ମାନବ ଇତିହାସରେ ପ୍ରଥମ ଥର ଦେଖାଗଲା ଜଳ ଚକ୍ରରେ ଅସନ୍ତୁଳନ, ଖାଦ୍ୟ ଉତ୍ପାଦନ ହୋଇଯିବ ଅଧା: ରିପୋର୍ଟ

ନୂଆଦିଲ୍ଲୀ: ମଣିଷ ଇତିହାସରେ ପ୍ରଥମ ଥର ପାଇଁ ବୈଶ୍ୱିକ ଜଳ ଚକ୍ରର ସନ୍ତୁଳନ ବିଗିଡ଼ି ଯାଇଛି । ଏକ ନୂଆ ରିପୋର୍ଟରେ ଚେତାବନୀ ଦେଇ କୁହାଯାଇଛି ଯେ ଏହି ଅସନ୍ତୁଳନ ଯୋଗୁଁ ଜଳ ପ୍ରଳୟ ବଢୁଛି, ଯାହା ଭବିଷ୍ୟତରେ ଖାଦ୍ୟ ଉତ୍ପାଦନ ଏବଂ ଜୀବନଯାପନ ଉପରେ ଗଭୀର ପ୍ରଭାବ ପକାଇବ । ଜଳ ଅର୍ଥଶାସ୍ତ୍ର ଉପରେ ବୈଶ୍ୱିକ ଆୟୋଗର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଦଶନ୍ଧି ଦଶନ୍ଧି ଧରି ବିନାଶକାରୀ ଭୂମି ଉପଯୋଗ ଏବଂ ପାଣିର କୁପ୍ରବନ୍ଧନ ବୈଶ୍ୱିକ ଜଳ ଚକ୍ର ଉପରେ ଅଭୂତପୂର୍ବ ଚାପ ପକାଇଛି ।ଜଳ ଚକ୍ର କଣ ? ଜଳ ଚକ୍ର ସେହି ପ୍ରକ୍ରିୟାକୁ କୁହାଯାଏ ଯେଉଁଥିରେ ପାଣି ପୃଥିବୀର ଚାରିପଟେ ଘୁରି ବୁଲେ । ପାଣି ପୃଥିବୀ ପୃଷ୍ଠରେ ନଦୀ, ହ୍ରଦ ଏବଂ ଗଛ ଜରିଆରେ ବାଷ୍ପ ହୋଇ ଉପରକୁ ଉଠିଥାଏ । ଏହି ଜଳୀୟ ବାଷ୍ପ ବାଦଲ ରୂପରେ ଥଣ୍ଡା ହୋଇ ବର୍ଷା ହେବା ଯାଏ ଦୀର୍ଘ ଦୂର ଯାଏ ଯାତ୍ରା କରିଥାଏ । ଜଳ ଚକ୍ର ଅସନ୍ତୁଳନ ଯୋଗୁଁ ପ୍ରାୟ ୩ ବିଲିୟନ ଲୋକ ଜଳ ସଂକଟର ସାମନା କରୁଛନ୍ତି । ଫସଲ ନଷ୍ଟ ହେଉଛି ଏବଂ ସହର ବୁଡ଼ୁଛି ।ଅନ୍ତରାଷ୍ଟ୍ରୀୟ ସମୁଦାୟ ଏବଂ ବିଶେଷଜ୍ଞଙ୍କୁ ନେଇ ଜଳ ଆୟୋଗ ଗଠିତ । ଆୟୋଗର ରିପୋର୍ଟ ଅନୁସାରେ ଏହି ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହାର ପରିଣାମ ଅଧିକ ଭୟାବହ ହେବ । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଜଳ ସଂକଟ ବୈଶ୍ୱିକ ଖାଦ୍ୟ ଉତ୍ପାଦନର ୫୦ ପ୍ରତିଶତକୁ ବିପଦ ପକାଉଛି । ୨୦୫୦ ସୁଦ୍ଧା ଦେଶଗୁଡ଼ିକର ଜିଡି

ମାନବ ଇତିହାସରେ ପ୍ରଥମ ଥର ଦେଖାଗଲା ଜଳ ଚକ୍ରରେ ଅସନ୍ତୁଳନ, ଖାଦ୍ୟ ଉତ୍ପାଦନ ହୋଇଯିବ ଅଧା: ରିପୋର୍ଟ

