ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୩।୫: ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତାମିଲନାଡୁର ଜଣେ ମହିଳା ସରକାରୀ ଶିକ୍ଷକଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଏହି ମହିଳାଙ୍କୁ ତାଙ୍କ ଦ୍ୱିତୀୟ ବିବାହରୁ ଜନ୍ମିତ ସନ୍ତାନ ପାଇଁ ମାତୃତ୍ୱ ଛୁଟି ଅସ୍ୱୀକାର କରାଯାଇଥିଲା। ତାଙ୍କ ଆବେଦନରେ ମହିଳା ଜଣେ କହିଛନ୍ତି ଯେ ତାଙ୍କର ପ୍ରଥମ ବିବାହରୁ ଦୁଇଟି ସନ୍ତାନ ଥିବା କାରଣରୁ […] The post ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ: ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ, ୨୩।୫: ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତାମିଲନାଡୁର ଜଣେ ମହିଳା ସରକାରୀ ଶିକ୍ଷକଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଏହି ମହିଳାଙ୍କୁ ତାଙ୍କ ଦ୍ୱିତୀୟ ବିବାହରୁ ଜନ୍ମିତ ସନ୍ତାନ ପାଇଁ ମାତୃତ୍ୱ ଛୁଟି ଅସ୍ୱୀକାର କରାଯାଇଥିଲା।
ତାଙ୍କ ଆବେଦନରେ ମହିଳା ଜଣେ କହିଛନ୍ତି ଯେ ତାଙ୍କର ପ୍ରଥମ ବିବାହରୁ ଦୁଇଟି ସନ୍ତାନ ଥିବା କାରଣରୁ ତାଙ୍କୁ ମାତୃତ୍ୱ ଛୁଟି ଦିଆଯାଇ ନଥିଲା। ତାମିଲନାଡୁରେ ଏକ ନିୟମ ରହିଛି ଯେ ମାତୃତ୍ୱ ସୁବିଧା କେବଳ ପ୍ରଥମ ଦୁଇଟି ସନ୍ତାନ ପାଇଁ ହିଁ ପ୍ରଦାନ କରାଯିବ।
ଆବେଦନକାରୀ କହିଛନ୍ତି ଯେ ସେ ତାଙ୍କ ପ୍ରଥମ ବିବାହରୁ ଜନ୍ମିତ ଦୁଇ ସନ୍ତାନ ପାଇଁ କୌଣସି ମାତୃତ୍ୱ ଛୁଟି କିମ୍ବା ସୁବିଧା ଗ୍ରହଣ କରି ନଥିଲେ। ମହିଳା ଜଣେ ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ଦ୍ୱିତୀୟ ବିବାହ ପରେ ହିଁ ସରକାରୀ ଚାକିରିରେ ଯୋଗଦେଇଥିଲେ।
ଆବେଦନକାରୀଙ୍କ ପକ୍ଷରୁ ଓକିଲ କେଭି ମୁଥୁକୁମାର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ତାଙ୍କ ମୌଳିକ ଅଧିକାରର ଉଲ୍ଲଙ୍ଘନ କରିଛି, କାରଣ ସେ ପୂର୍ବରୁ ତାମିଲନାଡୁର ମାତୃତ୍ୱ ସୁବିଧା ନିୟମାବଳୀର କୌଣସି ଲାଭ ଉଠାଇ ନଥିଲେ।
The post ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ: ସୁପ୍ରିମକୋର୍ଟ appeared first on Dharitri Odia News.