡା ଦେଇଥିବାରୁ ସେଥିରୁ ଛୁଆ ଫୁଟିବା ସମ୍ଭବ ହୋନାହିଁ। ଆବଦ୍ଧ ପୁଷ୍କରିଣୀ ମଧ୍ୟରେ ନିଃସଙ୍ଗତା ଭିତରେ ମଲ୍ଲି ପୁରୁଷ ସାଥି ସହିତ ମିଳନ ହେବାର ଇତିମଧ୍ୟରେ ୨୯ ବର୍ଷ ବିତିଲାଣି। ତଥାପି ପୁରୁଷ ଜୀବନ ସାଥିଟିଏ ପାଇବା ତା କପାଳରେ ନାହି? ଏତେସତ୍ୱେ ବି ମଲ୍ଲୀ ସପ୍ତମ ଥଇ ପାଇଁ ଅଣ୍ଡାଦେଇ ଛୁଆ ଫୁଟିବା ଆଶାରେ ଅସନ୍ତରିତ ସ୍ୱପ୍ନ ଦେଖୁଛି। ମଲ୍ଲୀ ୨୦୧୮ ମସିହାରେ ପ୍ରଥମ ଥର ପାଇଁ ୧୮ଟି ଅଣ୍ଡା ଦେଇଥିଲା। ପୁରୁଷ କୁମ୍ଭୀର ସହ ମଲ୍ଲୀ ମିଳନ ପକ୍ରିୟାରେ ସାମିଲ ହୋଇନଥିବାରୁ ସେ ଅଣ୍ଡାରୁ ଛୁଆ ବାହାରି ନଥିଲା। ୨୦୧୯ରେ ୨୪ଟି, ୨୦୨୦ରେ ୧୮ଟି, ୨୦୨୧ରେ ୨୭ଟି, ୨୦୨୨ରେ ୨୯ଟି, ୨୦୨୩ରେ ୨୩ଟି ଅଣ୍ଡା ଦେଇଥିଲେ ମଧ୍ୟ ସେ ଅଣ୍ଡାରୁ ଛୁଆ ବାହାରି ନଥିଲେ। ଚଳିତବର୍ଷ ମଧ୍ୟ ମଲ୍ଲୀ ବସା କରି ଅଣ୍ଡା ଦେଇଛି। ମଲ୍ଲୀ ଅଣ୍ଡା ଦେଇ, ଅନ୍ୟ କୁମ୍ଭୀରଙ୍କ ପରି ଅଣ୍ଡାକୁ ଜଗି ରହିଛି। ମାତ୍ର ପୁରୁଷ କୁମ୍ଭୀର ସହ ମିଳନ ହୋଇନଥିବାରୁ ମଲ୍ଲୀ ଦେଇଥିବା ଅଣ୍ଡାରୁ କଣ ଛୁଆ ବାହାରିବ? ଓ ମଲ୍ଲୀ ମାଆ ହୋଇପାରିବ? ତାହାକୁ ନେଇ ପ୍ରଶ୍ନ ଉଠିଛି। ପୁରୁଷ କୁମ୍ଭୀର ସହିତ ମଲ୍ଲୀର ମିଳନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଓ ମଲ୍ଲୀ ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବାରୁ ସେ ଅଣ୍ଡା ଦେଇଥିଲେ ବି ମାଆ ହେବ କି ନାହିଁ, ଆଶଙ୍କା ରହିଛି।

ଭାରତର ଦ୍ୱିତୀୟ ଧଳା କୁମ୍ଭୀର ମଲ୍ଲୀ ମାଆ ହେବ ନାଁ ଗୋରୀ ପରି ମାତୃତ୍ୱରୁ ବଂଚିତ ହୋଇ ରହିବ, ସେ ନେଇ ବନବିଭାଗ ବିଚାର ବିମର୍ଶ କରିବା ଜରୁରୀ ହୋଇପଡିଛି। ଏ ସଂପର୍କରେ ରାଜନଗର ବନ୍ୟପ୍ରାଣି ଡିଭିଜନର ତତ୍ୱାବଧାରକ ସୁଦର୍ଶନ ଗୋପିନାଥ ଯାଦବଙ୍କ କହିବା ଅନୁସାରେ ମଲ୍ଲୀ ପାଇଁ ଉପଯୁକ୍ତ ସାଥି ବାଛବା ପାଇଁ କୁମ୍ଭୀର ବିଷାରଦଙ୍କ ସହିତ ବିଚାର ବିମର୍ଷ ଜାରି ରହିଛି।