ନୂଆଦିଲ୍ଲୀ: ମଣିଷ ଇତିହାସରେ ପ୍ରଥମ ଥର ପାଇଁ ବୈଶ୍ୱିକ ଜଳ ଚକ୍ରର ସନ୍ତୁଳନ ବିଗିଡ଼ି ଯାଇଛି । ଏକ ନୂଆ ରିପୋର୍ଟରେ ଚେତାବନୀ ଦେଇ କୁହାଯାଇଛି ଯେ ଏହି ଅସନ୍ତୁଳନ ଯୋଗୁଁ ଜଳ ପ୍ରଳୟ ବଢୁଛି, ଯାହା ଭବିଷ୍ୟତରେ ଖାଦ୍ୟ ଉତ୍ପାଦନ ଏବଂ ଜୀବନଯାପନ ଉପରେ ଗଭୀର ପ୍ରଭାବ ପକାଇବ । ଜଳ ଅର୍ଥଶାସ୍ତ୍ର ଉପରେ ବୈଶ୍ୱିକ ଆୟୋଗର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଦଶନ୍ଧି ଦଶନ୍ଧି ଧରି ବିନାଶକାରୀ ଭୂମି ଉପଯୋଗ ଏବଂ ପାଣିର କୁପ୍ରବନ୍ଧନ ବୈଶ୍ୱିକ ଜଳ ଚକ୍ର ଉପରେ ଅଭୂତପୂର୍ବ ଚାପ ପକାଇଛି ।

ଜଳ ଚକ୍ର କଣ ? 

ଜଳ ଚକ୍ର ସେହି ପ୍ରକ୍ରିୟାକୁ କୁହାଯାଏ ଯେଉଁଥିରେ ପାଣି ପୃଥିବୀର ଚାରିପଟେ ଘୁରି ବୁଲେ । ପାଣି ପୃଥିବୀ ପୃଷ୍ଠରେ ନଦୀ, ହ୍ରଦ ଏବଂ ଗଛ ଜରିଆରେ ବାଷ୍ପ ହୋଇ ଉପରକୁ ଉଠିଥାଏ । ଏହି ଜଳୀୟ ବାଷ୍ପ ବାଦଲ ରୂପରେ ଥଣ୍ଡା ହୋଇ ବର୍ଷା ହେବା ଯାଏ ଦୀର୍ଘ ଦୂର ଯାଏ ଯାତ୍ରା କରିଥାଏ । ଜଳ ଚକ୍ର ଅସନ୍ତୁଳନ ଯୋଗୁଁ ପ୍ରାୟ ୩ ବିଲିୟନ ଲୋକ ଜଳ ସଂକଟର ସାମନା କରୁଛନ୍ତି । ଫସଲ ନଷ୍ଟ ହେଉଛି ଏବଂ ସହର ବୁଡ଼ୁଛି ।

ଅନ୍ତରାଷ୍ଟ୍ରୀୟ ସମୁଦାୟ ଏବଂ ବିଶେଷଜ୍ଞଙ୍କୁ ନେଇ ଜଳ ଆୟୋଗ ଗଠିତ । ଆୟୋଗର ରିପୋର୍ଟ ଅନୁସାରେ ଏହି ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହାର ପରିଣାମ ଅଧିକ ଭୟାବହ ହେବ । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଜଳ ସଂକଟ ବୈଶ୍ୱିକ ଖାଦ୍ୟ ଉତ୍ପାଦନର ୫୦ ପ୍ରତିଶତକୁ ବିପଦ ପକାଉଛି । ୨୦୫୦ ସୁଦ୍ଧା ଦେଶଗୁଡ଼ିକର ଜିଡିପିରେ ହାରାହାରି ୮ ପ୍ରତିଶତ ହ୍ରାସ ଘଟିପାରେ । ଅନ୍ୟପଟେ କମ ଆୟ ଥିବା ଦେଶକୁ ୧୫ ପ୍ରତିଶତ ଯାଏ କ୍ଷତି ହୋଇପାରେ ।

ଅୟୋଗର ସହ ଅଧ୍ୟକ୍ଷ ଏବଂ ରିପୋର୍ଟର ଲେଖକ ଜୋହାନ ରକ୍‌ଷ୍ଟମ କହିଛନ୍ତି, 'ମାନବ ଇତିହାସରେ ପ୍ରଥମ ଥର ପାଇଁ ଆମେ ବୈଶ୍ୱିକ ଜଳ ଚକ୍ରକୁ ଅସନ୍ତୁଳିତ କରୁଛି । ମଧୂର ପାଣିର ଉତ୍ସ ଥିବା ବର୍ଷା ଉପରେ ଏବେ ଭରାସ କରାଯାଇ ପାରିବ ନାହିଁ ।' ରିପୋର୍ଟରେ କୁହାଯାଇଛି ଯେ ଜଳ ଚକ୍ରରେ ଏହି ବ୍ୟତିକ୍ରମ ଜଳବାୟୁ ପରିବର୍ତ୍ତନର ଗମ୍ଭୀରତାକୁ ଦର୍ଶାଉଛି ।