‘ମାତୃଭାଷା ହିଁ ମନୁଷ୍ୟର ପ୍ରାଣ’
କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶୁକ୍ରବାର ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଡ. ବିମ୍ବାଧର ବେହେରା ଯୋଗଦେଇ ମାତୃଭାଷା ହିଁ ମନୁଷ୍ୟର ପ୍ରାଣ ବୋଲି କହିଥିଲେ। ଏପରିକି ଓଡ଼ିଆ ଭାଷାର ଅସ୍ମିତା, ଇତିହାସ ଆଦି ବିଷୟରେ ଆଲୋକପାତ କରିଥିଲେ। ମାତୃଭାଷା ବ୍ୟତିରକ ଅନ୍ୟ ଭାଷାରେ ମନର ଭାବକୁ ସହଜରେ ପ୍ରକାଶ କରିହୁଏ ନାହିଁ ବୋଲି କହିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା ସମିତି […] The post ‘ମାତୃଭାଷା ହିଁ ମନୁଷ୍ୟର ପ୍ରାଣ’ appeared first on Dharitri Odia News.
କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶୁକ୍ରବାର ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଡ. ବିମ୍ବାଧର ବେହେରା ଯୋଗଦେଇ ମାତୃଭାଷା ହିଁ ମନୁଷ୍ୟର ପ୍ରାଣ ବୋଲି କହିଥିଲେ। ଏପରିକି ଓଡ଼ିଆ ଭାଷାର ଅସ୍ମିତା, ଇତିହାସ ଆଦି ବିଷୟରେ ଆଲୋକପାତ କରିଥିଲେ। ମାତୃଭାଷା ବ୍ୟତିରକ ଅନ୍ୟ ଭାଷାରେ ମନର ଭାବକୁ ସହଜରେ ପ୍ରକାଶ କରିହୁଏ ନାହିଁ ବୋଲି କହିଥିଲେ।
ଏଥିରେ ବିଦ୍ୟାଳୟ ପରିଚାଳନା ସମିତି ଯୁଗ୍ମ ସମ୍ପାଦକ ଦୀପକ କୁମାର ମହାକୁଳ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟରେ ସୁଲିଖନ, ଗୀତ ଅଭିନୟ, ପ୍ରବନ୍ଧ ଲିଖନ, କବିତା, ଗଳ୍ପ କଥନ, ଶୁଦ୍ଧ ଲିଖନ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୃତି ଛାଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଗୁରୁମା, ଗୁରୁଜୀ ସହଯୋଗ କରିଥିଲେ।
The post ‘ମାତୃଭାଷା ହିଁ ମନୁଷ୍ୟର ପ୍ରାଣ’ appeared first on Dharitri Odia News.