‘ମାତୃଭାଷା ବିକାଶରେ ମୋର ନୈତିକ ଦାୟିତ୍ୱ’

ଆଠଗଡ: ଭୁବନେଶ୍ୱରରେ ସଂପ୍ରତି ଆୟୋଜନ ହୋଇଥିବା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦସ୍ତରୀୟ ଓଡିଆ ପ୍ରତିଯୋଗିତା ସୋମବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ପକ୍ଷରୁ ୩ଟି ବର୍ଗରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିବାବେଳେ ଏଥିରେ ‘ମାତୃଭାଷା ବିକାଶରେ ମୋର ନୈତିକ ଦାୟିତ୍ୱ’ ବିଷୟବସ୍ତୁ ରହିଥିଲା। ଏହି ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ଗୋପବନ୍ଧୁ ବିଜ୍ଞାନ କନିଷ୍ଠ ଓ ଡିଗ୍ରୀ କଲେଜ, ଗୋପବନ୍ଧୁ ମହିଳା କନିଷ୍ଠ […]

‘ମାତୃଭାଷା ବିକାଶରେ ମୋର ନୈତିକ ଦାୟିତ୍ୱ’

ଆଠଗଡ: ଭୁବନେଶ୍ୱରରେ ସଂପ୍ରତି ଆୟୋଜନ ହୋଇଥିବା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦସ୍ତରୀୟ ଓଡିଆ ପ୍ରତିଯୋଗିତା ସୋମବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ପକ୍ଷରୁ ୩ଟି ବର୍ଗରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିବାବେଳେ ଏଥିରେ ‘ମାତୃଭାଷା ବିକାଶରେ ମୋର ନୈତିକ ଦାୟିତ୍ୱ’ ବିଷୟବସ୍ତୁ ରହିଥିଲା। ଏହି ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ଗୋପବନ୍ଧୁ ବିଜ୍ଞାନ କନିଷ୍ଠ ଓ ଡିଗ୍ରୀ କଲେଜ, ଗୋପବନ୍ଧୁ ମହିଳା କନିଷ୍ଠ ଓ ଡିଗ୍ରୀ କଲେଜ ଏବଂ କନିଷ୍ଠ ବର୍ଗରେ ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ ଓ କନ୍ତୋଲସ୍ଥିତ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୫୦ରୁ ଉର୍ଦ୍ଧ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ପରିଷଦର ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ବରିଷ୍ଠ ଅଧିକାରୀ ଅକ୍ଷୟ କୁମାର ମିଶ୍ର ଓ ବହୁ କାଉନସିଲର ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାର ଯୋଗଦାନ କରି ଓଡିଆ ଭାଷାର ଐତିହ୍ୟ ଓ ଭବିଷ୍ୟତ ସଂପର୍କରେ ଆଲୋକପାତ କରିବା ସହ ନିଜ ମାତୃଭାଷାର ପ୍ରସାର ପ୍ରଚାର ଓ ବିକାଶ ଦିଗରେ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ନବନିଯୁକ୍ତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏନଏସିର ବରିଷ୍ଠ କିରାଣୀ ନିରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।