ମାନସ ହେଲେ ୯ ପଞ୍ଚାୟତର ବିଜେଡି ସଭାପତି

ତିହିଡ଼ି,୨୩।୧(ସଞ୍ଜିତ ବଳ): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ ୯ ପଞ୍ଚାୟତର ବିଜେଡି ସଭାପତି ଭାବେ ମାନସ ରଞ୍ଜନ ନାୟକ ମନୋନୀତ ହୋଇଛନ୍ତି। ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ମାନସଙ୍କୁ ଏନେଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଗୋବିନ୍ଦପୁର ପଞ୍ଚାୟତ ଅଧୀନ କୁଅଁାରଚତର ଗ୍ରାମର ମାନସ ୨୦୦୨ରୁ ୨୦୦୭ ଯାଏ ପଞ୍ଚାୟତ ସମିତିସଭ୍ୟ ଥିଲେ। ଏବେ ସେ ବାରସର ସମବାୟ ସମିତି ସଭାପତି ଅଛନ୍ତି। ତାଙ୍କର ସାଙ୍ଗଠନିକ ଦକ୍ଷତା ପାଇଁ ଏହି ପଦବୀ ପ୍ରଦାନ କରାଯାଇଛି। […] The post ମାନସ ହେଲେ ୯ ପଞ୍ଚାୟତର ବିଜେଡି ସଭାପତି appeared first on Dharitri Odia News.

ମାନସ ହେଲେ ୯ ପଞ୍ଚାୟତର ବିଜେଡି ସଭାପତି

ତିହିଡ଼ି,୨୩।୧(ସଞ୍ଜିତ ବଳ): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ ୯ ପଞ୍ଚାୟତର ବିଜେଡି ସଭାପତି ଭାବେ ମାନସ ରଞ୍ଜନ ନାୟକ ମନୋନୀତ ହୋଇଛନ୍ତି। ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ମାନସଙ୍କୁ ଏନେଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଗୋବିନ୍ଦପୁର ପଞ୍ଚାୟତ ଅଧୀନ କୁଅଁାରଚତର ଗ୍ରାମର ମାନସ ୨୦୦୨ରୁ ୨୦୦୭ ଯାଏ ପଞ୍ଚାୟତ ସମିତିସଭ୍ୟ ଥିଲେ। ଏବେ ସେ ବାରସର ସମବାୟ ସମିତି ସଭାପତି ଅଛନ୍ତି। ତାଙ୍କର ସାଙ୍ଗଠନିକ ଦକ୍ଷତା ପାଇଁ ଏହି ପଦବୀ ପ୍ରଦାନ କରାଯାଇଛି। ୯ ପଞ୍ଚାୟତରେ ସେ ବିଜେଡିର ଅଗ୍ରଗତି ଲାଗି ଉଦ୍ୟମ କରିବେ ବୋଲି ସେ କହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲା ସଭାପତି ସ୍ବାଇଁ, ଜିଲା ପରିଷଦ ସଭ୍ୟ ଅମୂଲ୍ୟ ମାଝୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।

The post ମାନସ ହେଲେ ୯ ପଞ୍ଚାୟତର ବିଜେଡି ସଭାପତି appeared first on Dharitri Odia News.