ମାନ ଭାଙ୍ଗିଲେ ମନୁଆ ଠାକୁର, ଘରଘର ନାଦରେ ଗଡିଲା ମହାପ୍ରଭୁଙ୍କ ନନ୍ଦିଘୋଷ

ପୁରୀ ୨୮/୬: କାହା ପାଇଁ ଅଟକିଥିଲା ରଥ?  କିଏ ସେହି କାଳିଆର ଭକ୍ତ? ଯାହା ପାଇଁ ସିଂହଦ୍ୱାରରେ ଅଟକିଥିଲା ନନ୍ଦିଘୋଷ । ଗୁରୁବାର ଅଧାରେ ଅକିଥିବା ନନ୍ଦିଘୋଷ ଆଜି ସକାଳୁ ପୁଣି ଗଡ଼ିଛି । ମାନ ଅଭିମାନ ସବୁକିଛି ଭାଙ୍ଗିଛନ୍ତି ମନୁଆ ଠାକୁର । ବଡ଼ାଦାଣ୍ଡରେ ଘରଘର ନାଦ କରି ଗଡ଼ିବା ଆରମ୍ଭ କରିଛି ରଥ । ତା’ ନିର୍ଦ୍ଦେଶରେ ସମସ୍ତ ନୀତିକାନ୍ତି ଠିକ୍ ସମୟରେ ହୋଇଛି । ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ । ଆଜି ସକାଳ ସାଢ଼େ ୯ଟାରେ ପୁଣି ରଥ ଟାଣୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ବଡ଼ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍‌ ଛକରୁ ଆଗେଇ ଚାଲିଛି ।  ଠାକୁରଙ୍କ ଅବକାଶ ସରିବା ପରେ ସକାଳ ପ୍ରାୟ ସାଢ଼େ ୯ଟାରେ ଆରମ୍ଭ ହେଲା ରଥ ଟଣା। ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ କମ୍ପିଲା ଶ୍ରୀକ୍ଷେତ୍ର। କାଳିଆ ସାଆନ୍ତ ଅଗଣିତ ଭକ୍ତଙ୍କ ମଣିମା ଡାକ ଶୁଣିବା ପରେ ରଥଚକଡ଼ା ଅଧାରେ ଅଟକିଥିବା ମହାପ୍ରଭୁଙ୍କ ରଥ ଗଡ଼ିବା ଆରମ୍ଭ କରିଛି । ଭକ୍ତଙ୍କ ଗହଳ ଭେଦି ଆଇବାରେ ଲାଗିଛି ନନ୍ଦିଘୋଷ ରଥ। ଶ୍ରୀମନ୍ଦିରରୁ ଶରଧାବାଲି ପଲଟିଲା ଜନସମୁଦ୍ର । ଅନ୍ୟପଟେ ମାଉସୀ ମା’ଙ୍କ ମନ୍ଦିର  ନିକଟରେ ଅଟକିଥିବା ବଡ଼ଠାକୁରଙ୍କ ତାଳଧ୍ବଜକୁ ଟାଣି ନେଲେ ଭକ୍ତ।  ପରେ ମରିଚିକୋଟ ପାଖରୁ ରହିଥିବା ଭଉଣୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଛି। ଆଜି ଗୁଣ୍ଡିଚା ମନ୍ଦିରରେ ରଥତ୍ରୟକୁ ପହଞ୍ଚାଇବାକୁ

ମାନ ଭାଙ୍ଗିଲେ ମନୁଆ ଠାକୁର, ଘରଘର ନାଦରେ ଗଡିଲା ମହାପ୍ରଭୁଙ୍କ ନନ୍ଦିଘୋଷ

ପୁରୀ ୨୮/୬: କାହା ପାଇଁ ଅଟକିଥିଲା ରଥ?  କିଏ ସେହି କାଳିଆର ଭକ୍ତ? ଯାହା ପାଇଁ ସିଂହଦ୍ୱାରରେ ଅଟକିଥିଲା ନନ୍ଦିଘୋଷ । ଗୁରୁବାର ଅଧାରେ ଅକିଥିବା ନନ୍ଦିଘୋଷ ଆଜି ସକାଳୁ ପୁଣି ଗଡ଼ିଛି । ମାନ ଅଭିମାନ ସବୁକିଛି ଭାଙ୍ଗିଛନ୍ତି ମନୁଆ ଠାକୁର । ବଡ଼ାଦାଣ୍ଡରେ ଘରଘର ନାଦ କରି ଗଡ଼ିବା ଆରମ୍ଭ କରିଛି ରଥ । ତା’ ନିର୍ଦ୍ଦେଶରେ ସମସ୍ତ ନୀତିକାନ୍ତି ଠିକ୍ ସମୟରେ ହୋଇଛି । 

ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ । ଆଜି ସକାଳ ସାଢ଼େ ୯ଟାରେ ପୁଣି ରଥ ଟାଣୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ବଡ଼ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍‌ ଛକରୁ ଆଗେଇ ଚାଲିଛି ।  ଠାକୁରଙ୍କ ଅବକାଶ ସରିବା ପରେ ସକାଳ ପ୍ରାୟ ସାଢ଼େ ୯ଟାରେ ଆରମ୍ଭ ହେଲା ରଥ ଟଣା। 

ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ କମ୍ପିଲା ଶ୍ରୀକ୍ଷେତ୍ର। କାଳିଆ ସାଆନ୍ତ ଅଗଣିତ ଭକ୍ତଙ୍କ ମଣିମା ଡାକ ଶୁଣିବା ପରେ ରଥଚକଡ଼ା ଅଧାରେ ଅଟକିଥିବା ମହାପ୍ରଭୁଙ୍କ ରଥ ଗଡ଼ିବା ଆରମ୍ଭ କରିଛି । ଭକ୍ତଙ୍କ ଗହଳ ଭେଦି ଆଇବାରେ ଲାଗିଛି ନନ୍ଦିଘୋଷ ରଥ। ଶ୍ରୀମନ୍ଦିରରୁ ଶରଧାବାଲି ପଲଟିଲା ଜନସମୁଦ୍ର । 

ଅନ୍ୟପଟେ ମାଉସୀ ମା’ଙ୍କ ମନ୍ଦିର  ନିକଟରେ ଅଟକିଥିବା ବଡ଼ଠାକୁରଙ୍କ ତାଳଧ୍ବଜକୁ ଟାଣି ନେଲେ ଭକ୍ତ।  ପରେ ମରିଚିକୋଟ ପାଖରୁ ରହିଥିବା ଭଉଣୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଛି। ଆଜି ଗୁଣ୍ଡିଚା ମନ୍ଦିରରେ ରଥତ୍ରୟକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ।