ମାନବାଧିକାର ସମ୍ପର୍କିତ ଆମେରିକା ରିପୋର୍ଟକୁ ଭାରତ କହିଲା ‘ଭେଦଭାବ’ ପୂର୍ଣ୍ଣ

ନୂଆଦିଲ୍ଲୀ ୨୫।୪: ଭାରତ ମାନବାଧିକାରର କଥିତ ଉଲ୍ଲଂଘନ ନେଇ ଆମେରିକା ବିଦେଶ ବିଭାଗର ନିକଟରେ ପ୍ରକାଶିତ ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛି। ଆମେରିକା ନିଜ ରିପୋର୍ଟରେ ମଣିପୁର ଓ ଜମ୍ମୁ-କାଶ୍ମୀରରେ ମାନବାଧିକାରର ଉଲ୍ଲଂଘନ ହୋଇଥିବା ଉଲ୍ଲେଖ କରିଛି। ଭାରତ ସରକାର ଏହି ରିପୋର୍ଟକୁ ଭେଦଭାବ ପୂର୍ଣ୍ଣ ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ଯେ ଆମେରିକା ବିଦେଶ ବିଭାଗର ଏହି  ତଥ୍ୟ ପକ୍ଷପାତପୂର୍ଣ୍ଣ, ଯାହା ଭାରତ ପ୍ରତି ଆମେରିକାର ଭୁଲ ବୁଝାମଣାକୁ ମଧ୍ୟ ପ୍ରଦର୍ଶିତ କରୁଛି। ଆମେରିକାରେ ହେଉଥିବା ବର୍ଣ୍ଣବିଦ୍ୱେଷ ହିଂସା ଓ ଗୁଳିକାଣ୍ଡ ଘଟଣାକୁ ଭାରତ ଉଲ୍ଲେଖ କରିଛି।  ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାପ୍ତାହିକ ବ୍ରିଫିଙ୍ଗରେ କହିଛନ୍ତି ଯେ ଏକ ବିବିଧ ସମାଜ ରୂପେ ଭାରତ ଧାର୍ମିକ ସ୍ୱାଧୀନତା ଓ ମାନବାଧିକାରକୁ ଅଧିକ ସମ୍ମାନ କରେ। କଥାବାର୍ତ୍ତାରେ ଆମେ ଆମେରିକୀୟ ପ୍ରସଙ୍ଗରେ ମଧ୍ୟ ଧ୍ୟାନ ଦେଇଛୁ। ଏଥିରେ ବର୍ଣ୍ଣ ଓ ମୂଳକୁ ନେଇ ହେଉଥିବା ହିଂସା, ହେଟ୍ କ୍ରାଇମ ଓ ଗନ ଭାୟୋଲାନ୍ସ ପ୍ରସଙ୍ଗ ମଧ୍ୟ ରହିଛି। ରଣଧୀର ଜୟସ୍ୱାଲ କହିଛନ୍ତି ଯେ ରାଜନୀତି ପ୍ରେରିତ ଇନପୁଟ ଆଧାରରେ ଆକଳନରୁ ଆମେରିକା ବର୍ତ୍ତିବା ଦରକାର। ଭାରତ ଧାର୍ମିକ ସ୍ୱାଧୀନତା ଓ ମାନବାଧିକାରର ଆଦର କରେ। ଆମେରିକା ବିଦେଶ ବିଭାଗ ଦ୍ୱାରା ସୋମବାର ଜାରି ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ସ

ମାନବାଧିକାର ସମ୍ପର୍କିତ ଆମେରିକା ରିପୋର୍ଟକୁ ଭାରତ କହିଲା ‘ଭେଦଭାବ’ ପୂର୍ଣ୍ଣ

ନୂଆଦିଲ୍ଲୀ ୨୫।୪: ଭାରତ ମାନବାଧିକାରର କଥିତ ଉଲ୍ଲଂଘନ ନେଇ ଆମେରିକା ବିଦେଶ ବିଭାଗର ନିକଟରେ ପ୍ରକାଶିତ ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛି। ଆମେରିକା ନିଜ ରିପୋର୍ଟରେ ମଣିପୁର ଓ ଜମ୍ମୁ-କାଶ୍ମୀରରେ ମାନବାଧିକାରର ଉଲ୍ଲଂଘନ ହୋଇଥିବା ଉଲ୍ଲେଖ କରିଛି। ଭାରତ ସରକାର ଏହି ରିପୋର୍ଟକୁ ଭେଦଭାବ ପୂର୍ଣ୍ଣ ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ଯେ ଆମେରିକା ବିଦେଶ ବିଭାଗର ଏହି  ତଥ୍ୟ ପକ୍ଷପାତପୂର୍ଣ୍ଣ, ଯାହା ଭାରତ ପ୍ରତି ଆମେରିକାର ଭୁଲ ବୁଝାମଣାକୁ ମଧ୍ୟ ପ୍ରଦର୍ଶିତ କରୁଛି। 

ଆମେରିକାରେ ହେଉଥିବା ବର୍ଣ୍ଣବିଦ୍ୱେଷ ହିଂସା ଓ ଗୁଳିକାଣ୍ଡ ଘଟଣାକୁ ଭାରତ ଉଲ୍ଲେଖ କରିଛି।  ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାପ୍ତାହିକ ବ୍ରିଫିଙ୍ଗରେ କହିଛନ୍ତି ଯେ ଏକ ବିବିଧ ସମାଜ ରୂପେ ଭାରତ ଧାର୍ମିକ ସ୍ୱାଧୀନତା ଓ ମାନବାଧିକାରକୁ ଅଧିକ ସମ୍ମାନ କରେ। କଥାବାର୍ତ୍ତାରେ ଆମେ ଆମେରିକୀୟ ପ୍ରସଙ୍ଗରେ ମଧ୍ୟ ଧ୍ୟାନ ଦେଇଛୁ। ଏଥିରେ ବର୍ଣ୍ଣ ଓ ମୂଳକୁ ନେଇ ହେଉଥିବା ହିଂସା, ହେଟ୍ କ୍ରାଇମ ଓ ଗନ ଭାୟୋଲାନ୍ସ ପ୍ରସଙ୍ଗ ମଧ୍ୟ ରହିଛି। 

ରଣଧୀର ଜୟସ୍ୱାଲ କହିଛନ୍ତି ଯେ ରାଜନୀତି ପ୍ରେରିତ ଇନପୁଟ ଆଧାରରେ ଆକଳନରୁ ଆମେରିକା ବର୍ତ୍ତିବା ଦରକାର। ଭାରତ ଧାର୍ମିକ ସ୍ୱାଧୀନତା ଓ ମାନବାଧିକାରର ଆଦର କରେ। ଆମେରିକା ବିଦେଶ ବିଭାଗ ଦ୍ୱାରା ସୋମବାର ଜାରି ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ସହ ସୁନିୟୋଜିତ ଭାବେ ଭେଦଭାବ କରିବା, ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ଦବାଇ ଦେବା, ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମାପ୍ତ କରିବା ଆଦି କାମ କରାଯାଉଛି।